ଯୁଗ ପରିବର୍ତ୍ତନ ହେବା ସହିତ କାହିଁକି ବଦଳି ଯାଇଥାଏ ମନୁଷ୍ୟ ର ଲକ୍ଷଣ- Garuda Puran

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଏ ଦୁନିଆ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ ।

ବନ୍ଧୁଗଣ ଆପଣ ମାନେ ଭାବୁଥିବେ ଯେ ଯୁଗ ରେ ଏପରି କଣ ପାର୍ଥକ୍ୟ ଦେଖା ଯାଇଥାଏ ଯେଉଁଥିପାଇଁ ତାହାକୁ ଚାରି ଭାଗ ରେ ବିଭକ୍ତ କରାଯାଇଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ଵିଷୟ ରେ ଜଣେଇବାକୁ ଯାଉଛୁ ଯେ ଯୁଗ ପରିବର୍ତ୍ତନ ଦ୍ଵାରା ମନୁଷ୍ୟ ର କେଉଁ ସବୁ ଲକ୍ଷଣ ବଦଳିଯାଇଥାଏ ବା କେଉଁ ସବୁ ଲକ୍ଷଣ କୁ ଦୃଷ୍ଟି ରେ ରଖି ଏହାକୁ ଚାରି ଭାଗ ରେ ବିଭକ୍ତ କରାଯାଇଛି ।

ବ୍ରହ୍ମା ଯେତେବେଳେ ସୃଷ୍ଟି ର ରଚନା କରିଥିଲେ ଏହାକୁ ଚାରୋଟି ଯୁଗ ରେ ବିଭକ୍ତ କରିଥିଲେ ଯଥା-ସତ୍ୟ,ଦ୍ଵାପର, ତ୍ରେତୟା ଓ କଳି ଯୁଗ । ସତ୍ୟ ଯୁଗ ରେ ମନୁଷ୍ୟ ମାନେ ସବୁ ସମାନ ଥିଲେ । ସେମାନଙ୍କ ମଧ୍ୟରେ କୌଣସି ଧର୍ମ କିମ୍ବା ଜାତି ଭେଦ ନ ଥିଲା । ସେମାନେ ପରସ୍ପର କୁ ବହୁତ ଭଲ ପାଇଥିଲେ ଓ ଏକାଠି ରହୁଥିଲେ । ଏହି ଯୁଗ ରେ ଲୋକ ମାନେ ବହୁତ ପରିଶ୍ରମ କରିଥିଲେ । ଏହି ଯୁଗ ରେ ଲୋକ ମାନେ ଇର୍ଷା କିମ୍ବା ଅନ୍ୟ କୌଣସି ଖରାପ କାର୍ଯ୍ୟ ରେ ଲିପ୍ତ ରହୁ ନ ଥିଲେ । ଏହା ପରେ ଆସିଥାଏ ତ୍ରେତୟା ଯୁଗ । ଏହି ଯୁଗ ରେ ମନୁଷ୍ୟ ନିଜ କର୍ମ କରିଥାଏ ହେଲେ ସତ୍ୟ ଯୁଗ ପରି ନିଜ ଇନ୍ଦ୍ରିୟ ଉପରେ ସଂଯମ ରଖି ନ ଥାଏ ।

ସେମାନେ ନିଜକୁ ଜାତି ଦ୍ଵାରା ବିଭାଜିତ କରିଦେଇଥାନ୍ତି । ଲୋକ ମାନଂକ ମଧ୍ୟରେ ଇର୍ଷା ଭାବ ଜାତ ହୋଇଥାଏ । କିନ୍ତୁ ସମସ୍ତେ ଏହି ପରି ହୋଇନଥାନ୍ତି । ଅନେକ ଲୋକ ଧର୍ମ କାର୍ଯ୍ୟ ରେ ବୁଡି ରହିଥାନ୍ତି । ଏହା ପରେ ଆସିଥାଏ ଦ୍ଵାପର ଯୁଗ । ଏହି ଯୁଗ ରେ ମନୁଷ୍ୟ ନିଜ କର୍ମ ଠାରୁ ଦୂରେଇ ଯାଇଥାଏ । ମନୁଷ୍ୟ ବହୁତ ସ୍ୱାର୍ଥପର ହୋଇଯାଇଥାଏ । ଏହି ଯୁଗ ରେ ମନୁଷ୍ୟ ସୁଖ ପାଇବା ପାଇଁ ବହୁତ ଅଧର୍ମ କରିଥାଏ । ଏହି ଯୁଗ ରେ ମନୁଷ୍ୟ ଯେଉଁ ଜାତି ରେ ଜନ୍ମ ହୋଇଥାଏ ସେହି କାମ କରିଥାଏ । ଅନ୍ୟ କୌଣସି କାର୍ଯ୍ୟ କରିବାକୁ ତାକୁ ଦିଆଯାଇ ନ ଥାଏ । ଏହା ପରେ ଆରମ୍ଭ ହୋଇଥାଏ କଳି ଯୁଗ ।

ଏହି ଯୁଗ ରେ ମନୁଷ୍ୟ ମାନେ ଧର୍ମ କୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଥାନ୍ତି । ଏହି ଯୁଗ ରେ ମନୁଷ୍ୟ ମହା ଅଧର୍ମୀ,ଅନାଚାରି,କ୍ରୋଧିତ ଓ ଅଳ୍ପ ବୁଦ୍ଧି ବିଶିଷ୍ଟ ହୋଇଥାନ୍ତି । ଏହି ଯୁଗ ରେ ସମସ୍ତେ ନିଜ କର୍ତ୍ତବ୍ୟ କୁ ତ୍ୟାଗ କରିଥାନ୍ତି । କେହି ନିଜର କାର୍ଯ୍ୟ କୁ ସଠିକ ଭାବ ରେ କରି ନ ଥାନ୍ତି । ବନ୍ଧୁଗଣ ମନୁଷ୍ୟ ଭିତରେ ଏପରି ପରିବର୍ତ୍ତନ ହେବାର କାରଣ ହେଉଛି ସତ୍ୟ ଯୁଗ ରେ ଧର୍ମ ଚାରି ସ୍ତମ୍ବ ଉପରେ ରହିଥାଏ  ତ୍ରେତୟା ରେ ଏହା ତିନି ସ୍ତମ୍ବ ହୋଇଯାଇଥାଏ । ଦ୍ଵାପର ରେ ଏହା ଦୁଇ ସ୍ତମ୍ବ ହୋଇଯାଇଥାଏ ଓ ଶେଷ ରେ କଳିଯୁଗ ରେ ଏହା ଗୋଟିଏ ସ୍ତମ୍ବ ହୋଇଯାଇଥାଏ । ଏହି କାରଣ ପାଇଁ ଲୋକ ମାନଙ୍କ ମଧ୍ୟରେ କାମନା ,ଲୋଭ,ରୋଗ ଓ ଦ୍ଵନ୍ଦ ବଢିବାକୁ ଲାଗିଥାଏ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *