ବନ୍ଧୁଗଣ ସମ୍ପର୍କ ହେଉଛି ଏମିତି ଏକ ବନ୍ଧନ ଯାହା ପ୍ରତେକ ମଣିଷ ଜୀବନରେ ରହିଥାଏ ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି । ତେବେ ଏହି ଭିଡିଓ ରେ ଆପଣ ମାନେ ଯେଉଁ ବୁଢା ବାପାଙ୍କୁ ଦେଖୁଛନ୍ତି ସେ ହେଉଛି ୬ ଜଣ ନାତିଙ୍କର ଜେଜେ ବାପା । ଯିଏ ଦିନେ ନିଜ ନାତି ମାନଙ୍କୁ କାନ୍ଧରେ ବସାଇ ଯାତ୍ରା ଦେଖାଇ ନେଉଥିଲେ ତ କେତେବେଳେ ଟାଙ୍କ ସହ ନିଜର ଶେଷ ସମୟ ଅତିବାହିତ କରିବା ପାଇଁ ଅନେକ ସ୍ଵପ୍ନ ଦେଖିଥିଲେ ଆଜି ସିଏ ଛାତି ବାଡେଇ କାନ୍ଦୁଛନ୍ତି ନିଜ ନାତି ମାନଙ୍କ ପାଇଁ ।
ଯେଉଁ ଜେଜେ ବାପା ନାତିଙ୍କ କାନ୍ଧରେ ମଶାଣିକୁ ଯିବେ ବୋଲି ଭାବୁଥିଲା ଆଜି ସିଏ ନିଜେ କାନ୍ଧରେ ଭେଣ୍ଡିଆ ନାତିଙ୍କ ଶବ ନେଇ ମଶାଣିକୁ ଯିବେ । ଅଣନାତି ଖେଳିବାର ସ୍ଵପ୍ନ ଯେତେବେଳେ ତାଙ୍କ ଆଖି ସାଗରେ ଚୁରମାର ହୋଇଯିବ ସେତେବେଳେ ଆଉ କଣ ହେବ । ବଂଶ ବୁଡିଗଲା ବୋଲି କହି କାନ୍ଦିବା ଛଡା ଆଉ ରାସ୍ତା ବା କଣ ରହିଥାଏ । କାହା ପାଇଁ ହୋଲି ପର୍ବ ଏକ ରଙ୍ଗ ଖେଳ ତ କାହା ପାଇଁ ଖୁସିର ଲହର ଖେଳିଯାଏ । କିନ୍ତୁ ଏହି ପରିବାର ପାଇଁ ହୋଲି କାଳ ସାଜିଲା ।
ରଙ୍ଗ ଖେଳି ବେସ ଖୁସି ଥିଲେ ବୁଢା ଜେଜେଙ୍କର ୬ ନାତି । ବେସ ଧୂମଧାମରେ ହୋଲି ଖେଳ ଖେଳିଥିଲେ । ଆଉ ଏହା ପରେ ପ୍ରତି ଥର ଭଳି ନଦୀକୁ ଗାଧୋଇବାକୁ ବାହାରିଥିଲେ ସମ୍ବିତ ଜେନା, ଶୁଭମ ଜେନା, ରଶ୍ମୀରଞ୍ଜନ ଜେନା, କାରଣ ଜେନା, କୃଷାଣ ଜେନା, ବିଶ୍ଵଜିତ ଜେନା । ଏ ସମସ୍ତେ ଖର ସ୍ରୋତା ନଦୀରେ ହୋଲି ଖେଳିବା ପରେ ନଦୀକୁ ଦେହର ରଙ୍ଗ ଛଡାଇବାକୁ ଯାଇଥିଲେ । କିନ୍ତୁ ସେମାନେ ଜାଣି ନ ଥିଲେ ଏହା ତାଙ୍କ ଜୀବନର ଶେଷ ଦିନ ବୋଲି ।
ପାଣି ର ଗଭୀରତା ମାପି ପାରିଲେ ନାହି ମାନେ । ଆଉ ଦେଖୁ ଦେଖୁ ମାତ୍ର କିଛି କ୍ଷଣରେ ଚାଲିଗଲା ୪ ଜୀବନ । ଆଉ ଏବେ ବି ନିଖୋଜ ଅଛନ୍ତି ୨ ଜଣ । ଏହି ଭିଡିଓ ରେ ବାପା ନିଜର ପୁଅକୁ ହରାଇ ଟିକେ ଦେଖିବା ପାଇଁ କାନ୍ଦି କାନ୍ଦି ଗାଡି ଯାଉଛନ୍ତି ଯାହା ଛାତିଥରା ଦୃଶ୍ୟ ଅଟେ ।
କିନ୍ତୁ ଦଇବ ଏମାନଙ୍କୁ ଯେଉଁ ଦୁଖ ଦେଇଛି ତାହା ସେମାନେ ହିଁ ଅନୁଭବ କରିଛନ୍ତି । ଯାଜପୁର ବଡସୁଆର ଖରା ଶ୍ରୋତାରେ ଘଟିଥିବା ଏହି ଅଘଟଣରେ ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ନଦୀରୁ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଉ ୨ ଜଣଙ୍କର ପତ୍ତା ମିଳୁ ନାହି ।
କିନ୍ତୁ ନଦୀ ପଠାରେ ସେମାନଙ୍କର ଚପଲ ଓ ଜାମ ପଡିଥିବା ଦେଖି ପରିବାର ଲୋକେ ଅଗ୍ନିସମ ବିଭାଗକୁ ଖବର ଦେବା ସହ ପଡୋଶୀଙ୍କୁ ସାହାଜ୍ଯ ମାଗିଥିଲେ । ଏବେ ସୁଧା ୪ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି । ବାସ୍ତବରେ ଏମିତି ଦୁଖ ଭଗବାନ କାହାକୁ ନ ଦିଅନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।