ବନ୍ଧୁଗଣ ମଣିଷ ଚାହିଁଲେ ସବୁ କିଛି କରିପାରିବ । ଖ ରା ପ ସ୍ଥିତିରୁ ବାହାରି ଭଲ ଦିନକୁ ଜନ୍ମ ଦେଇପାରିବ ମଣିଷ । ଦିନେ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁଥିବା ଅସହାୟ ମହିଳାମାନେ ଆଜି ସାମନାକୁ ଆସୁଛନ୍ତି । ନିଜର କୌଶଳରେ କିଛି କରି ଦେଖାଉଛନ୍ତି ଠିକ ସେମିତି ଦେଖିବାକୁ ମିଳିଛି ଏମିତି ଏକ ଦୃ ଶ୍ୟ । କଲେଜରେ ଯୁକ୍ତ ୩ ପାଠ ପଢୁଛନ୍ତି । ଆଉ ଏବେ ଘର ଲୋକଙ୍କ ଉପରେ ବୋଝ ନ ହୋଇ ନିଜେ କିଛି ଆରମ୍ଭ କରିବାକୁ ପ୍ରୟାସ କରିଛନ୍ତି ଯୁବତୀ ଜଣକ । ରାସ୍ତା କଡରେ ଲଗାଇଛନ୍ତି ଠେ ଲା ।
ଲଜ୍ୟା ଓ ଲୋକଙ୍କ କଥାକୁ ନ ଶୁଣି ନିଜ ଇଚ୍ଛାରେ ଆଜି କିଛି କରିବାକୁ ଠେଲା ଲଗାଇଛନ୍ତି ଯୁବତୀ । ଯୁବତୀ ଜଣକ ବନାଉଛନ୍ତି ସ୍ପ୍ରି ଙ୍ଗ ପଟାଟୋ ରୋଲ ଆଉ ଗ୍ରାହକ ମାନଙ୍କର ଲାଗିଛି ଭିଡ । ଅନେକ ସମୟରେ କଲେଜର ସାଙ୍ଗ ସାଥି ବି ଆସିଥାନ୍ତି ଖାଇବାକୁ ଆଉ ପଚାରିଥାନ୍ତି ତୁ ଏ ରାସ୍ତା କଡ ରେ କଣ ବେପାର କରୁଛୁ ତୁ କଲେଜରେ ପାଠ ପଢୁଛ ସେମାନେ କଣ ଭାବୁଥିବେ । କିନ୍ତୁ ସାଙ୍ଗ ମାନଙ୍କ କଥାକୁ ବିଲକୁଲ ଧ୍ୟାନ ନ ଦେଇ ନିଜ ବେପାର ଉପରେ ଧ୍ୟାନ ଦିଅନ୍ତୁ ତାହା ବି ଖୁସି ଖୁସିରେ ।
କଥାରେ ଅଛି ଏକତା ଥିଲେ ସେବୁ କିଛି ସମ୍ଭବ । ସେଥିପାଇଁ ତ ଦୁଇ ସାଙ୍ଗ ମିଶି ବନାଉଛନ୍ତି ସ୍ପ୍ରିଙ୍ଗ ପଟାଟୋ ରୋଲ । ଯାହାର ସ୍ଵାଦ ଭିନ୍ନ ପ୍ରକାରର ରହିଛି । ତେବେ ଓଡିଶାରେ ଏହା କିଛି ସ୍ଥାନରେ ବିକ୍ରି ହେଉଥିବା ବେଳେ ମୟୂରଭଞ୍ଜରେ ପ୍ରଥମ ଥର ଭାବେ ଆରମ୍ଭ ହୋଇଛି । ଆଜିଏ ଏ ନିଷ୍ଠୁର ଦୁନିଆରେ ନାରୀ ଯେଉଁଠି ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ଜୀବନ ବିତାଉଛି ସେଠାରେ କିଛି ମହିଳା ବା ଝିଅ ଆଗକୁ ଆସି କିଛି କରି ଦେଖାଇବାର ସାହସ ରଖୁଛନ୍ତି । ଯେମିତି ଆଜିର ଏ ଦୃଶ୍ୟ ଦେଖିଲେ ଲାଗୁଛି ।
ତେବେ କଲେଜ ଛାତ୍ରୀ ଜଣକ ପଢିବା ସହ ନିଜର ଆର୍ଥିକ ସ୍ଥିତିକୁ ଦୃଢ କରୁଛି । ଘରର ଆର୍ଥିକ ତିତି ସ୍ବଚ୍ଛଳ ନ ଥିବା ବେଳେ ନିଜ ଖର୍ଚ୍ଚ ବହନ କରିବା ସହ ଘରକୁ ସାହାଜ୍ଯ କରିବା ପାଇଁ ରାସ୍ତା କଡ ରେ ବିକ୍ରି କରୁଛନ୍ତି ସ୍ପ୍ରିଙ୍ଗ ପଟାଟୋ ରୋଲ । ଆଜିର ଦୁନିଆରେ ଚାକିରି ପାଇଁ କେତେ କୁଆଡେ ଯିବାକୁ ପଡୁଛି ଆଉ ଅପେକ୍ଷା କରିବାକୁ ପଡୁଛି । ତେବେ ନିଜେ ସ୍ବାବଲମ୍ବୀ କେମିତି ହେବ ତାହା କରି ଦେଖାଇଛନ୍ତି ଏହି ଦୁଇ ଯୁବତୀ ।
ଏକ ଛୋଟ ଟେବଲରୁ ବ୍ୟବସାୟ ଆରମ୍ଭ କରିଥିଲେ କିନ୍ତୁ ଲୋକ ମାନଙ୍କର ଆସା ଭରସା ଆଗକୁ ନେଇଯିବ ବୋଲି ଯୁବତୀ ଦୁଇ ଜଣ ଆଶା ରଖିଛନ୍ତି । କାହାରି ଅଧୀନରେ ଗୋଲାମଗିରି ନ କରି ନିଜେ ବିକ୍ରି କରୁଛନ୍ତି ରୋଲ । ଏଥିରେ ତିଳେ ମାତ୍ର ସେମାନେ ଲାଜ କରନ୍ତି ନାହି । ପାଠ ପଢିବା ସମୟରେ ଦୁଇ ପଇସା ରୋଜଗାର କରିପାରିଛନ୍ତି ଯୁବତୀ ଦୁଇ ଜଣ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।