ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ୧୨ଗୋଟି ରାଶି ରହିଛି ଯାହାର ଅଲଗା ଅଲଗା ମହତ୍ଵ ରହିଛି । ତେବେ ରାଶିଚକ୍ର ଅନୁଯାୟୀ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ନିର୍ଧାରିତ ହୋଇଥାଏ । ଠିକ ସେହିପରି ଜ୍ଯୋତିଷ ଶାସ୍ତ୍ରରେ ପ୍ରେମ ଓ ପ୍ରଣୟ ପାଇଁ ରାଶିଚକ୍ରକୁ ଗୁରୁତ୍ଵ ଦିଆଯାଇଛି । କେଉଁ ରାଶିର ବ୍ୟକ୍ତିଙ୍କ ପ୍ରେମ କେମିତି ହୋଇଥାଏ ଆଜି ଆମେ ଆପଣଙ୍କୁ ବିସ୍ତାର ଭାବେ କହିବାକୁ ଯାଉଛୁ । ମେଷ ରାଶି : ଏହି ରାଶିର ବ୍ୟକ୍ତିଙ୍କ ପାଖରେ ସାହସ, ଦୃଢ ଇଚ୍ଛା ଶକ୍ତି ରହିଥାଏ । ସେ ବନ୍ଧୁତା ହେଉ କି ପ୍ରେମ ସବୁଥିରେ ଆଗୁଆ ରଖିଥାନ୍ତି । ପ୍ରତେକ ସମ୍ପର୍କକୁ ବଜାୟ ରଖିବାକୁ ଚେଷ୍ଟା କରିଥାନ୍ତି ।
ବୃଷ ରାଶି : ଆପଣ କାହାକୁ ଭଲ ପାଇଛନ୍ତି ତେବେ ଧୋକା ଦିଅନ୍ତି ନାହି । କିନ୍ତୁ ଏମାନଙ୍କୁ ସହଜରେ ନିଜର କରିବା ସହଜ ନୁହେଁ । ଏମାନେ ଧନୁ ରାଶି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ ନୁହେଁ ।
ମିଥୁନ ରାଶି : ଏହି ରାଶିର ବ୍ୟକ୍ତି ଖୁବ ଖୁୟ ମିଜାଜର ହୋଇଥାନ୍ତି । ଏମାନେ ସର୍ବଦା ହସ ଖୁସିରେ ରହିବା ଓ ମଜା ମସ୍ତି କରିବା ଭଲ ପାଇଠନ୍ତି । ଯଦି ଏମାନଙ୍କୁ ବୋରିଙ୍ଗ ସାଥି ମିଳିଥାଏ ତେବେ ସଂପର୍କକୁ ନିଭାଇ ପାରନ୍ତି ନାହି ।
କର୍କଟ ରାଶି : ଏହି ରାଶିର ବ୍ୟକ୍ତି ଭାବନାର ଗମ୍ଭୀର ସ୍ଵଭାବର ଅଟନ୍ତି । ଏମାନେ ଯେବେ କାହା ପ୍ରେମରେ ପଡିଥାନ୍ତି ପୂର୍ଣ୍ଣ ରୂପରେ ସେମାନଙ୍କର ହୋଇଥାନ୍ତି ।
ସିଂହ ରାଶି : ଏମାନେ ଆକର୍ଷଣ ଓ ଆତ୍ମବିଶ୍ବାସରେ ଭାରି ହୋଇଥାନ୍ତି । ଦାଂପତ୍ଯ ଜୀବନରେ ଏମାନେ ଶାରୀରିକ ସଂପର୍କକୁ ନେଇ ନିରାଶ କରନ୍ତି । ଏମାନଙ୍କର ଜିଦି ଖୋର ଗୁଣ ପାଇଁ ସମ୍ପର୍କ ଭାଙ୍ଗିବାର ମୂଳ କାରଣ ହୋଇଥାଏ ।
କନ୍ୟା ରାଶି : ଯଦି ଆପଣ ନିଜ ସାଥିର ସଂପୂର୍ଣ୍ଣ ଆକର୍ଷଣ ପାଇବାକୁ ଚାହୁଁଛନ୍ତି ବା ସାଥି ଆପଣଙ୍କ ପ୍ରତି ସମର୍ପଣ ହୋଇଯାଉ ବୋଲି ଚାହୁଁଛନ୍ତି ତେବେ ଏହି ରାଶିର ଲୋକଙ୍କୁ ବିବାହ କରନ୍ତୁ ନାହି ।
ତୁଳା ରାଶି : ଏମାନେ ନିଜ ସାଥିଙ୍କ ସହ ସବୁ ଖୁସି ବାଣ୍ଟିବା ସହ ସବୁ ଇଚ୍ଛା ପୂରଣ କରିଥାନ୍ତି । କେହି ଏମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ଚାହିଁଲେ କେହି ଏମାନଙ୍କ ସହ ଅଧିକ ଦିନ ରହିପାରନ୍ତି ନାହି ।
ବିଛା ରାଶି : ପ୍ରେମରେ ପଡିବା ଏମାନଙ୍କର ସ୍ଵଭାବ ହୋଇଥାଏ ଯାହା ପାଇଁ ଅଲଗା ଦୁନିଆ ତିଆରି କରିବାରେ ସ୍ଵପ୍ନ ଦେଖିଥାନ୍ତି । ମେଷ ରାଶି ସହ ଏମାନଙ୍କର ଜମା ପଡେ ନାହି ।
ଧନୁ ରାଶି : ଏମାନେ ସର୍ବଦା ସାଥିଙ୍କ ସହ ଭିନ୍ନ ଭିନ୍ନ ଶୈଳୀରେ ସମୟ ବିତାଇବାକୁ ଆଗ୍ରହ ହୋଇଥାନ୍ତି । ବୃଷରାଶି ସହ ଏମାନଙ୍କର ପଡେ ନାହି ।
ମକର ରାଶି : ଏମାନେ ସଚ୍ଚା ଓ ବିଶ୍ଵାସ ହେବ ସହ ନିଜ ସାଥିଙ୍କ ଠାରୁ ଏସବୁ ଆଶା ରଖିଥାନ୍ତି । ଏମାନେ ନିଜ ସାଥିଙ୍କ ପ୍ରତେକ ଇଚ୍ଛାର ଧ୍ୟାନ ରଖିଥାନ୍ତି ।
କୁମ୍ଭ ରାଶି : ଏମାନେ ନିଜ ସାଥି ପ୍ରତି ସମର୍ପିତ ରହିଥାନ୍ତି । ଏମାନେ କାହାର ଧ୍ୟାନ ନ ରଖିଲେ ବି କାହାକୁ ଧୋକା ଦିଅନ୍ତି ନାହି । ନିଜ ସାଥିଙ୍କ ବିଶ୍ଵସ୍ତ ହୋଇଥାନ୍ତି ।
ମୀନ ରାଶି : ଏମାନଙ୍କ ଠାରେ ରୋମାନ୍ସ ଭରପୁର ରହିଥାଏ । ପ୍ରେମକୁ ପରିପ୍ରକାଶ କରିବା ଓ ସଂପର୍କକୁ ବଜାୟ ରଖିବା ଏମାନଙ୍କ ଠାରୁ ଶିଖିବା ଉଚିତ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।