ପ୍ରତେକ ବ୍ୟକ୍ତି ଜୀବନରେ ସଫଳତା ପାଇବାକୁ ଇଚ୍ଛା ରଖିଥାଏ । କିନ୍ତୁ କିଛି କ୍ଷେତ୍ର ରେ ଏହା କାର୍ଯ୍ୟକାରୀ ହୋଇଥାଏ ତ ଆଉ କିଛି କ୍ଷେତ୍ର ରେ ହପୋଇପାରେ ନାହି । ବିଜୟ ପାଇବାକୁ ମଣିଷ ଯେ କୌଣସି ସ୍ତର ବି ଯାଇଥାଏ । କିଛି ମଣିଷ ଏ ଦୁନିଆରେ ଏମିତି ଅଛନ୍ତି ଯେଉଁ ମାନେ ଭଲ ରାସ୍ତା ଆପଣେଇଥାନ୍ତି ତ ଆଉ କିଛି ଲୋକ ମାନେ ଖରାପ ରାସ୍ତା ବାଛିଥାନ୍ତି । ଯାହା ଫ୍ଲରେ ମଣିଷକୁ ତାର କର୍ମ ଅନୁଯାୟୀ ଫଳ ମିଳିଥାଏ ।

ଯଦି ମଣିଷ ଭଲ କାମ କରିଥାଏ ତେବେ ଭଲ ଫଳ ଓ ଖରାପ କର୍ମ କରିଥିଲେ ଖରାପ ଫଳ ପ୍ରାପ୍ତ କରିଥାଏ । ମଣିଷ ସବୁ ପ୍ରକାରର ଚେଷ୍ଟା କରିଥାଏ ସଫଳତା ପାଇବା ପାଇଁ । କିନ୍ତୁ ଭଗବନା ଶ୍ରୀ କୃଷ୍ଣଙ୍କ ମତରେ ମଣିଷ ବିଜୟ ଲାଭ ପାଇଁ ଯେ କୌଣସି ସ୍ତରକୁ ଖସିଯିବା ଉଚିତ ନୁହେଁ ।
ମଣିଷ ନିଜର ହରାଇଥିବା ମାନ ସମାନ ଧନ ସମ୍ପତି ପାଇବା ପାଇଁ କୌଣସି ଖରାପ କାମ କରିବା ଠିକ ନୁହେଁ ବୋଲି ଭଗବାନ କୃଷ୍ଣ କହିଛନ୍ତି । ମଣିଷ ଜୀବନରେ ବିଜୟ ଲାଭ କରିବାକୁ ହେଲେ ସତ ମାର୍ଗ ଆପଣେଇବା ଉଚିତ । ଯେଉଁ ବ୍ୟକ୍ତି ଜୀବନର କର୍ମ କ୍ଷେତ୍ର ରେ ହାରି ଯାଇଛି ଓ ସଫଳତା ପାଇବା ଏପାଇଁ ଅନ୍ୟକୁ ବାଜି ଲଗାଇଥାଏ ସେ ତା ଜୀବନରେ କେବେ ବି ସଫଳ ହୁଏ ନାହି ।

ଅନେକ ସମୟରେ ମଣିଷ ନିଜର ସଫଳତା ହାସଲ କରିବା ପାଇଁ କିଛି ଅମୂଲ୍ୟ ଧନ ବାଜି ଲଗାଇଥାଏ । ଏହା କିନ୍ତୁ ଉଚିତ ନୁହେଁ । କିଛି ମଣିଷ ଏମିତି ଅଛନ୍ତି ଯେଉଁ ମାନେ ନିଜର ଖୁସି ପାଇଁ ଅନ୍ୟ ର ଜୀବନକୁ ବାଜି ଲଗାଇ ଦେଇଥାନ୍ତି । କିନ୍ତୁ ଏହା କରିବା ଉଚିତ ନୁହେଁ ବୋଲି ଭଗବାନ କୃଷ୍ଣ ରାଏ ଦେଇଛନ୍ତି ।
ଯେ କୌଣସି ବଡ ବିପଦ ଆସୁ ନାଁ କାହିଁକି ମଣିଷକୁ ନିଜ ଲୋକଙ୍କୁ କେବେ ବି ଅନ୍ୟ ପାଖରେ ବା ନିଜର ସ୍ଵାର୍ଥ ହାସଲ ପାଇଁ ବାଜି ଲଗାଇବା ଉଚିତ ନୁହେଁ । ବରଂ ସର୍ବଦା ନିଜ ଲୋକଙ୍କୁ ପାଖରେ ରଖିବାକୁ ନିଜର ଶେଷ ସମୟ ଯାଏଁ ଚେଷ୍ଟା ଜାରି ରଖିବା ଉଚିତ । ନିଜର ବିଜୟ ପାଇଁ ନିଜ ଲୋକଙ୍କୁ କେବେ ବି ଭୁଲରେ ବଜାଇ ଲଗାଇବା ଉଚିତ ନୁହେଁ ।

ଏମିତି ଭୁଲ ଆପଣ ମାନେ କେବେ କରିବେ ନାହି । କାରଣ ଯେଉଁ ବ୍ୟକ୍ତି ନିଜ ଖୁସି ପାଇଁ ନିଜ ପରିବାର ଲୋକଙ୍କୁ ବାଜି ଲଗାଇଥାଏ ବା ତାଙ୍କ ଖୁସିକୁ ଛଡାଇ ନେଇଥାଏ ସେହି ବ୍ୟକ୍ତି କେବେ ବି ଜୀବନରେ ଖୁସିରେ ରହିପାରେ ନାହି କି ସଫଳତା ପାଇ ପାରେ ନାହି । ତେଣୁ ବ୍ୟକ୍ତି ଜୀବନରେ ସଫଳତା ହାସଲ ପାଇଁ କଠିନ ପରିଶ୍ରମ କରିବା ସହ ସତ ମାର୍ଗରେ ଚାଲିବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
