ହିନ୍ଦୁ ଧର୍ମରେ କାହିଁକି ଆବଶ୍ୟକ ବଳି? କଣ ଏହା ପୂଣ୍ୟ ନା ପାପ- Krishna Vani

ବନ୍ଧୁଗଣ ସଂସାରର ସବୁ ଧର୍ମରେ ଜୀବ ମାନଙ୍କ ଉପରେ ଅତ୍ୟାଚାରକୁ ପାପ ବୋଲି ମାନା ଯାଇଛି । ଯେଉଁ ଧର୍ମ ପ୍ରାଣୀ ମାନଙ୍କୁ ଅତ୍ୟାଚାରର ଆଦେଶ ଦେଇଥାଏ, ତାହା କେବେ କଲ୍ୟାଣକାରୀ ସାବ୍ୟସ୍ଥ ହୁଏ ନାହିଁ । ହିନ୍ଦୁ ଧର୍ମରେ କେତେ ଲୋକ ପଶୁଙ୍କ ଜୀବନ ନେବାକୁ ସମର୍ଥନ କରୁଛନ୍ତି । ଏବଂ ଏଥିରେ ଦେବୀ ଦେବତା ସନ୍ତୁଷ୍ଟ ବୋଲି ଅନ୍ଧ ବିଶ୍ଵାସ ମଧ୍ୟ ରଖିଛନ୍ତି । କିନ୍ତୁ କଣ ସତରେ ପଶୁଙ୍କ ଜୀବନ ଦାନ ଦେଲେ ଦେବୀ ଦେବତା ପ୍ରସନ୍ନ ହୋଇଥାନ୍ତି ?

ଅଥବା ଏହା ଏକ ଅନ୍ଧ ବିଶ୍ଵାସ ଅଟେ ? ପ୍ରାଣୀମାନେ ଏଥିପାଇଁ ପାପର ଭାଗୀଦାରୀ ହୁଅନ୍ତି ଅଥବା ତାଙ୍କୁ ସ୍ଵୋର୍ଗ ଲୋକ ପ୍ରାପ୍ତ ହୁଏ ? ଆସନ୍ତୁ ଜାଣିବା କଣ କହିଛନ୍ତି ଭଗବାନ ଶ୍ରୀ କୃଷ୍ଣ । ବନ୍ଧୁଗଣ ହିନ୍ଦୁ ଧର୍ମରେ ଅଧିକାଂଶ ଲୋକ କାଳୀ ମାତାଙ୍କ ମନ୍ଦିର କିମ୍ବା ଭୈରବ ମନ୍ଦିରରେ ପଶୁଙ୍କ ଜୀବନ ଦେବାଦେବୀଙ୍କ ଚରଣରେ ଅର୍ପଣ କରିଥାନ୍ତି । ଏମାନଙ୍କ ଅନ୍ଧ ବିଶ୍ଵାସ ରହିଛି ଯେ କାଳୀ ମାତା ପଶୁ ମାନଙ୍କର ମାଂସଖାଇ କିମ୍ବା ତାଙ୍କରକତପିଇ ସନ୍ତୁଷ୍ଟ ହୋଇଥାନ୍ତି ।

କିନ୍ତୁ ସେମାନେ ଭୁଲି ଯାନ୍ତି ଯେ ପରମାତ୍ମାର ଆଧାର ଶକ୍ତି ଏବଂ ସଂସାରର ଜୀବ ମାନଙ୍କୁ ଉତ୍ତପନ୍ନ ଏବଂ ପାଳନ କରୁଥିବା ମାତା କଣ ନିଜ ସନ୍ତାନ ମାନଙ୍କର ରକତମାଉଁସ ଖାଇପାରିବ ? ବନ୍ଧୁଗଣ ମାତା ତ ମାତା ଅଟନ୍ତି ସେ କିପରି ନିଜ ପିଲା ମାନଙ୍କର ରକତମାଉଁସ ଖାଇ ସନ୍ତୁଷ୍ଟ ଅଥବା ଖୁସି ହୋଇପାରିବ ? ବନ୍ଧୁଗଣ ଆମ ଗ୍ରନ୍ଥ ଅଥବା ବେଦ ମାନଙ୍କରେ ମଧ୍ୟ ପଶୁଙ୍କୁ ଜୀବନ ନେବା କଥା କେଉଁଠାରେ ଉଲ୍ଲେଖ କରାଯାଇନାହିଁ ।

ହିନ୍ଧୁ ଧର୍ମ ର ଗ୍ରନ୍ଥ ଅନୁସାରେ ଯଦି କୌଣସି ବ୍ୟକ୍ତି ଦେବ, ଯଜ୍ଞ, ପିତୃ, ଶ୍ରାଦ୍ଦ ଏବଂ ଅନ୍ୟ କଲ୍ୟାଣକାରୀ କାର୍ଯ୍ୟରେ ଜୀବ ମାନଙ୍କ ଉପରେ ଅତ୍ୟାଚାର କରନ୍ତି, ତେବେ ସେ ସିଧା ନର୍କ ଯାଇଥାଏ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଯଜ୍ଞ, ବୃକ୍ଷ, ତଥା ଭୂମିର ଉଦେଶ୍ୟରେ ପଶୁ ମାନଙ୍କର ଜୀବନ ନେଇ କରିକି ତାଙ୍କମାଂସଖାଆନ୍ତି, ସେମାନେ ଧର୍ମର ଅନୁସାରେ ତାହା କୌଣସି ପ୍ରକାରର ପ୍ରଶଂସାର ଯୋଗ୍ୟ ନୁହେଁ । ଏହିଭଳି ଲୋକଙ୍କୁ ପୃଥିବୀର ସବୁଠାରୁ ପାପୀ ବ୍ୟକ୍ତି ବୋଲି କୁହାଯାଇଛି ।

ପଶୁମାନେ ପରସ୍ପରକୁ ମାରିଖାଇଥାନ୍ତି, କାରଣ ତାଙ୍କ ପାଖରେ ବୁଦ୍ଧି ନଥାଏ । ସଂସାରରେ ମନୁଷ୍ୟ ଠାରୁ ବୁଦ୍ଧିମାନ ଏବଂ ଶ୍ରେଷ୍ଟ କେହି ନାହାନ୍ତି । ଯଦି ମନୁଷ୍ୟ ପଶୁ ସଦୃଶ୍ୟ ବ୍ୟବହାର ଏବଂ ଆଚରଣ କରିବ ତେବେ ତାହା କଣ ଉଚିତ ଅଟେ ? ବନ୍ଧୁଗଣ ମନୁଷ୍ୟ ନିଜେ ଚାହିଲେ ସବୁକିଛି କରିପାରେ ଏହା ସହିତ ସେ ନିଜର ଚିନ୍ତା ଧାରା ମଧ୍ୟ ବଦଳାଇ ପାରେ । ବନ୍ଧୁଗଣ ଏହି ସଂସାରରେ ଏକ ମାତ୍ର ମନୁଷ୍ୟ ମାନଙ୍କ ଠାରେ କରୁଣା ଏବଂ ଭାବର ଲହରୀ ଦେଖିବାକୁ ମିଳେ ।

ଯଦି ସେମାନେ ଏହି କାର୍ଯ୍ୟ କରନ୍ତି ତେବେ ପଶୁ ଏବଂ ମାନବ ମାନଙ୍କ ମଧ୍ୟରେ କଣ ଅନ୍ତର ରହିଯିବ । କିଛି ଅଜ୍ଞାନତାର ବଶୀଭୂତ ହୋଇ ମନୁଷ୍ୟ ଏହିଭଳି ଅନ୍ଧବିଶ୍ଵାସକୁ ମହତ୍ଵ ଦେଇଥାଏ । ବନ୍ଧୁଗଣ ଶେଷରେ ଗୋଟିଏ କଥା କହିବାକୁ ଯାଉଛୁ, ଯଦି ଭଗବାନଙ୍କ ନାମରେ ଜୀବ ମାନଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କୁ ସ୍ଵୋର୍ଗ ପ୍ରାପ୍ତ ହୋଇଥାଏ, ତେବେ ନର୍କରେ କେଉଁମାନେ ପଡିଥାନ୍ତି ? ବନ୍ଧୁଗଣ ଆସା କରୁଛୁ ଯେ ଆପଣ ଏହି ଉପଦେଶ ଅଥବା ବିଶେଷ କଥାଟିର ଧ୍ୟାନ ରଖିବେ । ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *