ଦୁନିଆରେ ବହୁତ ପ୍ରକାର ଲୋକ ଅଛନ୍ତି କିଛି ଖରାପ କିଛି ଭଲ ଓ କିଛି ଦୁଇଟି, କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣ ନିଜ କାମ ଦ୍ଵାରା ଲୋକଙ୍କ ମନରେ ଘର କରି ପାରିବେ ତେବେ ମଣିଷ ଏମିତି ଗୋଟେ ଯିବ ଯାହା ପାଖରେ ଶିଖିବା ଓ ଚିନ୍ତା କରିବାର ଶକ୍ତି ଅଛି ଯେଉଁ ମଣିଷ ନିଜ ଜୀବନରେ କିଛି ନ ଶିଖି ପରିଶ୍ରମ କରିଥାଏ ସେ ତା ଜୀବନରେ ଗୋଟେ ଜନ୍ତୁ ଠାରୁ ବଡ ନୁହ ।
ତେବେ ମଣିଷ ଜୀବନ ଯଦି ପାଇଛନ୍ତି ତେବେ ଏହି ଜୀବନକୁ ସୁଖ ସହ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ଓ ନିଜ ଆଖ ପାଖ ଲୋକଙ୍କୁ ମଧ୍ୟ ସୁଖ ଦିଅନ୍ତୁ ।

୧. ମନ ଖୋଲି ରୁହନ୍ତ ଆଘାତ ପାଇଲେ ମଧ୍ୟ :
ମଣିଷ ଜୀବନରେ ବହୁତ କିଛି ନେଗେଟିବ ହୋଇଥାଏ ଯେମିତିକି ମଣିଷ ନିଜ ଜୀବନରେ କିଛି ହାସଲ କରିବା ବେଳେ ବହୁତ ଅସଫଳତା ପାଇଥାଏ କିନ୍ତୁ ଯେଉଁ ମଣିଷ ନିଜ ଜୀବନରେ ପରିଶ୍ରମ କରିବାରୁ ଡରେ ନାହିଁ ଓ ଅସଫଳତାକୁ ମାନିଥାଏ ସେହି ମଣିଷ ନିଜ ଜୀବନରେ କିଛି କରି ପାରିଥାଏ ।

ତେବେ ବହୁତ ବ୍ୟକ୍ତି ଥରେ ଧୋକା ଖାଇଲା ପରେ ଦ୍ଵିତୀୟ ଥର ଭଲ ପାନ୍ତି ନାହିଁ ବା ଥରେ କୌଣସି ସାଙ୍ଗ ସହ ସମ୍ପର୍କ ଖରାପ ହେଲେ କାହା ସହ ସମ୍ପର୍କ ରଖନ୍ତି ନାହିଁ ଏହି ଭଳି ଲୋକ ନିଜ ଜୀବନରେ ଏକୁଟିଆ ହୋଇଯାନ୍ତି କିନ୍ତୁ ଯେଉଁ ଲୋକ ସବୁ ଖରାପ ଜିନିଷ ଦେଖି ଶିକ୍ଷା ପାଇଥାଏ ସେ ତା ଜୀବନରେ ସଫଳତା ପାଇଥାଏ ।

୨. ସେମିତି ବଞ୍ଚିବା ପାଇଁ ଚେଷ୍ଟା କର ଯେମିତି ତମର ବାପା ନାହାନ୍ତି
ଆପଣ ମାନେ ସମସ୍ତେ ଏହି କଥା ମାନିବେ ଯେ ଗୋଟେ ଘର ଗୋଟେ ମହିଳା ଓ ପୁରୁଷ ମିଶି କରିଥାନ୍ତି ତେବେ ମା ବାପା ଦୁହେଁ ନିଜ ଛୁଆଙ୍କୁ ବହୁତ ଭଲପାଇବା ଦେଇ ବଡ କରିଥାନ୍ତି କିନ୍ତୁ ସେହି ମା ବାପାଙ୍କ ପୁଅ ତାଙ୍କ ନା ବଢାଇଥାଏ ।
ଯାହାକୁ ଜୀବନରେ କୌଣସି ପ୍ରକାର ଅଭାବ ଦେଖିବାକୁ ମିଳିଥାଏ ଯେମିତିକି ଯଦି କୌଣସି ପରିବାରରେ ଆର୍ଥିକ ସମସ୍ଯା ଅଛି ତେବେ ସେହି ଘର ଛୁଆଙ୍କୁ ବହୁତ କମ କୌଣସି ଜିନିଷ ପ୍ରାପ୍ତ ହୋଇଥାଏ । କିନ୍ତୁ ସେ ନିଜ ଆବଶ୍ୟକତା ନିଜେ ପୂର୍ଣ କରିବା ପାଇଁ ପ୍ରୟାସ କରିଥାଏ ଯାହା ଫଳ ସ୍ୱରୂପ ସେ ଦିନେ ନା ଦିନେ ସଫଳ ହୋଇଥାଏ କିନ୍ତୁ ଯାହାକୁ ସବୁକିଛି ମିଳିଥାଏ ସେ ତା ଜୀବନରେ କିଛି ପରିଶ୍ରମ କରେ ନାହିଁ । ସେଥିପାଇଁ ଏମିତି ବଞ୍ଚିବା ଶିଖନ୍ତୁ ଯେମିତି ତମ ଉପରେ କାହାର ହାତ ନାହିଁ ବା ତମ ବାପା ନାହାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।