କିଛି ଲୋକଙ୍କର ଦାନ୍ତ ଜନିତ ସମସ୍ଯା ଦେଖାଯାଏ । ବିଶେଷ କରି କିଛି କ୍ଷେତ୍ରରେ ଧଳା ଦାନ୍ତ ହଳଦିଆ ବା କଳା ହୋଇଯାଏ । ଯାହା ଦ୍ଵାରା ଆପଣ ମାନେ ଅନ୍ୟ ଆଗରେ ନିଜକୁ ଲଜ୍ୟା ଅନୁଭବ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ହୋମ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଦାନ୍ତ ସଫା ହୋଇଯିବ । ପ୍ରଥମ ଉପାୟ ହେଉଛି କିଛି ସାଧାରଣ ଲୁଣ ନିଅନ୍ତୁ ଯାହା ଆପଣ ମାନେ ଘରେ ବ୍ୟଭାର କରିଥାନ୍ତି । ଲୁଣ ସହ ଦୁଇରି ତିନି ବୁନ୍ଦା ସୋରିଷ ତେଲ ମିଶାନ୍ତୁ ।
ଏହା ପରେ ଏହାର ଭଲ ଭାବେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାର ପ୍ରୟୋଗ ଦ୍ଵାରା ଆପଣଙ୍କର ହଳଦିଆ ଦାନ୍ତ ଧଳା ହୋଇଯିବ । ଏହାକୁ ଆପଣ ସପ୍ତାହକୁ ଥରେ ବ୍ୟବହାର କରିଲେ ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ ।ଅନ୍ୟ ଏକ ଉପାୟ ହେଉଛି ଆପଣ ଯେଉଁ ଟୁଥପେଷ୍ଟ ବ୍ୟବହାର କରୁଛନ୍ତି ତାହା ନିଅନ୍ତୁ ।
ଏହା ସହ ପେଷ୍ଟରେ ଅଳ୍ପ ମାତ୍ରା ରେ ବେକିଙ୍ଗ ସୋଡା ମିଶ୍ରଣ କରନ୍ତୁ । ଏହାର ପେଷ୍ଟ ପ୍ରସ୍ତୁତ କରି ବ୍ରସ ଦ୍ଵାରା ଏହାକୁ ଦାନ୍ତରେ ଲଗାନ୍ତୁ । ଏହାର ସପ୍ତାହକୁ ଥରେ ବ୍ୟବହାର କରିଲେ ଆପଣ ଦେଖିବାକୁ ପାଇବେ ଆପଣଙ୍କ ଦାନ୍ତ ମୋତି ଭଳି ଚମକିବ । ଅନ୍ୟ ଏକ ଉପାୟ ହେଉଛି ଲେମ୍ବୁ ଚୋପା ଯାହା ଆପଣ ମାନେ ଖାଦ୍ଯ ଖାଇବା ସମୟରେ ବ୍ୟବହାର କରନ୍ତୁ ।
ଲେମ୍ବୁ ଚୋପା କୁ ଦାନ୍ତ ରେ ହାଲକା ଭାବେ ଘାସନ୍ତୁ କେବଳ ସପ୍ତାହକୁ ଥରେ । ଏହା ସହ ଲେମ୍ବୁ ରସରେ କିଛି ପାଣି ମିଶାଇ କୁଳି କରିଲେ ଦାନ୍ତ ହଳଦିଆ ଦୂର ହୋଇଥାଏ । ଏହା ସହ ଦାନ୍ତ ହଳଦିଆ ବା କଳା ହୋଇଥିଲେ ଏଥିରୁ ମୁକ୍ତି ପାଇବା ପାଇଁ ଆପଲ ସାଇଡର ଭିନେଗାର ସହ ପାଣି ମିଶାଇ ଏହାର ପ୍ରୟୋଗ ଅକରିଲେ ଦାନ୍ତ ମୋତି ଭଳି ଚମକିବ ।
ଅନ୍ୟ ଏକ ଉପାୟ ହେଉଛି ଆପଣ ସପ୍ତାହ କୁ ଥରେ ବା ଦୁଇ ଥର ନିମ କାଠି ରେ ଦାନ୍ତ ଘସନ୍ତୁ । କାରଣ ନିମ କାଠି ଦାନ୍ତ ଜନିତ ସମସ୍ଯା ପାଇଁ ବହୁତ ଲାଭଦାୟକ ହୋଇଥାଏ । ନିମ କାଠି ଦ୍ଵାରା ଦନ୍ତ ଘସିଲେ ହଳଦିଆ ଦାନ୍ତ ସଫା ହୋଇ ଧଳା ହୋଇଯିବ । ଆପଣଙ୍କ ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ ।
ତେବେ ଏହି ସବୁ ଘରୋଇ ଉପାୟ କରିବା ଦ୍ଵାରା ଆପଣଙ୍କ ଦାନ୍ତ ହଳଦିଆ ବା କଳା ହୋଇଥିଲେ ତାହା ଧଳା ହୋଇଯିବ । ଏହା ସହ ଯଦି ଆପଣଙ୍କ ମୁହଁ ରୁ ଦୁର୍ଗନ୍ଧ ହେଉଥିବା ତାହା ମଧ୍ୟ ଏହି ରେମେଡି ର ପ୍ରୟୋଗ ଦ୍ଵାରା ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।