ଦର୍ଶକ ବନ୍ଧୁ ଯାହାର ଭୋଗ ବଡ ଭୋଗ ଯାହାର ଦାଣ୍ଡ ବଡ ଦାଣ୍ଡ ଯାହାର ଦେଉଳ ବଡ ଦେଉଳ ସେ ଆମ ବଡ ଠାକୁର ଜଗନ୍ନାଥ । ବର୍ଷଙ୍କୁ ଥରେ ଭକ୍ତକୁ ଦର୍ଶନ ଦେବା ପାଇଁ ସେ ପଦାକୁ ଆସନ୍ତି । ତାହା ପୁଣି ବଡ ରଥରେ ବସି । ରଥ ଉପରେ ଦର୍ଶନ ଦେଉଥିବା ଠାକୁର ଯଦି ବାଉଁଶ ଲଦା ହେଉଥିବା ଗାଡିରେ ଯାନ୍ତି କେତେ ବ୍ୟଥିତ କରୁ ନ ଥିବା ଏ ଦୃଶ୍ୟ । ହଁ ଦର୍ଶକ ବନ୍ଧୁ ଆମ ମାନସିକତା କେଉଁ ସ୍ତରକୁ ଚାଲି ଯାଇଛି ଆମ ବିବେକର ଭାବନା କଣ ହୋଇଯାଇଛି । ଆମ ମଣିଷ ପଣିଆ ସତରେ ଯେମିତି ମରି ଯାଇଛି ।
କାହିଁକି ନା ୬୦ ନମ୍ବର ଜାତୀୟ ରାଜପଥର ଦୃଶ୍ୟ । ଗୋଟେ ଟେଣ୍ଟ ହାଉସର ଗାଡି ବାଲେଶ୍ଵରରୁ ପଶ୍ଚିମ ବଙ୍ଗ ଯାଉଛି ଗାଡି ଦେଖି ଲାଗୁଛି କୌଣସି ଏକ ବଡ କାର୍ଯ୍ୟ ନିଶ୍ଚୟ ହେବ ଏବଂ କାର୍ଯ୍ୟ ଆରମ୍ଭରେ ଏହି ଜଗନ୍ନାଥଙ୍କୁ ଦର୍ଶନ କରି ସେହି କାର୍ଯ୍ୟ ଆରମ୍ଭ ହେବ । ହେଲେ ଜଗନ୍ନାଥଙ୍କୁ ନେବାର ତରିକା ଟିକେ ଭଲ ଭାବରେ ଦେଖି ନିଅନ୍ତୁ । ଏ ହେଉଛି ପ୍ରତି ଓଡିଆଙ୍କ ଭାବ ବିବେକର କଥା କିନ୍ତୁ ଗାଡି ଉପରେ ଯେଉଁ ଭଳି ଭାବରେ ଜଗତର ନାଥ ଜଗନ୍ନାଥଙ୍କୁ ନିଆ ଯାଉଛି ସତରେ ଏହା ଠାରୁ ଆଉ ଦୁର୍ଭାଗ୍ୟ ଆଉ କିଛି ନୁହେଁ ।
ଏ ଭିଡିଓ ଯେତେବେଳେ ଖୁବ ଜୋର ରେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା ସେତେବେଳେ ସାମ୍ନାକୁ ଆସିଲେ ଟେଣ୍ଟ ହାଉସର ମାଲିକ । ଜଗନ୍ନାଥ ମନ୍ଦିରରେ ଅଧିଆ ପଡିଲେ କାନ ଧରିଲେ ଭୁଲ ମାଗିଲେ । ତେବେ ଟେଣ୍ଟ ମାଲିକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଗତ କାଲି ଯେଉଁ ଘଟଣା ଜଗନ୍ନାଥଙ୍କ ସହ ଘଟି ଯାଇଛି ସେଇଟା ମୋର ଅନୁପସ୍ଥିତି ମୁଁ ଆଉଟ ଅଫ ଷ୍ଟେସନରେ ଥିଲି । ମୁଁ ନ ଥିବା ବେଳେ ମୋ ୱାର୍କର ମାନେ ଏତେ ବଡ ଭୁଲ ନିଷ୍ପତ୍ତି ନେଇଗଲେ ଯାହାକି ମୁଁ ଆଜି ତାଙ୍କ ପାଇଁ ସମସ୍ତଙ୍କ ଆଗରେ ଲଜ୍ଜିତ ଅନୁଭବ କରୁଛି ।
ମାଲିକ ହିସାବରେ ଅଗଣିତ ଜଗନ୍ନାଥ ପ୍ରେମିଙ୍କ ମନରେ ମୁଁ ଯେଉଁ କଷ୍ଟ ହୋଇଛି ସେହି କଷ୍ଟକୁ ଦୂର କରିବା ପାଇଁ ମୁଁ ସମସ୍ତଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି । ମୁଁ ନ ଥିବା ବେଳେ ଏଭଳି ଏକ ଭୁଲ ହୋଇ ଯାଇଛି ମୁଁ ଜଗନ୍ନାଥ ପ୍ରେମୀ ଜଗନ୍ନାଥ ଧାର୍ମିକ ମାନବ ଓ ଆଉ ଏଭଳି ଭୁଲ କେବେ ବି ହେବ ନାହିଁ ବୋଲି ମୁଁ ପ୍ରତିଜ୍ଞା କରୁଛି । ମୋ ଜୀବନ ଥିବା ଯାଏଁ ଏଭଳି ଭୁଲ ଆଉ କେବେ ବି ହେବ ନାହି ବୋଲି ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି ଟେନ୍ଡ ହାଉସ ମାଲିକ ।
ତେବେ ଟେନ୍ଡ ହାଉସ ମାଲିକଙ୍କ ଜାଣତରେ ଏମିତି କାଣ୍ଡ ହୋଇଛି ନା ଅଜାଣତରେ ଏମିତି କିଛି ହୋଇଛି ଯାହାକୁ ସେ ଜାଣି ନାହାନ୍ତି । ଶେଷରେ ଟେଣ୍ଡ ହାଉସର ମାଲିକ ଓ ତାଙ୍କ କର୍ମଚାରୀ ମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଞ୍ଚି କ୍ଷମା ପ୍ରାର୍ଥନା କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।