ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଭିଡିଓ ରେ ସୀମା ଙ୍କ ଶାଶୁ ଡରି କି କବାଟ ବନ୍ଦ କରି ଗତ କାଲି ଠାରୁ ଗୋଟେ ରୁମ ରେ ଅଛନ୍ତି । ଆଉ ସେ ଭୟରେ ପୋଲିସ କୁ ମଧ୍ୟ ଫୋନ କରିଥିଲେ । ଯାହା ଫଳରେ ପୋଲିସ ସାହାଜ୍ଯ କରିବା ପାଇଁ ତାଙ୍କ ଘରକୁ ଆସି ପହଞ୍ଚି ଯାଇଛି । ଏହା ପରେ ପୋଲିସ କର୍ମଚାରୀ ଜଣକ କବାଟ ବାଡାଉଛନ୍ତି ଆଉ ସୀମା ଙ୍କ ଶାଶୁ କାନ୍ଦି କାନ୍ଦି କହୁଛନ୍ତି ମୋତେ ଡର ଲାଗୁଛି ମୁଁ କବାଟ ଖୋଲିବିନି ସେ ମୋତେ ମାରି ଦେବ ।
ତେବେ ଅନେକ ବୁଝାଇବା ପରେ ପୋଲିସ କର୍ମଚାରୀ ଜଣକ ସୀମା ଶାଶୁ କବାଟ ଖୋଲୁଛନ୍ତି ସତ କିନ୍ତୁ ଭୟ ରେ ବାହାରକୁ ଆସୁ ନାହାନ୍ତି । କାରଣ ତାଙ୍କ ମନରେ ଏକ ଅଜଣା ଭୟ ଘର ବାନ୍ଧି ସାରିଛି । ତେବେ ସୀମା ଶାଶୁ ଓ ସେ ନିଜେ କାହାକୁ ଏତେ ଭୟ କରୁଛନ୍ତି ତାହା କିଛି ସ୍ପଷ୍ଟ ହୋଇ ନାହି । ସୀମା କହିଛନ୍ତି କି କାଲି ଠାରୁ ତାଙ୍କ ଶାଶୁ କବାଟ ବନ୍ଦ କରି ରୁମ ଭିତରେ ଅଛନ୍ତି ଯେତେ ଡାକିଲେ ବି ବାହାରକୁ ବାହାରୁ ନାହାନ୍ତି । ଏମିତିକି ଖାଇବା ସେ କାଲି ବାହାରୁ ମାଗି ଖାଇଛନ୍ତି ।
ତାଙ୍କ ପୁଅଙ୍କର ଦୁଇ ଦିନ ତଳର ଦୁର୍ଘଟଣା ଘଟିଛି ଯାହା ପାଇଁ ସେ ହସ୍ପିଟାଲ ରେ ଅଛନ୍ତି । ଏହା ପରେ ପୋଲିସ କର୍ମଚାରୀ ଜଣକ ତାଙ୍କ ପୁଅ ପାଖକୁ ଫୋନ ଲଗାଉଛନ୍ତି ଆଉ ତୁରନ୍ତ ଆସି ଥାନା ରେ ଦେଖା କରିବାକୁ କହୁଛନ୍ତି । କିନ୍ତୁ ସୀମା ଙ୍କ ସ୍ଵାମୀ କହୁଛନ୍ତି ମୁଁ ବେଡ ରେ ଅଛନ୍ତି ଯାଇ ପାରବି ନାହି ମୋର ଆକ୍ସିଡେଣ୍ଟ ହୋଇଛି । ଏହା ପରେ ପୋଲିସ କର୍ମଚାରୀ ଜଣକ କହୁଛନ୍ତି ଆପଣଙ୍କ ଭଉଣୀ ଙ୍କୁ କୁହନ୍ତି ଚାରି ଚକିଆ ଗାଡି କରି ଆପଣଙ୍କୁ ନେଇକି ଆସିବେ ଯେତେ ଜଲ୍ଦି ହେବ ଥାନା ରେ ଆସି ଦେଖା କରନ୍ତୁ ।
ତେବେ ସୀମା ଙ୍କ ଶାଶୁ ଏତେ ଡରି ଯାଇଛନ୍ତି ପୋଲିସ ଡାକିବା ପରେ ବି କବାଟ ଖୋଲିବକୁ ସେ କୁଣ୍ଠା ବୋଧ କରୁଛନ୍ତି । ସୀମା କହୁଛନ୍ତି ତାଙ୍କ ଦାଦା କହିଥିଲେ ପୁଅ କୁ ଖବର ଦେବେ ଆଉ ସେ ଆସି ଘରେ ପହଞ୍ଚିବ କିନ୍ତୁ ଆସିଲା ନାହି । ଏହ ପରେ ସେ ନିଜ ସ୍ଵାମୀ ଙ୍କୁ ୱ୍ହାଟସପ ରେ ମ୍ଯାସେଜ ମଧ୍ୟ କରିଥିଲେ । ତେବେ ସୀମା ଙ୍କ ଶାଶୁ କହିଛନ୍ତି ସେହି ବ୍ୟକ୍ତି ଜଣକ ତାଙ୍କୁ ଆଉ ତାଙ୍କ ପୁଅ ନାତି କୁ ନିର୍ଯ୍ୟାତନା ଦେଉଥିଲା ।
ଏବେ କିନ୍ତୁ ତାଙ୍କ ନାତି ଆଉ ଘରେ ରହୁ ନାହି । ତେବେ ପୋଲିସ ଏହି ଘଟଣା ର ପୁରା ତଦନ୍ତ କରିବା ପରେ ଜାଣ ପଡିବ କଣ ଘଟଣା ଘଟିଛି । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।