Special Report: ଆତ୍ମହତ୍ୟା କରିବା ପୂର୍ବରୁ କିଛି ଏମିତି ଲେଖି ଦେଇ ଗଲା ନାବାଳିକା ଦୁଷ୍କର୍ମ ପୀଡ଼ିତା…. ଯାହା ଲେଖିଛି ପଢି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କୁ ଜଣେ ନାବାଳିକାଙ୍କ ଦୁଖଦ କାହାଣୀ ବିଷୟରେ କହିବାକୁ ଯାଉଛୁ । କାରଣ ନାବାଳିକାଙ୍କ ଗଣ ଦୁଷ୍କର୍ମ ହେବା ପରେ ସେ ଏମିତି କିଛି ଚିଠିରେ ଲେଖି ଆତ୍ମହତ୍ୟା କରିଛନ୍ତି । ଏହି ଚିଠିରେ ନାବାଳିକା ଜଣକ ଲେଖିଛନ୍ତି ଯେ କେଉଁ ଶିକ୍ଷକଙ୍କ ଉପରେ ଭରସା ନାହି, ନାଁ କେଉଁ ସମ୍ପର୍କୀୟଙ୍କ ଉପରେ, ଏବେ ଝିଅ ମାନଙ୍କ ପାଇଁ ମାଆର ଗର୍ଭ ଆଉ ମସାଣି ହିଁ ସୁରକ୍ଷିତ ସ୍ଥାନ ।

ଏବେ ଆଉ ମୁଁ ସହି ପାରୁନି, ପାଠ ପଢିବାରେ ମନ ବି ଲାଗୁନି, ମତେ ବାରମ୍ବାର ଖରାପ ସ୍ଵପ୍ନ ଆସୁଛି, ଯାହା ମତେ ବଞ୍ଚିବାକୁ ଦଉନି , ଶେଷରେ ଏତିକି କହିବି ସବୁ ବାପା ମା ନିଜ ପୁଅ ମାନଙ୍କୁ ଝିଅ ମାନଙ୍କୁ ପ୍ରତି ସମ୍ନାନ ଶିଖାଇବା ଦରକାର । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ନାବାଳିକା । ସେହି ନାବାଳିକାଙ୍କ ମନରେ କେତେ ଦୁଖ ଯନ୍ତ୍ରଣା ଭାରି ରହିଛି ତାହା ଏହି ଚିଠିରେ ଲେଖାଥିବା କଥାରୁ ଜଣା ପଡୁଛି ।

ଏ ସମାଜ ତା ପ୍ରତି କେତେ କଠୋର ହୋଇ ପଡିଛି ତାହା ସ୍ପଷ୍ଟ ଜଣା ପଡୁଛି । ନାବାଳିକା କାହାରି ଉପରେ ଭରସା ନ କରି ଶେଷରେ ମୃତ୍ୟୁର ରାସ୍ତାକୁ ବାଛି ନେଇଥିଲା । ଚେନ୍ନାଇ ଉପକଣ୍ଠ ଅଞ୍ଚଳରେ ନିଜ ପାରିବା ସହ ରହୁଥିଲେ ଏହି ନାବାଳିକା । ସରକାରୀ ସ୍କୁଲରେ ସେ ଏକାଦଶ ଶ୍ରେଣୀ ରେ ପାଠ ପଢୁଥିଲେ ।

କିଛି ଦିନ ହେବ ସେ ତାଙ୍କ ସାଙ୍ଗ ମାନଙ୍କ ଠାରୁ ଅଲଗା ହୋଇ ଏକା ରହିବାକୁ ପସନ୍ଦ କରୁଥିଲା । କିନ୍ତୁ ଗତ କାଲି ନାବାଳିକା ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ ଦେହ ପାଖରୁ ସୁସାଇଟ ନୋଟ ଜବତ କରିଥିଲା ପୋଲିସ । ସୁସାଇଟ ନୋଟ ରୁ ସ୍ପଷ୍ଟ ଜଣା ପଡିଥିଲା ତାଙ୍କ ମୃତ୍ୟୁ ପଛରେ କାରଣ କଣ ରହିଛି ।

ସୂଚନା ଅନୁସାରେ ସେ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି ବୋଲି ଚିଠିରୁ ଜଣା ପଡିଥିଲା । ଶିକ୍ଷକରୂପି ତାଙ୍କୁ ଅନେକ ଦିନ ହେବ ଯୌନ ନିର୍ଯ୍ୟାତନା ଦେଉଥିଲା । ନାବାଳିକା ଜଣକ ଅନେକ ଦିନ ଏହି ଶୋଷଣକୁ ସାହି ଆସୁଥିଲେ । ନାଁ କାହାକୁ କହି ପାରୁଥିଲେ ନାଁ ସାହି ପାରୁଥିଲେ । ଶେଷରେ ନିଜର ଜୀବନ ହାରିବା ପାଇଁ ମନସ୍ଥ କରିଥିଲେ ନାବାଳିକା ଜଣକ ।

ସୂଚନା ଅନୁସାରେ ତାଙ୍କ ବାପା ମା କହିଛନ୍ତି ଯେ ତାଙ୍କ ଝିଅକୁ ଘରୋଇ ସ୍କୁଲରୁ ସରକାରୀ ସ୍କୁଲକୁ ସ୍ଥାନାନ୍ତର କରା ଯାଇଥିଲା । ଛାତ୍ରୀ ଜଣକ ୯ମ ଯାଏଁ ଘରୋଇ ବିଦ୍ୟାଳୟରେ ପାଠ ପଡିଥିଲେ । ଘରୋଇ ବିଦ୍ୟାଳୟର ଜଣେ ଶିକ୍ଷକ ତାଙ୍କୁ ଅନେକ ଦିନ ହେବ ଯୌନ ଶୋଷଣା କରି ଆସିଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ନାବାଳିକାଙ୍କୁ କେବେ ନ୍ୟାୟ ମିଳିବ ତାହା ଦେଖିବା ବାକି ରହିଲା ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *