ଆପଣ ସମସ୍ତେ ମହାତ୍ମା ବୁଦ୍ଧଙ୍କ ବିଷୟରେ ଅବଶ୍ୟ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ମହାତ୍ମା ବୁଦ୍ଧଙ୍କ ଏକ କାହାଣୀ କହିବୁ । ଯେଉଁଥିରେ ଆପଣ ତାଙ୍କର ମହାନତା ଜାଣି ପାରିବେ । ମହାତ୍ମା ବୁଦ୍ଧ ଥରେ ଗୋଟିଏ ଗାଁ ଦେଇ ଯାଉ ଥିଲେ । ସେହି ଗାଁର କିଛି ଲୋକମାନେ ସେଠି ତାଙ୍କ ସହ ଶତ୍ରୁତା ରଖୁଥିଲେ । ଯେତେବେଳେ ସେମାନେ ଗାଁରେ ମହାତ୍ମା ବୁଦ୍ଧଙ୍କୁ ଦେଖିଲେ ତେବେ ସେହି ସମୟରେ ସେମାନେ ମହାତ୍ମା ବୁଦ୍ଧଙ୍କୁ ରାସ୍ତାରେ ଅଟକାଇ ଦେଲେ ଓ ତାଙ୍କୁ ଗାଳି ଦେବା ଆରମ୍ଭ କରି ଦେଲେ ।
ସେମାନେ ଗାଳି ଦେବା ସମୟରେ ମହାତ୍ମା ବୁଦ୍ଧ ନିଜ ମୁହଁରୁ ଗୋଟିଏ ଶବ୍ଦ ବି କହି ନ ଥିଲେ । ଶେଷରେ ସେମାନେ ଯେମିତି ଗାଳି ଦେଇ ଦେଇ ଥକି ଗଲେ ତେବେ ମହାତ୍ମା ବୁଦ୍ଧ କହିଲେ କି ଯଦି ଆପଣ ସମସ୍ତଙ୍କ କଥା ଶେଷ ହୋଇ ଯାଇଛି ତେବେ ମୋତେ ଯିବା ପାଇଁ ଆଜ୍ଞା ଦିଅନ୍ତୁ । ଗାଁ ଲୋକମାନେ ମହାତ୍ମା ବୁଦ୍ଧଙ୍କ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ।
ସେମାନେ କହିଲେ କି ଆମେ ତୁମକୁ ଏତେ ଗାଳି ଗୁଲଜ କରିଲୁ ତେବେ ତୁମକୁ କଣ ଆମ ଉପରେ ରାଗ ଆସିଲା ନାହିଁ । ଭଗବାନ ବୁଦ୍ଧ କହିଲେ କି ତୁମେ ଡେରି କରିଦେଲ । ଯଦି ତୁମେ ୧୦ ବର୍ଷ ପୂର୍ବେ ଆସିଥାନ୍ତ ଓ ମୋତେ ଗାଳି ଦେଇ ଥାନ୍ତ ତେବେ ମୁଁ ବି ତୁମକୁ ଗାଳି ଦେଇ ଥାନ୍ତି । ଯଦି କଥା ବଢି ଯାଇ ଥାନ୍ତା ତେବେ ମୁଁ ତୁମ ସହିତ ଲଢିଥାନ୍ତି ।
କିନ୍ତୁ ବର୍ତ୍ତମାନ ତୁମେ ମୋତେ ଯେତେ ବି ଗାଳି କରିଲେ ମୁଁ ଅସମର୍ଥ ଅଟେ । କେବଳ ଦେଲେ ହେବ ନାହିଁ ସାମ୍ନାରେ ଥିବା ବ୍ୟକ୍ତିକୁ ନବାର ବି ଅଛି । ଆଜି ସକାଳେ ଯେତେବେଳେ ମୁଁ ଗୋଟିଏ ଗାଁ ଦେଇ ଯାଉ ଥିଲି ତେବେ ସେଠିକାର ଲୋକମାନେ ମୋ ପାଖକୁ ବହୁତ ମିଠା ଆଣି ଥିଲେ ।
କିନ୍ତୁ ମୁଁ ତାଙ୍କର ମିଠାକୁ ଗ୍ରହଣ କରିଲି ନାହିଁ । କାରଣ ମୋର ପେଟ ଭର୍ତ୍ତି ଥିଲା ଓ ସେମାନେ ସେହି ମିଠାକୁ ଫେରାଇ ନେଲେ । କିଛି ସମୟ ରହି ମହାତ୍ମା ବୁଦ୍ଧ ପୁଣି କହିଲେ କି ଯେଉଁ ଲୋକମାନେ ମିଠାକୁ ଫେରାଇ ନେଇ ଗଲେ ସେମାନେ କଣ କରିଥିବେ । ସେହି ଗାଁ ଲୋକମାନଙ୍କ ମଧ୍ୟରୁ ଜଣେ କହିଲା କି ସେ ନିଜ ପରିବାର ମଧ୍ୟରେ ବାଣ୍ଟି ଦେଇଥିବ ।
ମହାତ୍ମା ବୁଦ୍ଧ କହିଲେ କି ତୁମେ ଯେଉଁ ଗାଳି ଆଣି ଥିଲ ତାକୁ ମୁଁ ନେଳି ନାହିଁ ଓ ତେବେ ଏହାକୁ ବି କଣ ତୁମେ ନିଜର ପରିବାର ସମ୍ପର୍କୀୟମାନଙ୍କ ସହ ବାଣ୍ଟିବେ । ଏହା ଶୁଣି ସେଠି ଥିବା ସମସ୍ତେ ଲଜିତ ହୋଇଗଲେ ଓ ସେମାନେ ସମସ୍ତେ ବୁଦ୍ଧ ଦେବଙ୍କ ଶିଷ୍ୟ ହୋଇଗଲେ । କହିବାକୁ ଗଲେ ମହାତ୍ମା ବୁଦ୍ଧ କିଛି ଏହିଭଳି ଥିଲେ ଯିଏକି ଶତ୍ରୁମାନଙ୍କୁ ବି ନିଜର ବନ୍ଧୁ କରି ଦେଉଥିଲେ ।