ବନ୍ଧୁଗଣ ଆମେ ଆଜି ବି ପୁରୁଷ ପ୍ରଧାନ ଦେଶରେ ରହୁଛୁ । ଅଧିକାଂଶ ଘରେ ଯେବେ ଝିଅ ଜନ୍ମ ହୁଏ ସେଠାରେ ନିରାଶ ଦେଖାଯାଏ । ଏହା ଆମ ଅନୁଷ୍ୟଙ୍କର ଅଜ୍ଞାନତା ଅଟେ ଯିଏ ଝିଅଙ୍କୁ ବୋଝ ଭାବିଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଲେ ଝିଅ ଜନ୍ମ ପ୍ରତେକଙ୍କ ଘରେ ହୁଏ ନାହି । ଝିଅ ଜନ୍ମ ସେଇ ଘରେ ହୋଇଥାଏ ଯିଏ ଭାଗ୍ୟଶାଳୀ ହେବ ସହ ପୂର୍ବ ଜନ୍ମରେ ପୂଣ୍ୟ ଅର୍ଜିତ କରିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଭଗବାନ କିଭଳି ଝିଅ ଜନ୍ମ ଦେବା ପାଇଁ ଚୟନ କରିଥାନ୍ତି ଏବଂ କେଉଁ ପୂଣ୍ୟ କର୍ମ ପାଇଁ କେହି ମଣିଷ ଝିଅର ବାପା-ମା ହୋଇଥାନ୍ତି ।
ଥରେ ଅର୍ଜୁନ ଭଗବାନ କୃଷ୍ଣଙ୍କୁ ପଚାରିଲେ ଭଗବାନ କେଉଁ ଘରେ ଝିଅଙ୍କ ଜନ୍ମ ହୋଇଥାଏ ବା କେମିତି ଘରେ ଝିଅଙ୍କ ଜନ୍ମ ହୋଇଥାଏ ? ଉତ୍ତରରେ କୃଷ୍ଣ କହିଲେ ହେ ପାର୍ଥ ଯେବେ କୌଣସି ଘରେ ପୁଅ ଭାଗ୍ୟରେ ହୋଇଥାନ୍ତି ତ ଝିଅ ସୌଭାଗ୍ୟରେ ହୋଇଥାନ୍ତି । ଯେଉଁ ଦମ୍ପତି ପୂର୍ବ ଜନ୍ମରେ ପୂଣ୍ୟ କରିଥାନ୍ତି ସେମାନଙ୍କୁ ଝିଅର ବାପା-ମା ହେବାର ସୁଖ ମିଳିଥାଏ । ଝିଅଙ୍କ ଜନ୍ମ ପାଇଁ ସେହି ଘରକୁ ଚୟନ କରାଯାଏ ଯିଏ ଭାର ସମ୍ଭାଳି ପାରିବ ।
କାରଣ ୩ ଲୋକରେ ଝିଅମାନେ ଏମିତି ହୋଇଥାନ୍ତି ଯାହାର ଭାର କେହି ସହିପାରିବେ ନାହି । ଯେଉଁ ଦିନ ଝିଅଙ୍କର ଜନ୍ମ ନେବା ବନ୍ଦ ହୋଇଯିବ ସେହିଦିନ ପୃଥିବୀର ଅନ୍ତ ହେବ । ପୁଅମାନେ ଏକ କୂଳରୁ ଡାଇତ୍ଵ ନିଭାଇଥାନ୍ତି । କିନ୍ତୁ ଝିଅମାନେ ବାପା-ମାଙ୍କ କୁଳକୁ ରୋଷନ କରିବା ସହ ଶ୍ଵଶୁର ଘରକୁ ମଧ୍ୟ ଦେଖିଥାନ୍ତି । ହିନ୍ଦୁ ଶାସ୍ତ୍ରରେ କୁହଯାଇଛି ଝିଅମାନେ ପିତାଙ୍କର ପିଣ୍ଡ ଦାନ କରିପାରିବେ । ସେହିପରି ଶ୍ଵଶୁର ଘରେ କେହି ପୁରୁଷ ନ ଥିଲେ ବୋହୂ ମଧ୍ୟ ପିଣ୍ଡ ଦାନ କରିପାରିବ ।
ତେଣୁ ସେମାନେ ବହୁତ କିସ୍ମତବାଲା ହୋଇଥାନ୍ତି ଯାହାଙ୍କ ଉପରେ ଝିଅ ଜନ୍ମ ନେଇଥାନ୍ତି । ପ୍ରବଳ କିସ୍ମତବାଲା ସେମାନେ ହୋଇଥାନ୍ତି ଯେଉଁ ମାନଙ୍କ ଘରେ ଅଧିକରୁ ଅଧିକ ଝିଅ ଜନ୍ମ ନେଇଥାଏ । ଏହି କାରଣରୁ ଝିଅଙ୍କୁ ଲକ୍ଷ୍ମୀ କୁହାଯାଏ । ଯଦି କୌଣସି ପୁରୁଷ ସ୍ବଭାବରେ ସ୍ତ୍ରୀଙ୍କ ଆଚରଣ କରିଥାଏ ବା ସେହି କାମ କରିବାକୁ ଚାହିଁବ ଯାହା ସ୍ତ୍ରୀ କରିଥାନ୍ତି ସେ ପର ଜନ୍ମରେ ସ୍ତ୍ରୀ ରୂପେ ଜନ୍ମ ନେଇଥାଏ ।
ଗରୁଡ ପୁରାଣ ଅନୁଯାୟୀ ବ୍ଯକ୍ତିର ମୃତ୍ୟୁ ସମୟର ଶେଷରେ କୌଣସି ସ୍ତ୍ରୀଙ୍କୁ ମନେ ପକାଇଥାଏ ତେବେ ସେ ପର ଜନ୍ମରେ ସ୍ତ୍ରୀ ଉପରେ ଜନ୍ମ ନେଇଥାଏ । ବ୍ୟକ୍ତି ମୃତ୍ୟୁର ସେସ ସମୟରେ ଭଗବାନଙ୍କ ନାମ ନେଲେ ମୁକ୍ତି ମାର୍ଗକୁ ଅଗ୍ରସର ହୋଇଥାଏ ।
ତେଣୁ ଝିଅ ମାନଙ୍କ ଜନ୍ମ କିଛି ଖାସ ଲୋକଙ୍କ ଘରେ ହୋଇଥାଏ । ପୁଅ ମାନଙ୍କ ଭଳି ଝିଅ ମାନଙ୍କୁ ଅଧିକ ସ୍ବାଧିନତା ଦେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।