ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ହନୁମାନ ଭଗବାନ ସଙ୍କଟ ମୋଚନ ହୋଇଥାନ୍ତି । ମଣିଷ ତାଙ୍କୁ ବହୁତ ନାରେ ଜାଣିଛି ଏହା ସହ ହନୁମାନ ଭଗବାନ ରାମଙ୍କ ବହୁତ ବଡ ଭକ୍ତ ହୋଇଥାନ୍ତି । ଯେଉଁ ବ୍ୟକ୍ତି ନିଜ ଜୀବନରେ କିଛି ଅସୁବିଧା ସାମ୍ନା କରିଥାଏ ସେ ହନୁମାନ ଭଗବାନଙ୍କୁ ପୂଜା କରିଥାଏ । ଜୀବନରେ କୌଣସି ସମସ୍ଯା ହେଲେ ମଣିଷ ହନୁମାନ ଭଗବାନଙ୍କ ପାଖରେ ଯାଇ ପୂଜା କରିଥାଏ ଓ ହନୁମାନ ଚାଳିଶା ପାଠ କରିଥାଏ ।
ତେବେ ସବୁଦିନ ହନୁମାନ ଚାଳିଶା ପାଠ କରିବା ଉଚିତ ଏହା ସହ ଆଜି ଆମେ ଆପଣଙ୍କୁ ଗୋଟେ ହନୁମାନଙ୍କ ମହାନ ଶକ୍ତିଶାଳୀ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହା ବହୁତ କମ ଲୋକେ ଜାଣିଛନ୍ତି ।

ଆପଣ ମାନେ ସମସ୍ତେ ହନୁମାନ ଭଗବାନଙ୍କ କାହାଣୀ ଜାଣିଛନ୍ତି ହନୁମାନ ଭଗବାନ ସୂର୍ଯ୍ୟ ଦେବଙ୍କୁ ନାଲି ଫଳ ଭାବି ତାଙ୍କୁ ଗିଳି ଦେଇଥିଲେ ଯାହା ପରେ ଇନ୍ଦ୍ର ଦେବ ତାଙ୍କ ଉପରେ ବଜ୍ର ପ୍ରହାର କରିଥିଲେ ଏହା ପରେ ହନୁମାନ ଭଗବାନ ମୁରଚିତ ହୋଇ ପଡି ଯାଇଥିଲେ ଏହା ପରେ ବାୟୁ ଦେବ ଯିଏ ହନୁମାନଙ୍କ ପିତା ଥିଲେ ସେ ବାୟୁ ଅଟକାଇ ଦେଇଥିଲେ ଓ ପୃଥିବୀ ଧ୍ଵଂସ ହବାକୁ ଲାଗିଥିଲା ଏହା ପରେ ଭଗବାନ ବ୍ରହ୍ମାଙ୍କ ସହ ସବୁ ଦେବୀ ଦେବତା ପୃଥିବୀକୁ ଆସିଲେ ଓ ସଂସାରକୁ ବଞ୍ଚାଇବା ପାଇଁ ବାୟୁ ଦେବଙ୍କୁ ଗୁହାର କରିଥିଲେ ।

ଯାହା ପରେ ବାୟୁ ଦେବ ନିଜ ସନ୍ତାନ ହନୁମାନଙ୍କୁ ଜୀବଇତ କରିବା ପାଇଁ ବ୍ରହ୍ମାଙ୍କୁ କହିଥିଲେ ଏହା ପରେ ସବୁ ଭଗବାନ ମାନେ ହନୁମାନଙ୍କୁ କିଛି ନା କିଛି ବରଦାନ ଦେଇଥିଲେ ଯେମିତି ଇନ୍ଦ୍ର ଦେବ କହିଥିଲେ ତମକୁ ମୋଇ ବଜ୍ର ଆଉ କେବେ ଆଘାତ କରି ପାରିବ ନାହିଁ, ବ୍ରହ୍ମା କହିଥିଲେ ତମେ ଯେମିତି ଇଛା ସେମିତିକା ରୂପ ନେଇ ପାରିବେ । ବ୍ରହ୍ମା ଏହା ମଧ୍ୟ କହିଥିଲେ ଯେ ହନୁମାନଙ୍କୁ କୌଣସି ଅଭିଶାପ ଲାଗିବ ନାହିଁ, ଏହା ଛଡା ବହୁତ ପ୍ରକାର ବରଦାନ ଭଗବାନ ହନୁମାନଙ୍କୁ ମିଳିଥିଲା ।

ତେବେ ତୁଳସୀ ଦାଶ କହିଥିଲେ ହନୁମାନ ଚାଳିଶା ଠାରୁ ବଡ କୌଣସି ମନ୍ତ୍ର ନାହିଁ ଏହି ଚାଳିଶାରେ ଥିବା କେତେ ଚୋପାଇ କୌଣସି ମନ୍ତ୍ର ଠାରୁ କମ ନୁହେ ତେବେ ଯେଉଁ ବ୍ୟକ୍ତି ପ୍ରତିଦିନ ହନୁମାନ ଚାଳିଶା ମନ ଦେଇ ପାଠ କରିଥାଏ ତା ଜୀବନରେ ସମସ୍ଯା ଏତେ ଶୀଘ୍ର ଆସିନଥାଏ । ତେବେ ସବୁଦିନ ହନୁମାନ ଚାଳିଶା ପାଠ କରିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।