ହାତରେ ଥିବା ଅଧା ଚନ୍ଦ୍ରର ଅର୍ଥ କଣ ରହିଥାଏ ? Hasta Rekha Shastra

ଆପଣ ମାନେ ଜାଣିଥିବେ ଏପରି ମାନ୍ୟତା ରହିଛି କି ହାତର ରେଖା ବହୁତ କିଛି କହିଥାଏ ବା ହାତ ରେଖା ଦ୍ଵାରା ଅନେକ କଥା ଜାଣିହୁଏ । ବ୍ୟକ୍ତି ଜନ୍ମ ହେବା ସହିତ ନିଜ ହାତ ର ରେଖା ଲେଖିକି ଆଣିଥାଏ । ଆମ ହାତ ରେ ଅନେକ ପ୍ରକାରର ରେଖା ରହିଛି । ଆଜି ଆମେ ଆପଣ ମାନଙ୍କୁ ଯଦି ହାତ ରେ ଅଧା ଚନ୍ଦ୍ର ଭଳି ରେଖା ରହିଥାଏ ତେବେ ଏହାର ଅର୍ଥ କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ପ୍ରତେକ ବ୍ୟକ୍ତି ର ହାତ ରେ ଅଲଗା ଅଲଗା ରେଖା ରହିଥାଏ । ଏମିତି କିଛି ଜରୁରୀ ନାହି କି ସମସ୍ତଙ୍କ ହାତ ରେ ଅଧା ଚନ୍ଦ୍ର ରେଖା ଥିବ ।

ଆମ ହାତ ରେ ୩ ପ୍ରକାର ରେଖା ରହିଥାଏ । ଯଥା ଅଧା ଚନ୍ଦର ରେଖା, କିଛି ରେଖା ପରସ୍ପର ସହ ମିଶୁ ନ ଥିବ ଓ ଶେଷରେ ଆଉ କିଛି ରେଖା ସିଧା ଭାବେ ରହିଥିବ ଯେମିତି ଏହି ଭିଡିଓ ରେ ଦେଖା ଯାଇଛି । ଯେବେ ଆମେ ଆମର ଦୁଇ ହାତ ଯୋଡି ଥାଉ ତାହା ୩ ପ୍ରକାରର ରେଖା ହୋଇଥାଏ ଯାହା ଏହି ଭିଡିଓ ରେ ଦର୍ଶା ଯାଇଅଛି ।

୧- ପ୍ରଥମେ ରହିଛି ଅଧା ଚନ୍ଦ୍ର ରେଖା ହାତରେ ରହିବାର ଅର୍ଥ : ଯେଉଁ ବ୍ୟକ୍ତି ର ହାତ ଦୁଇଟି ଯୋଡି ଦେଲେ ଅଧା ଚନ୍ଦ୍ର ହୋଇଥାଏ ସେମାନେ ବହୁତ ଆକ୍ତ୍ରାଟିଭ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ଜୀବନରେ ବହୁତ ଭଲ ଜାଗାରେ ସେଟେଲ ହୋଇଥାନ୍ତି । ଏମାନେ ଭଲ ପାଇବା ପାଇଁ ଇଚ୍ଛା କରିଥାନ୍ତି । କିନ୍ତୁ ଅନ୍ୟ ଆଗରେ ଏହି କଥା କହି ପାରନ୍ତି ନାହି । ଏମାନେ ଜୀବନରେ ଦୁଖ କଷ୍ଟ ସାହି ଆଗକୁ ବଢିଥାନ୍ତି । ସବୁ କାମ ପ୍ରତି ଏମାନେ ଆଗ୍ରହୀ ହୋଇଥାନ୍ତି ।

୨- ଯେଉଁ ବ୍ୟକ୍ତି ର ହାତ ସିଧା ହେବା ପରେ ଅଧା ଚନ୍ଦ୍ର ହୋଇଥାଏ ଏହାର ଅର୍ଥ : ଏହାର ଅର୍ଥ ହେଉଛି ଏହି ବ୍ୟକ୍ତି ଶାନ୍ତ ଓ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଏମାନେ ସବୁ କାମ ବହୁତ ସହଜରେ କରିଥାନ୍ତି । ଏମାନେ ନିଜ ଜୀବନରେ ପ୍ରତେକ ସଫଳତା ହାସଲ କରିଥାନ୍ତି । ଦୁନିଆରେ ଏ ଭଳି ବ୍ୟକ୍ତି ବହୁତ କମ ହୋଇଥାନ୍ତି ଓ ଭାଗ୍ୟଶାଳୀ ହୋଇଥାନ୍ତି ।

୩- ଯେଉଁ ବ୍ଯକ୍ତିର ହାତ ଯୋଡା ହେବ ପରେ ଯୋଡି ହୁଏ ନାହି ତାର ଅର୍ଥ : ଏହାର ଅର୍ଥ ହେଉଛି ଏହି ସ୍ଵଭାବର ବ୍ୟକ୍ତି ନିଜ ପରିବାର ସହ ରହିବାକୁ ପସନ୍ଦ କରିଥାନ୍ତି । ଲୋକ ଏମାନେ କଣ କହୁଛନ୍ତି ତାହା ଏହି ସ୍ଵଭାବର ବ୍ୟକ୍ତି ଉପରେ ଫରକ ପଡେ ନାହି । ତେବେ ଏହା ଥିଲା ହାତ ରେଖା ଦ୍ଵାରା କିପରି ଭାବେ ବ୍ଯକ୍ତିର ସ୍ଵଭାବ ବିଷସାୟରେ ଜାଣିହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *