ମଣିଷ ଜୀବନରେ ଏମିତି ଏକ ସମୟ ଆସିଥାଏ ଯେବେ ତାର ଶରୀର ସାଥ ଦେଇନ ଥାଏ ଓ ତାର ଆତ୍ମା ନଶ୍ଵର ଶରୀର ରୁ ଅଲାଗ ହୋଇଯାଏ । ଏହାକୁ ଆମେ ମୃତ୍ୟୁ କହିଥାଉ । ଏମିତିରେ ମୃତ୍ୟୁ ସମସ୍ତଙ୍କୁ ଦିନେ ନା ଦିନେ ଆସିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ମୃତ୍ୟୁ ର ମଧ୍ୟ ଅନେକ ପ୍ରକାର ହୋଇଥାଏ । କାହାର ମୃତ୍ୟୁ ଅଚାନକ ହୋଇଥାଏ ତ ଆଉ କାହାର ବର୍ଷ ବର୍ଷ ବଞ୍ଚିବା ପରେ ମୃତ୍ୟୁ ଆସିଥାଏ । ଏମିତି କଣ ପାଇଁ ହୋଇଥାଏ ଆଉ ଗରୁଡ ପୁରାଣ ଅନୁଯାୟୀ ମୃତ୍ୟୁ କେତେ ପ୍ରକାରର ହୋଇଥାଏ ତାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ଗରୁଡ ପୁରାଣ ଅନୁଯାୟୀ ମୃତ୍ୟୁ ୩ ପ୍ରକାରର ଯଥା ସ୍ଵାଭାବିକ, ଆକସ୍ମିକ ଓ ଅକାଳ ମୃତ୍ୟୁ । ଗରୁଡ ପୂରଣ ଅନୁଯାୟୀ ସ୍ଵାଭାବିକ ମୃତ୍ୟୁ ପୂର୍ବ ଓ ବର୍ତ୍ତମାନର ଜନ୍ମ ପରେ ଆସିଥାଏ । କେବେ କେବେ ମଣିଷ ନିଜର ବର୍ତ୍ତମାନ ବା ପୂର୍ବର ଜନ୍ମରେ ଏମିତି କିଛି ପାପ କରିଥାଏ ଯାହା ପାଇଁ ତରା ମୃତ୍ୟୁ ସମୟ ପୂର୍ବରୁ ହୋଇଥାଏ ତାହା ସ୍ଵାଭାବିକ ମୃତ୍ୟୁ ହୋଇଥାଏ । ଗରୁଡ ପୁରାଣ ଅନୁଯାୟୀ ପୂର୍ବ ଜନ୍ମର ପାପ କାରଣରୁ ଯେବେ କାହାର ମୃତ୍ୟୁ ନିର୍ଧାରିତ ସମୟ ପୂର୍ବରୁ ହୋଇଯାଏ ଠାକୁ ଆକସ୍ମିକ ମୃତ୍ୟୁ କୁହାଯାଏ ।
ଅକାଳ ମୃତ୍ୟୁକୁ ଈଶ୍ବରଙ୍କ ଦଣ୍ଡ ମାନାଯାଇଥାଏ । ଯେଉଁଥିରେ ବ୍ଯକ୍ତିର ଶରୀର ଛିନ୍ନ ହୋଇଯାଏ କିନ୍ତୁ ତାର ଆତ୍ମାକୁ ପରଲୋକରେ ପ୍ରବେଶ କରିବାକୁ ଦିଆଯାଏ ନାହି । ଯେବେ ଯାଏଁ ବାସ୍ତବିକ ମୃତ୍ୟୁର ସମୟ ନ ଆସିଥାଏ ସେ ବୀନା ଶରୀରରେ ଆତ୍ମା ହୋଇ ଘୁରି ବୁଲିଥାଏ । ବର୍ତ୍ତମାନ ସମୟରେ କରିଥିବା କୌଣସି କର୍ମ ବା ପାପ କାରଣରୁ ଜୀବନ ନେବାକୁ ବାଧ୍ୟ କରିଥାଏ । ଉଦାହରଣ ବିଷ ପିଇବା, ଆତ୍ମହତ୍ୟା କରିବା ଇତ୍ୟାଦି ଅକାଳ ମୃତ୍ୟୁ ହୋଇଥାଏ ।
ତେବେ ଆକସ୍ମିକରେ ବ୍ୟକ୍ତି ନିଜର ହତ୍ୟା କରେ ନାହି ବରଂ ସମୟ ନିର୍ଧାରିତ ପୂର୍ବରୁ ମୃତ୍ୟୁ ହୋଇଯାଏ । କିନ୍ତୁ ଅକାଳ ମୃତ୍ୟୁରେ ବ୍ୟକ୍ତି ଆତ୍ମହତ୍ୟା କରିଥାଏ । ଅକାଳ ମୃତ୍ୟୁ ହେଲେ ବ୍ୟକ୍ତି ସଂସରେ ଆତ୍ମା ହୋଇ ଘୁରି ବୁଲୁଥାଏ ଯେବେ ଯାଏଁ ପ୍ରକୃତି ଦ୍ଵାରା ନିର୍ଧାରିତ ହୋଇଥିବା ଜୀବନ ଚକ୍ରକୁ ପୁରା ନ କରିଥିବ । ତେବେ ସେହି ଜୀବ ନିଜ ମାର ଗର୍ଭରେ ଆସିଥାଏ ଓ ଜନ୍ମ ନେଇଥାଏ । ଶାସ୍ତ୍ର ଅନୁଯାୟୀ ମୃତ୍ୟୁ ୬ ପ୍ରକାରର ହୋଇଥାଏ ।
ଏବେ ବ୍ଯକ୍ତିର ମୃତ୍ୟୁ ଜନ୍ମରୁ ୮ ବର୍ଷ ମଧ୍ୟରେ ହୋଇଯାଏ ଠାକୁ ବାଲାରିଷ୍ଟ ମୃତ୍ୟୁ କୁହାଯାଏ । ବ୍ଯକ୍ତିର ୮ ବର୍ଷରୁ ନେଇ ୨୦ ବର୍ଷ ମଧ୍ୟରେ ମୃତ୍ୟୁ ହେଲେ ତାହାକୁ ଯୋଗାରିଷ୍ଟ ମୃତ୍ୟୁ କୁହାଯାଏ । ବ୍ଯକ୍ତିର ମୃତ୍ୟୁ ୨୦ରୁ ୩୨ ବର୍ଷ ମଧ୍ୟରେ ହୋଇଥାଏ ତାହାକୁ ଅଳ୍ପାୟୁ ମୃତ୍ୟୁ କୁହାଯାଏ । ୩୨ରୁ ୬୪ ବର୍ଷ ମଧ୍ୟରେ ମୃତ୍ୟୁକୁ ମଧ୍ୟାୟୁ ମୃତ୍ୟୁ କୁହାଯାଏ । ୬୪ରୁ ୧୨୦ ବର୍ଷ ମଧ୍ୟରେ ମୃତ୍ୟୁ ହେଲେ ତାହାକୁ ଦୀର୍ଘାୟୁ ଯୋଗ ମୃତ୍ୟୁ କୁହାଯାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।