ଚାଣକ୍ୟଙ୍କ ନୀତି ମାନବ ଜାତିରେ ବଡ ସଫଳତା ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବ୍ୟକ୍ତିକୁ ଜୀବନରେ କିଛି ଭଲ କାମ କରିବା ପାଇଁ ପ୍ରେରିତ କରିଥାଏ । ଆଜି ବି ତାଙ୍କର ନୀତି ଶିକ୍ଷା ଭାବେ ମଣିଷ ଜୀବନରେ କାମରେ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତିର ୧୦ଟି କଥା ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଅପାର ସଫଳତା ପ୍ରାପ୍ତ କରିବା ପାଇଁ ସହାୟକ ହୋଇଥାଏ ।
୧- ଚାଣକ୍ୟ ନୀତି ଅନୁସାରେ ବ୍ୟକ୍ତିକୁ ସେହି ବ୍ୟକ୍ତି ଠାରୁ ଦୂରେଇ ରହିବା ଉଚିତ ଯିଏ ସର୍ବଦା ଶସ୍ତ୍ର ଧାରଣ କରିଥାଏ । କ୍ରୋଧରେ ଏଭଳି ବ୍ୟକ୍ତି କେବେ ବି ଶସ୍ତ୍ର ଉଠାଇ ପାରନ୍ତି ନାହି । ଯାହା ପାଇଁ ଆଖ ପାଖରେ ଥିବା ଲୋକଙ୍କୁ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ ।
୨- ଚାଣକ୍ୟ ନୀତି ଅନୁସାରେ କ୍ରୋଧ କରିଲେ ବ୍ଯକ୍ତିର ପ୍ରତିଭା ନଷ୍ଟ ହୋଇଥାଏ । କ୍ରୋଧରେ ବ୍ୟକ୍ତି ଭଲ ମନ୍ଦ କଣ କିଛି ବୁଝିପାରେ ନାହି ଯାହା ଦ୍ଵାରା ବଡ କ୍ଷତି ହୋଇଥାଏ ।
୩- ଚାଣକ୍ୟ ନୀତି ଅନୁସାରେ ଅହଂକାର ବ୍ୟକ୍ତିର ବଡ ଶତ୍ରୁ ଅଟେ । ଅହଂକାର କରୁଥିବା ବ୍ୟକ୍ତି ପାଖରେ କେହି ସମାନ ଜନକ ବ୍ୟକ୍ତି ରୁହନ୍ତି ନାହି ।
୪- ଚାଣକ୍ୟ ନୀତି ଅନୁଯାୟୀ ବ୍ୟକ୍ତିକୁ ଲୋଭ କରିବା ଉଚିତ ନୁହେଁ । ଲୋଭ କରୁଥିବା ବ୍ୟକ୍ତି କେବେ ବିନ ସନ୍ତୁଷ୍ଟ ହୁଏ ନାହି । ଯାହା ପାଇଁ ତାର ମନ ସର୍ବଦା ଆସନ୍ତା ରହିଥାଏ ।
୫- ଚାଣକ୍ୟ ନୀତି ଅନୁସାରେ ଅନୁଶାସନର ମହତ୍ଵ ରହିଛି ବୋଲି କୁହା ଯାଇଛି । ଅନୁଶାସନ ବ୍ୟକ୍ତି ପାଖରେ ଥିଲେ ସଫଳତା ବହୁତ ଜଲ୍ଦି ପ୍ରାପ୍ତ ହୋଇଥାଏ । ଅନୁଶାସନ ଦ୍ଵାରା ବ୍ୟକ୍ତି ସମୟର ମହତ୍ଵ କଣ ବୁଝିଥାଏ ।
୬- ଚାଣକ୍ୟ ନୀତି ଅନୁସାରେ ବ୍ୟକ୍ତି ଅଳସ ନ ଛାଡିଲେ ଜୀବନରେ ସଫଳ ହୋଇପାରେ ନାହି । ଅଳସ ବ୍ୟକ୍ତିର କୁଶଳତାକୁ ନାସ କରିଥାଏ । ତେଣୁ ଏହାକୁ ତ୍ୟାଗ କରିବା ଉଚିତ ।
୭- ଚାଣକ୍ୟ ନିତି ଅନୁସାରେ ବ୍ୟକ୍ତିକୁ ସଫଳତା ପାଇବା ପାଇଁ ମିଛ କହିବା ଉଚିତ ନୁହେଁ । କାରଣ ଅଧିକ କଥା କହୁଥିବା ବ୍ୟକ୍ତିକୁ କେବେ ସଫଳତା ମିଳେ ନାହି ।
୮- ଯେଉଁ ବ୍ୟକ୍ତି ସର୍ବଦା ମେହନତ କରିବା ପାଇଁ ପ୍ରସ୍ତୁତ ରହିଥାଏ ସେହି ବ୍ୟକ୍ତି ଜୀବନରେ କେବେ ବି ପଛରେ ରୁହେ ନାହି । ସଫଳତାର ଶୀର୍ଷ ରେ ଏହିଭଳି ବ୍ୟକ୍ତି ପହଞ୍ଚି ପାରନ୍ତି ।
୯- ଚାଣକ୍ୟ ନୀତି ଅନୁଯାୟୀ କେବେ ବି ଅନ୍ୟକୁ ଧୋକା ଦେବା ଉଚିତ ନୁହେଁ । ଯଦି ଆପଣ କେବେ କାହାକୁ ଧୋକା ଦେଇଛନ୍ତି ଆଗକୁ ଯାଇ ଆପଣ ମଧ୍ୟ ସେହି ସମସ୍ୟାର ସମୁଖିନ୍ନ ହୋଇ ପାରନ୍ତି ।
୧୦- ଯେଉଁ ବ୍ୟକ୍ତିର ଲମ୍ବା ନଖ ସେମାନଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ । କାରଣ ଏଭଳି ବ୍ୟକ୍ତି କେବେ ବି ଆପଣଙ୍କ ଉପରେ ଆକ୍ରମଣ କରି ପାରନ୍ତି । ଏହା ଥିଲା ଚାଣକ୍ୟ ନୀତିର କିଛି ଶିକ୍ଷଣୀୟ କଥା ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।