ବନ୍ଧୁଗଣ ଅନେକ ଥର ଲୋକଙ୍କ ଠାରେ ଭୁଲ ବୁଝାମଣା ହୋଇଥାଏ କି ସେମାନଙ୍କ ଜନ୍ମ ତିଥି ସେମାନଙ୍କର ଲକି ନମ୍ବର ହୋଇଥାଏ । କିନ୍ତୁ ଏମିତି ହୁଏ ନାହି । ଜନ୍ମ ତିଥି ଆଧାରରେ ମଣିଷର ମୂଲ୍ୟାଙ୍କନ କରା ଯାଇଥାଏ । ମଣିଷର ମୂଲ୍ୟାଙ୍କନ ଆଧାର ରେ ବ୍ୟକ୍ତର ବ୍ୟକ୍ତିତ୍ବ ଜଣା ପଡିଥାଏ । ଏମିତି ମାନାଯାଏ କି ନମ୍ବର ର ଆମ ଜୀବନରେ ବିଶେଷ ମହତ୍ଵ ରହିଛି । ଆମ ଜୀବନରେ କିଛି ନା କିଛି ଲକି ନମ୍ବର ରହିଛି । ଏହି ଲକି ନମ୍ବର ବିଷୟରେ ଖାସ କଥା କଥା ଜାଣିବା ଉଚିତ ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ବନ୍ଧୁଗଣ ଆପଣ ନିଜର ଜନ୍ମ ଡେଟ ଅନୁଯାୟୀ କେମିତି ଜଣାଇବେ ଲକି ନମ୍ବର ଆସନ୍ତୁ ଜାଣିବା । ମାନି ନିଅନ୍ତୁ କି ଆପଣଙ୍କର ଜନ୍ମ ତାରିଖ ନଭେମ୍ବର ୧୭ ୧୯୮୪ ମସିହା । ଏହି ସବୁ ନମ୍ବର କୁ ଆପଣ ଅଙ୍କ ରେ ଯେମିତିକି ୧୭-୧୧-୧୯୮୪ ଏମିତି ଲେଖନ୍ତୁ । ଏବେ ସବୁ ନମ୍ବର ର ଗଣନା କରନ୍ତୁ । ସର୍ବ ପ୍ରଥମେ ଆପଣ ତାରିଖ ଅର୍ଥାତ ୧୭ କୁ ଯୋଡି ୧+୭ = ୮ । ଏହା ପରେ ଆସିବ ଆପଣଙ୍କ ଜନ୍ମ ମାସ । ଆପଣଙ୍କ ଜନ୍ମ ମାସ ନଭେମ୍ବର ଅର୍ଥାତ ୧୧ ମାସ କୁ ଯୋଡନ୍ତୁ ।
ଅର୍ଥାତ ୧+୧= ୨ । ଏହା ପରେ ଆସିବ ଆପଣଙ୍କ ଜନ୍ମ ବର୍ଷ ର ତାରିଖ । ଆପଣ ଏବେ ବର୍ଷ ର ଅଙ୍କ କୁ ଯୋଡି ଦିଅନ୍ତୁ । ଯେମିତି ୧୯୮୪ = ୧+୯+୮+୪ = ୨୨ । ଏବେ ଆପଣଙ୍କୁ ମିଳିଗଲା ୩ଟି ଅଲଗା ଅଲଗା ନମ୍ବର । ସେହି ନମ୍ବର ହେଉଛି ୮, ୨ ଓ ୨୨ । ଏବେ ଏହି ୩ଟି ନମ୍ବର କୁ ଯୋଡି ଦିଅନ୍ତୁ । ଅର୍ଥାତ ୮+୨+୨୨ = ୩୨ । ଏବେ ଭାଗ୍ୟାଙ୍କ ପାଇଁ ଗୋଟିଏ ମାତ୍ର ନମ୍ବର ଦରକାର । ଏହି ନମ୍ବର ଗୁଡିକୁ ଆପଣ ସେ ପର୍ଯ୍ୟନ୍ତ ଯୋଡି ଚାଲନ୍ତୁ ଯେବେ ଯାଏଁ ଆପଣଙ୍କୁ ଏକ ମାତ୍ର ନମ୍ବର ନ ମିଳିଯିବ ।
ଏବେ ଆପଣ ଯୋଡିବେ ୩୨ ଅର୍ଥାତ ୩+୨ = ୫ । ଏହାର ଅର୍ଥ ହେଲା କି ଯେଉଁ ମାନେ ନଭେମ୍ବର ୧୭ ୧୯୮୪ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି ସେମାନଙ୍କର ଲକି ନମ୍ବର ହେଉଛି ୫ । ଆପଣ ଏଭଳି କାଲକୁଲେସନ କରି ଜନ୍ମ ତିଥି ଅନୁଯାୟୀ ନିଜର ଲକି ନମ୍ବର ବାହାର କରି ପାରିବେ ।
ଆପଣ କୌଣସି ଭଲ କାମ କରିବାକୁ ଚାହୁଁ ଥିଲେ ଲକି ନମ୍ବର ଅନୁଯାୟୀ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ସଫଳତା ପ୍ରାପ୍ତ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।