ଜୀବନରେ ବହୁତ ଦୁଃଖୀ ରହୁଛନ୍ତି କି ! ଏହି କଥା ନିଶ୍ଚୟ ଜାଣନ୍ତୁ, ସବୁ ଦୁଃଖ ଭୁଲିଯିବେ… Motivational Speech

ବନ୍ଧୁଗଣ ଜୀବନରେ ସୁଖ ଅଛି ମାନେ ଦୁଃଖ ବି ନିହାତି ଭାବରେ ଅଛି । ସମସ୍ତଙ୍କ ଜୀବନରେ କେବେ ନା କେବେ ଦୁଃଖ ତ ଆସିଥାଏ । ତେବେ ସେହି ସମୟରେ ବ୍ୟକ୍ତିକୁ ତା’ ର ଜୀବନ ବୋଝ ହେଲା ପରି ମନେ ହୋଇଥାଏ । ସେ ସେହି ଦୁଃଖ କଷ୍ଟରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଥାଏ । ହେଲେ ଆମକୁ ସବୁବେଳେ ଗୋଟେ କଥା ମନେ ରଖିବାକୁ ପଡିବ । ଯେ ଜୀବନରେ ଯେତେ ବି ଦୁଃଖ ଆସିଥାଉ । ହେଲେ କେବେବି ଆମକୁ ହାର ମାନି ନେବା ଉଚିତ ନୁହେଁ ।

ତେଣୁ ଯେତେବେଳେ ବି ଆମକୁ କୌଣସି କାରଣରୁ ଦୁଃଖ ଲାଗିବା ସହ ମନ ବିଚଳିତ ହୋଇପଡୁଥାଏ । ସେହି ସମୟରେ ଶ୍ରୀକୃଷ୍ଣ କହିଥିବା ଏହି ସବୁ କଥାର ଆମକୁ ଧ୍ୟାନ ନିହାତି ଭାବେ ରଖିବାକୁ ପଡିବ ।

1- ଜୀବନରେ କେବେବି ବ୍ୟର୍ଥ ଚିନ୍ତା କରିବା ଉଚିତ ନୁହେଁ । କାରଣ ଏହି ସଂସାରରେ କିଏ ବା ଅଛି ଯିଏ ତୁମକୁ ଭୟଭୀତ କରିରଖିପାରିବ । ଯଦି ଆପଣଙ୍କର ମଧ୍ୟ ଭଗବାନଙ୍କ ଉପରେ ବିଶ୍ବାସ ରହିଥାଏ । ତେବେ ଆପଣଙ୍କୁ କାହାକୁ ନେଇ ବା କୌଣସି କଥାକୁ ନେଇ ଅଧିକ ଚିନ୍ତା କରିବା ଉଚିତ ନୁହେଁ ।

2- ଯାହା ହେଲା ଭଲ ହେଲା, ଯାହା ହେଉଛି ତାହା ବି ଭଲ ହେଉଛି, ଯାହା ହେବ ମଧ୍ୟ ତାହା ବି ଭଲ ହେବ । ତେଣୁ କୌଣସି ସମୟକୁ ନେଇ ଅଯଥା ଭାବିବା ଅପେକ୍ଷା ବର୍ତ୍ତମାନକୁ ନେଇ ଖୁସିରେ ରହିବା ଶିଖ ।

3- ଯେଉଁ ବ୍ୟକ୍ତି କୌଣସି ଜିନିଷ ହଜିଯିବା ବା ହାରିଯିବାକୁ ନେଇ କାନ୍ଦୁଛି । ସେହି ବ୍ୟକ୍ତିକୁ ଶ୍ରୀକୃଷ୍ଣ କୁହନ୍ତି । ଯେ କୌଣସି କଥାକୁ ନେଇ ଅଧିକ କାନ୍ଦିବା ଅନୁଚିତ । କାରଣ ତୁମେ ଯେବେ ଆସିଥିଲ କିଛି ଆଣିନଥିଲ । ତେଣୁ ଏଠାରେ ତୁମର କିଛି ବି ନାହିଁ । ତେଣୁ ତୁମକୁ କୌଣସି କଥାକୁ ନେଇ କାନ୍ଦିବାର ଆବଶ୍ୟକତା କଣ ଅଛି । ବ୍ୟକ୍ତି ଖାଲି ହାତରେ ଆସିଥାଏ ଓ ଖାଲି ହାତରେ ହିଁ ଯାଇଥାଏ ।

4- ତୋର, ମୋର କିଏ ଧନୀ କିଏ ଗରିବ ଏହି ସବୁ ଭାବନା ନିଜ ମନ ମଧ୍ୟରୁ ହଟାଇ ଦିଅ । ତାପରେ ତୁମେ ସମସ୍ତଙ୍କର ହୋଇପାରିବ ଓ ତୁମର ସମସ୍ତେ ହୋଇପାରିବେ । ଯେତିକି ଦିନ ଏହି ପୃଥିବୀ ପୃଷ୍ଠରେ ରହିବ । ସେତିକି ଦିନ ସମସ୍ତଙ୍କ ସହ ଭଲ ସମ୍ପର୍କ ରକ୍ଷା କରି ଗୋଟେ ସୁନ୍ଦର ମଣିଷଟି ହୋଇ ରୁହ ।

ତେବେ ଏହି ସବୁ କଥାକୁ ଧ୍ୟାନରେ ରଖିଲେ । ଜୀବନରେ କେବେବି ତୁମେ କଷ୍ଟରେ ରହିବ ନାହିଁ । ବନ୍ଧୁଗଣ ଆଶା କରୁଛି । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ବିଲକୁଲ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *