ଅଜବ ନିୟମ ହେଉଛି ବାଲକୁନିରେ ଲୁଗା ଶୁଖାଇଲେ ଦେବାକୁ ପଡିବ ଜୋରିମାନା । ସାଧାରଣତ ଘର ମାନଙ୍କରେ ଲୋକ ମାନେ ବାଲକୁନିରେ ଲୁଗା ଶୁଖାଇଥାନ୍ତି । ଏହା କେବଳ ଭାରତ ନୁହେ ବରଂ ବିଶ୍ଵର ଅନେକ ରାଷ୍ଟ୍ରରେ ଦେଖିବାକୁ ମିଳିଥାଏ । ଏବେ ବାଲ୍କୁନୀରେ ଲୁଗା ଶୁଖାଇଲେ ମୋଟା ରକମର ଟଙ୍କା ଦେବାକୁ ପଡିବ । ଏଭଳି ନିୟମ ଲାଗୁ ହୋଇଛି ଦୂବାଇରେ । ନିକଟରେ ଦୁବାଇରେ ଏଭଳି ନିୟମ ହୋଇଛି । ବିଶେଷ କରି ଦୁବାଇରେ ରହୁଥିବା ଭାରତୀୟଙ୍କ ପାଇଁ ଜାଣିବା ଆବଶ୍ୟକ ।
ଏଣିକି ଦୁବାଇରେ ବାଲ୍କୁନୀରେ ଲୁଗା ଶୁଖାଇବାକୁ ନେଇ ପ୍ରତିବନ୍ଧକ ଲଗା ଯାଇଛି । ଏହି ନିୟମକୁ ଯିଏ ଅବମାନନା କରିବ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟ ଅନୁଷ୍ଠାନ ସହ ଜୋରିମାନା ଦେବାକୁ ପଡିବ । କେବଳ ଏତିକି ନୁହେଁ ବରଂ ଯଦି ବାଲ୍କୁନୀରେ ସିଗାରେଟ ସେବନ କରିବା ସମୟରେ ଏହାର ଖଣ୍ଡ ତଳେ ପଡିଗଲେ ଜୋରିମାନା ଦେବାକୁ ପଡିବ ।
ଦୁବାଇ ନଗର ପାଳିକା ଆବର୍ଜନା ମୁକ୍ତ ରଖିବା ପାଇଁ ଏପରି ପଦକ୍ଷେପ ନିଆ ଯାଇଛି । ବାଲ୍କୁନୀରୁ ଅଳିଆ ଆବର୍ଜନା ପକାଇଲେ ବା ବାଲକୁନି ଧୋଇବା ସମୟରେ ପାଣି ତଳେ ପଡିଲେ ବା ବାଲ୍କୁନୀରେ ଲାଗିଥିବା ଏସିରୁ ପାଣି ତଳେ ପଡିଲେ ବା ପକ୍ଷୀଙ୍କୁ ଖାଇବାକୁ ଦେଲେ ବା ବାଲକୁନିରେ କୌଣସି ଆଣ୍ଟିନା ଲଗାଇଲେ ଜୋରିମାନା ଦେବାକୁ ପଡିବ ।
କେବଳ କାଗଜ କଲମରେ ଏହି ନିୟମ ସୀମିତ ରହିବ ନାହି ବରଂ ଏହି ନିୟମର ଉଲଙ୍ଘନ କରିଲେ ଜୋରିମାନା ଗଣିବାକୁ ପଡିବ । ଜାତୀୟ ଗଣ ମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜାରି ହୋଇଥିବା ନୂଆ ନିୟମର ଉଲଂଘନ କରିଲେ ୧୦ରୁ ୩୦ ହଜାର ଟଙ୍କାର ଜୋରିମାନା ଗଣିବାକୁ ପଡିବ । ଏ ନେଇ ନଗର ପାଳିକା ତରଫରୁ ଟ୍ଵିଟ କରି କୁହା ଯାଇଛି ଯେ ବାଲକୁନି ର ଅପବ୍ଯବହାର କରନ୍ତୁ ନାହି ।
ଏହାକୁ ସର୍ବଦା ସଫା ସୁତୁରା ରଖନ୍ତୁ । ବାଲକୁନି ରେ ଏପରି କିଛି କରନ୍ତୁ ଅନହି ଯାହା ଦ୍ଵାରା ବାଲକୁନି ଅପରିଷ୍କାର ଦେଖାଯିବ । ବାଲ୍କୁନୀ ର ଅପବ୍ଯବହାର ହେତୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଅସୁନ୍ଦର ପରିବେଶ ସୃଷ୍ଟି ହୋଇଯିବ । ଏହା ସହ ଦୁବାଇ କୁ ଆସୁଥିବା ପର୍ଯ୍ୟଟକ ଙ୍କ ମନରେ ସହରର ସ୍ଵଚ୍ଛ ଛବି ସୃଷ୍ଟି କରିବାକୁ ଏଭଳି ନୂଆ ଉପାୟ ସରକାର ଙ୍କ ପକ୍ଷ ରୁ ଆପଣାଇ ଥିବାର କୁହା ଯାଉଛି ।
ଏହା ପୂର୍ବରୁ ୨୦୧୮ ରେ କୁଏତ ରେ ମଧ୍ୟ ଏଭଳି ନିୟମ ଜାରି କରା ଯାଇଥିଲା । ସ୍ଵଚ୍ଛତା କୁ ଗୁରୁତ୍ଵ ଦେବା ପାଇଁ ନିଜର ଦେଶର ନାଗରିକ ଙ୍କ ପାଇଁ ଏଭଳି ନିୟମ ଜାରି କରିଥିବା କୁଏତ । ତେବେ ଦୁବାଇ ସରକାର ନିଜ ଦେଶର ସୁନ୍ଦରତା ବୃଦ୍ଧି କରିବା ପାଇଁ ଯେଉଁ ନୂଆ ପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସା ଯୋଗ୍ୟ ହୋଇଥିଲେ ମଧ୍ୟ ଅନ୍ୟ କ୍ଷେତ୍ରରେ ଏହା ଲୋକ ମାନଙ୍କ ଉପରେ କିଛି ପ୍ରଭାବ ପକାଇପାରେ ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଲୁଗା ସୁଖାଇବା ନେଇ ଜୋରିମାନା ଦେବାକୁ ପଡିବ ବାବଦରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।