ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ପୁରା ଦେଶରେ ଆତଙ୍କ ସ୍ତୁଷ୍ଟି ହେବା ସହ ଚିନ୍ତା ସୃଷ୍ଟି ହୋଇଛି । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ । ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଲୋକଙ୍କୁ ଏହି ମା-ରା-ତ୍ମ-କ ଭୂତାଣୁ ସଂକ୍ରମିତ କରି ସାରିଲାଣି । ଏ ନେଇ ବର୍ତ୍ତମାନ ଚିନ୍ତା ଅଧିକ ଦେଖା ଯାଉଛି । ଯେଉଁ ମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିର୍ଦେଶ ଦିଆ ଯାଉଛି ।
ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ପରାମର୍ଶ ଅନୁଯାୟୀ ସାର୍କୋ-୨ ର ନୂତନ ଭ୍ୟାରିଆଣ୍ଟ ସହଜରେ ଲୋକ ମାନଙ୍କୁ ସଂକ୍ରମିତ କରି ପାରିବ । ଓମିକ୍ରନ ଭ୍ୟାରିଆଣ୍ଟକୁ ଚିହ୍ନଟ କରିବା ପାଇଁ ICMR ଏକ ନୂଆ କୀଟ ବାହାର କରିଛି । ଯେଉଁଥିରେ ମାତ୍ର ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଭୂତାଣୁକୁ ଚିହ୍ନଟ କରାଯାଇ ପାରୁଛି । ଆସମା ଦେବଗଡର ICMR ଲ୍ୟାବରେ କୀଟର ଡିଜାଇନ କରା ଯାଉଛି ।
ବର୍ତ୍ତମାନ ପଦ୍ଧତିରେ ଓମିକ୍ରନ ଚିହ୍ନଟ ହେବ ଏପାଇଁ ୩ରୁ ୪ଦିନ ସମୟ ଲାଗୁଛି । ତେବେ ଆସନ୍ତୁ ଜାଣିବା ଓମିକ୍ରନରେ ସଂକ୍ରମିତ ହେଲେ କେଉଁ ସବୁ ଲକ୍ଷଣ ଦେଖା ଯାଉଛି । ଓମିକ୍ରନ ଆକ୍ରାନ୍ତଙ୍କ ଠାରେ ଶୁଖିଲା କାଶର ଲକ୍ଷଣ ଦେଖା ଯାଉଛି । କୋରୋନା ଭାଇରସରେ ମଧ୍ୟ ସମାନ ଲକ୍ଷଣ ଦେଖା ଯାଇଥିଲା ।
ତେଣୁ ଯଦି ଅଧିକ ଦିନ ଯାଏଁ କାଶ ସମସ୍ୟା ହେଉଛି ତେବେ ତୁରନ୍ତ କୋଭିଡ଼ ଟେଷ୍ଟ କରିବା ଉଚିତ । ଓମିକ୍ରନ ରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଠାରେ ଗଳା ଯନ୍ତ୍ରଣା ହେବା ବଦଳରେ ଗଳା କୁଣ୍ଡାଇ ହେବା ଭଳି ଲକ୍ଷଣ ଦେଖା ଯାଉଛି । କୋରୋନାର ଲକ୍ଷଣ ଭଳି ଓମିକ୍ରନରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଠାରେ ହାଲିଆ ଲାଗିବାର ଲକ୍ଷଣ ଦେଖା ଯାଉଛି ।
ଯଦି ବ୍ୟକ୍ତିଙ୍କ ଠାରେ କ୍ଳାନ୍ତ ହେବାର କୌଣସି ଲକ୍ଷଣ ଦେଖା ଯାଉଛି ତେବେ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ପରାମର୍ଶ ଦେଇଛି । ପୂର୍ବରୁ କୋରୋନାରେ ଆକ୍ରାନ୍ତ ହେଲେ ଶରୀରରେ ତାପମାତ୍ରା ଉଚ୍ଚ ରହୁଥିଲା । ଠିକ ସେହିପରି ଓମିକ୍ରନରେ ଶରୀରର ତାପମାତ୍ରା ହାଲକା ବା ଅଧିକ ରହିବାର ଲକ୍ଷଣ ଦେଖା ଯାଉଛି ।
କୋରୋନାରେ ଉଭୟ ସ୍ଵାଦ ଓ ଗନ୍ଧ ଜଣା ପଡୁଥିବା ବେଳେ ଓମିକ୍ରନରେ ଏଭଳି କିଛି ଲକ୍ଷଣ ଦେଖାଯାଉ ନାହି । ତେବେ ଯଦି ଆପଣଙ୍କ ଶରୀର ରେ ଏହି ସବୁ ଲକ୍ଷଣ ଗୁଡିକ ମଧ୍ୟରୁ କିଛି ଦେଖା ଯାଉଛି ତେବେ ତୁରନ୍ତ ପରୀକ୍ଷା କରାଇ ନେବା ଉଚିତ । ସାମାନ୍ୟ ଥଣ୍ଡା ହେଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କର ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।