Ollywood ଫିଲ୍ମ ଇଣ୍ଡଷ୍ଟ୍ରିର ହିରୋ ମାନଙ୍କୁ ନେଇ କିଛି ଏମିତି କହିଲେ ଏହି ବ୍ୟକ୍ତି ଜଣଙ୍କ, ଥରେ ନିଶ୍ଚୟ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ, ଆଜିର ସମୟରେ ଓଡିଆ ଫିଲ୍ମକୁ ଥିଏଟର ରେ ସ୍ପେସ ମିଳୁ ନାହି ଯାହାର ଅଭିଯୋଗ କରିଛନ୍ତି ପ୍ରଡ୍ୟୁସର ମାନେ । ଏହା ପୂର୍ବରୁ ଯେବେ ଫିଲ୍ମ ଆସୁଥିଲା ଭଲ ଥିଏଟର ସହ ଭଲ ଚାଲୁଥିଲା ମଧ୍ୟ । ଏ ନେଇ ଶ୍ରୀକୁମାର ଜେନା ମତ ଦେଇଛନ୍ତି କି ୧୯୮୦ରୁ ସେମାନେ ଓଡିଆ ଇଣ୍ଡଷ୍ଟ୍ରିରେ ଫିଲ୍ମ ଆରମ୍ଭ କରିଥିଲେ ତାହା ପୁଣି ବଡ ବଡ କଳାକାର ମାନଙ୍କୁ ନେଇ । ସେମାନଙ୍କ ମଧ୍ୟରୁ କିଛି ଅଛନ୍ତି ଆଉ କିଛି ଆରପାରିକୁ ଚାଲି ଗଲେଣି । ସାରା ବିଶ୍ଵରେ ଯେତେ ଦର୍ଶକ ଅଛନ୍ତି ସବୁଠାରୁ ଚାଲାକ ହେଉଛନ୍ତି ଆମ ଓଡିଆ ଦର୍ଶକ ।

କାରଣ ଓଡିଆ ଦର୍ଶକ ମାନେ ହଲିଉଡ, ବଲିଉଡ, ଟଲିଉଡ ସିନେମା ଦେଖୁଛନ୍ତି । ଯେବେ ବାହାରେ ହଲ ରେ ୫କୋଟି ଟଙ୍କାର ସିନେମା ପଡୁଛି କିନ୍ତୁ ଆମ ଓଡିଶାରେ ୩୦ଲକ୍ଷ ଭିତରେ ସିନେମା ପଡୁଛି ତେଣୁ ଦର୍ଶକ ମାନେ ଓଡିଆ ଫିଲ୍ମ ଦେଖିବାକୁ ଭଲ ପାଉ ନାହାନ୍ତି । ଆଗରୁ ଓଡିଆ ଫିଲମର ଯେଉଁ ବାସ୍ନା ଥିଲା ଆଉ ଛୁଙ୍କ ଥିଲା ତାହା ଆଉ ନାହି । ଆଗରୁ ବି କପି ହେଉଥିଲା ଏବେ ବି ହେଉଛି ଓଡିଆ ଫିଲ୍ମରେ । ଏବେ ଖାଲି ଲଭ, ସେକ୍ସ ଆଉ ଧୋକା ଚାଲିଛି ଓଡିଆ ଇଣ୍ଡଷ୍ଟ୍ରିରେ ।

କୌଣସି ପ୍ରଡ୍ୟୁସର କଣ ପାଇଁ ଆକ୍ସନ ଫିଲ୍ମ କରୁ ନାହାନ୍ତି ତାହାକୁ ନେଇ ଶ୍ରୀକୁମାର ଜେନା ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ସମୟରେ “ସଲାମ ଭୁବନେଶ୍ଵର” ଫିଲ୍ମର ଶୁଟିଙ୍ଗ ଆରମ୍ଭ ହୋଇଛି ଯାହାର ବିଶେଷତ୍ଵ ର ରହିଛି ପ୍ରଥମ ଥର ପାଇଁ ଏହି ଫିଲ୍ମରେ ୧୧ଟି ଫାଇଟିଙ୍ଗ ରହିଛି । ଆଗକୁ ଶ୍ରୀ ଜେନା କହିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ହିରୋ ଅଛନ୍ତି ଯିଏ କି ୯-୧୦ ମାସର ଗର୍ଭବତୀଙ୍କ ଭଳି ଚାଲୁଛନ୍ତି କାହା ଗୋଡ ଡାହାଣକୁ ତ ଆଉ କାହାର ପଶ୍ଚିମ ଭଳି ବାମ ପଟକୁ ରହୁଛି । ଏମିତି ହିରୋ ନେଲେ ସିନେମା କଣ ଚାଲିବ ।

ତେଣୁ ହିରୋକୁ ନେବା ପୂର୍ବରୁ ତାର ଫିଜିକ, ଟ୍ୟାଲେନ୍ଟ, ଡାଇଲଗ ଡେଲିଭରି କଣ ଅଛି ଏବଂ ତାକୁ ମାର୍କେଟରେ ଚଳାଇଲେ ଚାଲିବ କି ନାହି ସବୁ ପରଖିବା ଦରାକର । ଏମିତି କରିଲେ ସିନେମା ଚାଲିବ ନାହି । ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଫିଲ୍ମ “ଦମନ” କୁ ଆଜି ଥିଏଟର ମିଳୁ ନାହି ତାହା ସବୁଠାରୁ ଲଜ୍ୟାଜନକ କଥା ଆଉ ଓଡିଆ ଫିଲ୍ମ ରିଲିଜ ହୋଇପାରୁ ନାହି ନିନ୍ଦନୀୟ କଥା । ଯେମିତି ଆଗରୁ ଥିଲା “ସୁନା ପଞ୍ଜୁରି”, “ପୁଅ ମୋର ଭୋଳାଶଙ୍କର” ଆଦି ଫିଲ୍ମ ବର୍ତ୍ତମାନ ତିଆରି କରିବାକୁ ପଡିବ ।

ପୂର୍ବରୁ ସିନେମାରେ ୩ରୁ ୪ଟି ହିରୋ ରହୁଥିଲେ କିନ୍ତୁ ଆଜିର ସମୟରେ ଗୋଟେ ହିରୋ ରୁ ଅଧିକ ନିଆଯାଉ ନାହି ଏହାର କାରଣ ହେଉଛି ଅହଂକାର ଯାହା ପାଇଁ ସିନେମା ଫ୍ଲପ ହେଉଛି । ଶେଷରେ ସେ କହିଛନ୍ତି ସାଢେ ୪କୋଟି ଲୋକଙ୍କର ଆରାଧ୍ୟା ଦେବତା ହେଉଛି ପ୍ରଭୁ ଜଗନ୍ନାଥ । ତେଣୁ ପଖାଳ ଭାତରେ ଚାରୁ ସମ୍ବାର ଲଗାଇ ଖାଇଲେ କଣ ହେବ ସେମିତି ଅବସ୍ଥା ହେଉଛି ଓଡିଆ ସିନେମାର । ଏହାର ଅର୍ଥ କପି କରୁଥିବାରୁ ଓଡିଆ ଫିଲ୍ମ ହିଟ ହେଉ ନାହି । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *