ନମସ୍କାର ବନ୍ଧୁଗଣ । ବହୁ ଚର୍ଚ୍ଚିତ ବ୍ରଂହପୁର ର ବୋହୁ ତପସ୍ଵିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ମାମଲାରେ ଏକ ନୂଆ ମୋଡ ଦେଖା ଯାଇଛି । ବର୍ତ୍ତମାନ ସୁମିତ ତପସ୍ଵିନୀଙ୍କୁ ଛାଡି କୁଆଡେ ପଳାୟନ କରିଛନ୍ତି ବୋଲି ସୂଚନା ରହିଛି । ଏହି ସମୟରେ ତପସ୍ଵିନୀ ନିଜେ ଲାଇଭ ଆସି କିଛି ସହସ୍ୟ କଥା କହିଛନ୍ତି । ସେ କହିଛନ୍ତି ଯେତେବେଳେ ସେ ଆଇଏସିକୁ ଗୋଟେ କାର ବୁଝିବାକୁ କହିଥିଲେ ସେତେବେଳେ ଆଇଏସି ତାଙ୍କର ଫୋନ ଉଠାଇ ନ ଥିଲେ ।
ଯେତେବେଳେ ସେ ନିଜେ ଗୋଟେ କାର ବୁଝିଥିଲେ ସେହି ସମୟରେ ପୋଲିସ ପ୍ରୋଟେକ୍ସନ ପାଇଁ କହିଥିଲେ ମଧ୍ୟ କେହି ତାଙ୍କ କାହା ଶୁଣି ନ ଥିଲେ । ତପସ୍ଵିନୀ କହିଛନ୍ତି ଯଦି ମୋତେ ଘର ଭିତରେ ପ୍ରୋଟେକ୍ସନ ଦେଇ ପାରୁଛନ୍ତି ତେବେ ବାହାରକୁ ଗଲେ କଣ ପ୍ରୋଟେକ୍ସନ ଦେଉପାରୁ ନାହାନ୍ତି ।
ଗତ କାଲି ହସପିଟାଲ କର୍ତ୍ତୁପକ୍ଷଙ୍କ ଠାରୁ ତପସ୍ଵିନୀ ସୂଚନା ପାଇଲେ ସୁମିତ ଯେଉଁ ସମୟରେ ଡିୟୁଟି ଯାଉଛନ୍ତି ବୋଲି କହି ଘରୁ ଯାଉଥିଲେ ସେ କଥା ମିଛ ଥିଲା । କୋର୍ଟର ନିର୍ଦେଶ ଅନୁସାରେ ତପସ୍ଵିନୀଙ୍କର ସବୁ ଦାୟିତ୍ଵ ସୁମିତ ନେଇଥିଲେ ମଧ୍ୟ ଦୀର୍ଘ ୩ ଦିନ ହେବେ ସେ ଖାଇଛନ୍ତି କି ନାହି କେମିତି ଅଛନ୍ତି ତାର ଖବର ରଖି ନାହାନ୍ତି ସୁମିତ ।
ବର୍ତ୍ତମାନ ତପସ୍ଵିନୀ ଆସ୍କାରେ ଅଛନ୍ତି । ସେ ବାଲିଶିରା ଯିବା ପାଇଁ ବାହାରିଥିଲେ କାରଣ ସେଟହରେ ସୁମିତ ରହୁଛନ୍ତି ବୋଲି ସୂଚନା ମିଳିଥିଲା । ଏହି ସମୟରେ କାର ଗୋଟେ ଖୋଜିବା ପାଇଁ ଆଇଏସିଙ୍କୁ ନିବେଦନ କରିଥିଲେ । ଏମିତିକି କାର ଭଡା ତପସ୍ଵିନୀ କରିବେ ବୋଲି କହିଥିଲେ ।
କିନ୍ତୁ ଆଇଏସି ଫୋନ ଉଠାଇ ନ ଥିଲେ ବୋଲି ତପସ୍ଵିନୀ ଅ-ଭି-ଯୋ-ଗ କରିଛନ୍ତି । ଯେତେବେଳେ ସେ ନିଜେ କାର ଠିକ କରିଲେ ସେତେବେଳେ ତପସ୍ଵିନୀ ପୋଲିସ ପ୍ରୋଟେକ୍ସନ ମାଗିଥିଲେ କିନ୍ତୁ ପୋଲିସ ମନା କରିଥିଲେ । ତପସ୍ଵିନୀ କହିଛନ୍ତି ମୁଁ ସୋଇଥିଲା ବେଳେ କି ଅନ୍ୟ କୌଣସି କାମ କରିବା ସମୟରେ ଘର ବସି ପୋଲିସ ପ୍ରୋଟେକ୍ସନ ଯୋଗାଇ ଦେଉଛି କିନ୍ତୁ ମୁଁ ବାହାରକୁ ଯିବା ସମୟରେ ପୋଲିସ କଣ ପାଇଁ ପ୍ରୋଟେକ୍ସନ ଦେବା ପାଇଁ ମନା କରି ଦେଉଛି ।
ଲିଖିତ ଆକାରରେ ତପସ୍ଵିନୀ ତାଙ୍କର ଯଦି କିଛି ହୋଇଯାଏ ତେବେ ଆଇଏସି ଦାୟୀ ହେବେ ବୋଲି କହିବା ପରେ ମଧ୍ୟ ଆଇଏସି ଗ୍ରହଣ କରିଲେ ନାହି । ଯେତେବେଳେ ତପସ୍ଵିନୀ ହସ୍ପିଟାଲରୁ କିଛି ପ୍ରମାଣ ଆଣିବା ପାଇଁ ଯାଉଥିଲେ ସେତେବେଳେ ହସ୍ପିଟାଲ କର୍ତ୍ତୁପାଖ ଗେଟରେ ତାଲା ପକାଇ ଦେଇଥିଲେ ବୋଲି ଅ-ଭି-ଯୋ-ଗ କରିଛନ୍ତି ତପସ୍ଵିନୀ ।
ମୋ ପ୍ରତି ବହୁତ ଅନ୍ୟାୟ ହେବା ସହ ଯେଉଁ ମାନେ ଭୁଲ କରୁଛନ୍ତି ସେମାନଙ୍କୁ ସାଥି ମିଳୁ ନାହି ବୋଲି କହିଛନ୍ତି ତପସ୍ଵିନୀ । ଯଦି ମୁଁ କିଛି ଭୁଲ କରିନାହି ତେବେ ମୋତେ ଏତେ ହଇରାଣ କଣ ପାଇଁ କରା ଯାଉଛି, ଯଦି ସୁମିତଙ୍କର ବାପାଙ୍କର ଗୋଟେ ଝିଅ ଥାନ୍ତା ତେବେ ତା ସହ କଣ ଏମିତି ହୋଇଥାନ୍ତା ନାଁ ସୁମିତଙ୍କ ଭଉଣୀ ଥିଲେ ଏମିତି ହୋଇଥାନ୍ତା । ତପସ୍ଵିନୀ ଏକା ଆଗକୁ ଲଢିବେ ବୋଲି କହିଛନ୍ତି ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।