1992 ଇତିହାସ ଦୋହରାଉଛି ପାକିସ୍ତାନ ପୁଣି ଜିତିବ କି T-20 ଟ୍ରଫି ?

ବନ୍ଧୁଗଣ ନିୟୁଜଲ୍ୟାଣ୍ଡ କୁ ହରାଇ ଟି-୨୦ ବିଶ୍ଵ କପ ର ଫାଇନାଲ ରେ ପହଞ୍ଚି ସାରିଛି ପାକିସ୍ତାନ ଟିମ । ଆସନ୍ତା ୧୩ ତାରିଖରେ ୱାର୍ଲ୍ଡ କପ ର ଫାଇନାଲ ହେବାକୁ ଯାଉଛି । ପାକିସ୍ତାନ ପୁଣି ଥରେ ଟି-୨୦ ଟ୍ରଫି ଜିତିବ ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚା ପଛର କାରଣ ହେଉଛି ୧୯୯୨ ମସିହାର କ୍ରିକେଟ ବିଶ୍ଵ କପ । ଭାରତ ଏଥର ଟି-୨୦ ବିଶ୍ଵ କପ ରେ ୨୦୧୧ କୁ ଦୋହରାଉ ଥିବା ବେଳେ ପାକିସ୍ତା ମଧ୍ୟ ୧୯୯୨ ବିଶ୍ଵକପ ର ରିପିଟ ଦେଖିବାକୁ ମିଳିଛି ।

ତେଣୁ ଫାଇନାଲ ମ୍ଯାଚରେ ପାକିସ୍ତାନ ଦଳ ବଡ ବିଜୟ ହାସଲ କରିବା ସହ ଦ୍ଵିତୀୟ ଥର ପାଇଁ ଚାମ୍ପିୟାନ ହୋଇପାରେ ବୋଲି ଅନେକ ଆକଳନ କରିବା ଆରମ୍ଭ କରିଲେଣି । ୨୦୨୨ ଟି-୨୦ ବିଶ୍ଵ କପ ଭଳି ୧୯୯୨ ୱାର୍ଲ୍ଡ କପ ରେ ମଧ୍ୟ ସେମି ଫାଇନାଲ ଇବାକୁ ସଂଘର୍ଷ କରିଥିଲା ପାକିସ୍ତାନ । ଆଉ ଭାଗ୍ୟକୁ ଦଳ ବିଶ୍ଵ କପ ସେମି ଫାଇନାଲ ରେ ବି ପହଞ୍ଚିଥିଲା । ଆଉ ଯେବେ ଦଳ ଫାଇନାଲ ଖେଳିଥିଲା ସେତେବେଳେ ସମସ୍ତଙ୍କୁ ଚମକାଇ ଚାମ୍ପିୟାନ ହୋଇଥିଲା ।

ପୁଣି ଏଥର ବି ଦଳ ସହ ସମାନ ସଂଯୋଗ ଦେଖିବାକୁ ମିଳିପାରେ ବୋଲି କୁହାଯାଇଛି । ୧୯୯୨, ୧୯୯୯ ବିଶ୍ଵକପ ଓ ୨୦୦୭ ଟି-୨୦ ବିଶ୍ଵକପ ର ସେମି ଫାଇନାଲରେ ପାକିସ୍ତାନ ସବୁବେଳେ ନିୟୁଜଲ୍ୟାଣ୍ଡକୁ ଭେଟିଛି । ନିୟୁଜଲ୍ୟାଣ୍ଡ ସେମି ଫାଇନାଲ ମ୍ଯାଚରେ ପରାଜିତ ହୋଇଛି । ଏଥର ୨୦୨୨ ବିଶ୍ଵକପରେ ପାକିସ୍ତାନ ନିୟୁଜଲ୍ୟାଣ୍ଡ ସହ ଖେଳି ମ୍ଯାଚ ଜିତିଛି । ତେଣୁ ଫାଇନାଲରେ କେଉଁ ଦଳ ଆସୁ ନା କାହିଁକି ପାକିସ୍ତାନ ଟିମ ଚାମ୍ପିୟାନ ହେବାର ସଂଯୋଗ ସୃଷ୍ଟି ହୋଇଛି ।

ପାକିସ୍ତାନ ଟି-୨୦ ଟ୍ରଫି ଜିତିବା ପଛର ଆଉ ଏକ ସଂଯୋଗ ହେଉଛି ଅଷ୍ଟ୍ରେଲିୟା । ୧୯୯୨ରେ ଅଷ୍ଟ୍ରେଲିୟାରେ ବିଶ୍ଵକପ ଆୟୋଜିତ ହୋଇଥିଲା । ଆଉ ସେହି ବର୍ଷ ଦଳ ଚାମ୍ପିୟାନ ହୋଇଥିଲା । ଏଥର ୨୦୨୨ରେ ଟି-୨୦ ବିଶ୍ଵକପ ଅଷ୍ଟ୍ରେଲିୟାରେ ଆୟୋଜିତ ହେଉଥିବାରୁ ଦଳ ୧୯୯୨ ଇତିହାସ କୁ ଦୋହାରିପାରେ ବୋଲି କୁହାଯାଇଛି । ପାକିସ୍ତାନ ଯେବେ ବି ବିଶ୍ଵକପ ସେମି ଫାଇନାଲ ଖେଳି ଚାମ୍ପିୟାନ ହୋଇଛି ସେତେବେଳେ ସେକେଣ୍ଡ ସେମି ଫାଇନାଲ ମ୍ଯାଚରେ ଇଂଲଣ୍ଡ ହିଁ ରହିଛି ।

ସୌଭାଗ୍ୟ ବଶତ ଏଥର ବି ଦ୍ଵିତୀୟ ସେମି ଫାଇନାଲ ମ୍ଯାଚରେ ଭାରତକୁ ଭେଟିବ । ଆଜି ଖେଳିବାକୁ ଥିବା ମ୍ଯାଚରେ କିଏ ବିଜୟୀ ହେବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।  ଗୋଟେ ପଟେ ପାକିସ୍ତାନ ଟିମ ବିଶ୍ଵକପର ସ୍ଵପ୍ନ ଦେଖି ବିଶ୍ଵକପ ଜିତିବାକୁ ଚେଷ୍ଟା କରୁଛି । ଅନ୍ୟ ପକ୍ଷରେ ଭାରତ ସହ ୨୦୧୧ ବିଶ୍ଵକପର ପୁନରାବୃତ୍ତି ହେଉଛି ।

ଇଂଲଣ୍ଡ ଆୟରଲ୍ୟାଣ୍ଡକୁ ହରାଇବା ଲିଡ ସେଠାରେ ଟିମ ଇଣ୍ଡିଆ ସାଉଥ ଆଫ୍ରିକାକୁ ହାରିବା ଟିମ ଇଣ୍ଡିଆ ପାଇଁ ୨୦୧୧ ବିଶ୍ଵକପ ସହ ୨୦୨୨ ବିଶ୍ଵକପର ସଂଯୋଗ ହେଉଛି । ତେଣୁ ଏଥର ବିଶ୍ଵକପରେ ୨୦୧୧ ବିଶ୍ଵକପ ଭଳି ଟ୍ରଫି ଜିତିପାରେ ବୋଲି ଚର୍ଚ୍ଚା ହେଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *