ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ନାମକ ଏକ ପ୍ରାଚୀନ ଗ୍ରନ୍ଥରେ ମନୁଷ୍ୟ ଶରୀରର ଯଥା ଗୋଡ ଠାରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ଶରୀର ଗଠନକୁ ତାହାର ସଂପୂର୍ଣ୍ଣ ବ୍ୟକ୍ତିତ୍ଵ ବିଷୟରେ ବର୍ଣ୍ଣନା କରାଯାଇଛି । ଯେପରି ବ୍ୟକ୍ତି ଶରୀରରେ କଳାଜାଇ କେଉଁ ସ୍ଥାନରେ ରହିବାକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ ତାହା ସପର୍କରେ ମଧ୍ୟ ସାମୁଦ୍ରିକ ଶାସ୍ତ୍ରରେ ବେଶ ଭଲ ଭାବେ ବର୍ଣ୍ଣନା କରାଯାଇଛି । ପ୍ରାଚୀନ କାଳର ଋଷି ମୁନିଙ୍କ କହିବା ଅନୁସାରେ ଗ୍ରହର ସ୍ଥିତିମାନଙ୍କ କାରଣରୁ ମନୁଷ୍ୟର ଶରୀରର ଭିନ୍ନ ଭିନ୍ନ ଅଙ୍ଗରେ ଅନେକ କଳାଜାଇ ହୋଇଥାଏ ।
ଶରୀରରେ ଥିବା କଳାଜାଇ ଆଧାରରେ ଆମେ ସେହି ବ୍ୟକ୍ତିର ବ୍ୟକ୍ତିତ୍ବ ଏବଂ ଭବିଷ୍ୟତ ସହ ଜଡିତ କିଛି କଥା କହିପାରିବୁ । 1- ସମୁଦ୍ର ଶାସ୍ତ୍ର ଅନୁସାରେ କପାଳରେ କଳାଜାଇ ରହିବା ବହୁତ ଶୁଭ ହୋଇଥାଏ । ବହୁତ କମ ଲୋକମାନଙ୍କ କପାଳରେ କଳାଜାଇ ଥାଏ । ସେମାନେ ବୁଦ୍ଧିମାନ ହେବା ସହିତ ଧନୀ ବି ହୋଇଥାନ୍ତି । କିନ୍ତୁ ଏହା ଜରୁରୀ ହୋଇଥାଏ କି କପାଳର କେଉଁ ଅଂଶରେ କଳାଜାଇ ଅଛି ।
ଯଦି ଆପଣଙ୍କ କପାଳର ବାମ ପଟେ କଳାଜାଇ ଅଛି ତେବେ ଆପଣଙ୍କ ବୟସ ବଢିବା ସହିତ ଆପଣ ଆହୁରି ଅଧିକ ଧନୀ ହୋଇ ଯିବେ । ଆପଣଙ୍କୁ ପୁରା ଦୁନିଆ ବୁଲିବା ପାଇଁ ସୁଯୋଗ ମିଳିପାରେ । କିନ୍ତୁ ଯଦି କପାଳର ଡାହାଣ ପଟେ କଳାଜାଇ ଅଛି ତେବେ ଆପଣ କଞ୍ଜୁସ ବ୍ୟକ୍ତି ହୋଇ ପାରନ୍ତି । ଭବିଷ୍ୟତରେ ଅପାର ଧନର ପ୍ରାପ୍ତି ହେବ । ଯେଉଁ ବ୍ୟକ୍ତିର କପାଳର ମଝିରେ କଳାଜାଇ ରହିଥାଏ । ତେବେ ସେହି ବ୍ୟକ୍ତି ବହୁତ ମାନସମ୍ମାନର ଅଧିକାରୀ ହୋଇବା ସହ ତାଙ୍କୁ ଭଲ ଜୀବନସାଥିଟିଏ ମିଳିଥାଏ ।
2- ସମୁଦ୍ର ଶାସ୍ତ୍ର ଅନୁସାରେ ଡାହାଣ ପଟ ଆଖି ପତାର ଉପର ଅଂଶରେ କଳାଜାଇ ରହିବା ବହୁତ ଶୁଭ ହୋଇଥାଏ । ଏହିଭଳି ଲୋକମାନେ ବହୁତ ଜଲ୍ଦି ଧନୀ ହୋଇଥାନ୍ତି । ଭବିଷ୍ୟତରେ ବହୁତ ନାଁ କରନ୍ତି କିନ୍ତୁ ଯଦି ତଳେ କଳାଜାଇ ଅଛି ଏହିଭଳି ବ୍ୟକ୍ତି ଖର୍ଚୀ ସ୍ଵଭାବର ହୋଇଥାନ୍ତି ।
3- ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଛାତି ଉପରେ କଳାଜାଇ ରହିବା ସୌଭାଗ୍ୟର ସଂକେତ ଅଟେ । ଯେଉଁ ମହିଳାମାନଙ୍କ ଛାତିରେ କଳାଜାଇ ଥାଏ ସେମାନଙ୍କୁ ସରକାରୀ ଚାକିରି ମିଳିଥାଏ । ପୁରୁଷଙ୍କ ଛାତିରେ କଳାଜାଇ ରହିବା ତାଙ୍କ ପାଇଁ ସୌଭାଗ୍ୟର କଥା ଅଟେ । ଏହିଭଳି ପୁରୁଷ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ନିଜ ଦମରେ ଟଙ୍କା ଆୟ କରନ୍ତି ।
4- ସାମୁଦ୍ରିକ ଶାସ୍ତ୍ର ଅନୁସାରେ କାନରେ କଳାଜାଇ ଥିବା ଲୋକମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହିଭଳି ଲୋକମାନଙ୍କ ପାଖରେ ସବୁବେଳେ ଟଙ୍କା ଆସୁଥାଏ ଓ ଏମାନେ ଟଙ୍କାର ସଠିକ ଉପଯୋଗ କରିବା ବିଷୟରେ ବି ଜାଣିଛନ୍ତି । ଯେଉଁ କାରଣରୁ ଏମାନଙ୍କୁ ଭବିଷ୍ୟତରେ ବହୁତ ଅଧିକ ଲାଭ ମିଳିଥାଏ ।
ବନ୍ଧୁଗଣ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ