ନବମ ଶ୍ରେଣୀ ଝିଅ ଗୀତ ଯେତେବେଳେ ଆସିଥିଲା, ସେତେବେଳେ କଣ ଆପଣଙ୍କ ଅଞ୍ଚଳରେ କେହି ନବମ….. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ରାଜ୍ୟର ବିଭିନ୍ନ ଜିଲ୍ଲାର ଝିଅଙ୍କୁ ନେଇ ଏମିତି ଭିଡିଓ କରିଛନ୍ତି ଯାହା ଗୋରା ଆଉ ମୋଟା କୁ ନେଇ କହିଛନ୍ତି । ଏହି ବିଷୟରେ ବ୍ୟକ୍ତି ଜଣକ ପ୍ରତିକ୍ରିୟା ଦେଇଛନ୍ତି ସେ ଜଣେ ବ୍ୟଙ୍ଗକାର ଓ କମେଡିଆନ, ତାଙ୍କ ନାଁ ଶଙ୍କର ଓମ ଶରଣ । ୟୁଟ୍ଯୂବରେ ତାଙ୍କର ୨ଟି ଚ୍ଯାନେଲ ଯଥା ନାଟକ ମଞ୍ଚ ଓ ଶଙ୍କର ଓମ ଶରଣ ରହିଛି ଯେଉଁଥିରେ ବ୍ୟକ୍ତିଗତ ବ୍ୟଙ୍ଗ ରଚନା ଓ କମେଡି କରନ୍ତି ।

ଦୀର୍ଘ ୫ରୁ ୬ ବର୍ଷ ହେବ ସେ କମେଡି କରି ଆସୁଛନ୍ତି । ଯେବେ ଟିକଟକ ଚାଲିଥିଲା ସେ ସେହି ସମୟରେ ବାଲେଶ୍ଵର ଝିଅ ବାଇଡଙ୍କ ପରି ଯାଜପୁର ବିଛୁଆତି ରେ ସର୍ଟ ଭିଡିଓ କରିଥିଲେ ଯାହାକୁ ପୁଅଙ୍କ ଠାରୁ ଅଧିକ ଝିଅମାନେ ଡ୍ୱେଟ କରିଥିଲେ । ଟିକତକରେ ଏହି ଭିଡିଓଟି ବେଶ ଭାଇରାଲ ହୋଇଥିଲା ଆଉ ଏହାକୁ ନେଇ ଗୀତ କରିବାକୁ ଅନୁରୋଧ କରିଥିଲେ । ଏହି ଗୀତଟି କମେଡିରେ ଭାରି ରହିଛି ଆଉ ଏହାକୁ ଶୁଣିବା ପରେ ଭୁଲିଯିବା ପାଇଁ ଗୀତ ଶେଷରେ କୁହାଯାଇଛି । ଏହି ଗୀତରେ କୌଣସି ପ୍ରକାରର ଅଶ୍ଳୀଳତା ହୋଇନାହି ।

ବ୍ୟକ୍ତିଙ୍କ ନାଁ ରେ ଅଭିଯୋଗ କରାଯାଇଛି ବିଭିନ୍ନ ଜିଲାରୁ ସେ ନେଇ ଶଙ୍କର କହୁଛନ୍ତି “ଯେବେ ନବମ ଶ୍ରେଣୀ ଝିଅଟା ଛାତିକୁ ହାର୍ଟ କରୁଥିଲା ଗୁତ ରିଲିଜ ହୋଇଥିଲା ସେତେବେଳେ କଣ ଆପଣଙ୍କ ଏରିଆରେ ନବମ ଶ୍ରେଣୀରେ ପଢୁ ନ ଥିଲେ । ସେତେବେଳେ ଏହି ଗୀତର କଣଟ୍ର୍ଯୁବିସନ ଦେଖା ଗଲାଣି । ଯେତେବେଳେ ଆହେ ଦୟାମ ବିଶ୍ଵ ବିହାରୀ ମୋତେ କଲ କାହିଁ ଏତେ ସୁନ୍ଦରୀ ସେତେବେଳେ କଣ ଆପଣଙ୍କ ସଂଘଠନ ଜନ୍ମ ନେଇନ ଥିଲା” ? ଏହି ଗୀତରେ ଆରମ୍ଭରୁ ଶେଷ ଯାଏଁ କମେଡି ରହିଛି ବୋଲି ଶଙ୍କର କହିଛନ୍ତି ।

ଗୀତିକାର ଶଙ୍କର ଆଗକୁ କହୁଛନ୍ତି କିଏ ଗାଳି ଦେଲେ ବି ମୋର ଆତ୍ମହତ୍ୟା କରିବାର ନାହି । ଯେବେ ଅଭିଯୋଗ ହେଲା ସେ ଭିଡିଓକୁ ରିମୁଭ କରିଛନ୍ତି । ଏହି ଗୀତରେ ବିଭିନ୍ନ ଜିଲ୍ଲାର ଝିଅମାନଙ୍କୁ ନେଇ କରାଯାଇଛି ଯାହାର ପ୍ରତିବରଦ କରିଛନ୍ତି ନାରୀ ସଂଘଠନ । ତେବେ ଏହି ଗୀତକୁ କରି ଭୁଲ କରିଛନ୍ତି ବୋଲି ନିଜେ ସ୍ଵୀକାର କରିଛନ୍ତି ଗୀତିକାର ଶଙ୍କର । ବାଲେଶ୍ଵର ଝିଅ ନାଁ ରେ ପୂର୍ବରୁ ଗୀତ ହୋଇସାରିଛି କିନ୍ତୁ ଆଜି ମୋ ଗୀତରେ କଣ ପାଇଁ ପ୍ରଶ୍ନ ଉଠୁଛି ? ଆମେ ଯଦି ଗୋଟେ ଇସୁ ବାହାରୁଛି ଆଉ ଗୋଟେ ଇସୁ ମଧ୍ୟ ବାହାରିବ ବୋଲି ସେ କହିଛନ୍ତି ।

ନିଜେ ଯେଉଁ ଗୀତ କରିଛନ୍ତି ସେଥିପାଇଁ ଦର୍ଶକଙ୍କୁ ଭୁଲ ମାଗିବେ କିନ୍ତୁ ଯେଉଁ ଗୀତ ଆଗରୁ ବାହରିଛି ଆଉ ଏବେ ବି ଚର୍ଚ୍ଚାରେ ରହିଛି ସେଟା କେମିତି ସମାଧାନ ହେବ ପ୍ରଶ୍ନ କରିଛନ୍ତି ଗୀତିକାର ଶଙ୍କର । ଶେଷରେ କହିଛନ୍ତି ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ କରୁଛନ୍ତି ଆଉ ଆଗକୁ ଏମିତି ଗୀତ କରିବି ନାହି ମଣିଷ ମାତ୍ରେକେ ଭୁଲ କରନ୍ତି ଯେହେତୁ ଭୁଲ ହୋଇଛି ବାଲେଶ୍ଵରର ହୋଇ ମଧ୍ୟ ବାଲେଶ୍ଵର ଝିଅକୁ ବଦନାମ କରିଥିବାରୁ ମୁଁ କ୍ଷମା ମାଗୁଛି । ବନ୍ଧୁଗଣ ଗୀତିକାର ଶଙ୍କର ଦେଇଥିବା ମନ୍ତବ୍ୟକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *