ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ଶିକ୍ଷା ଥିଲେ ଆପଣ ସବୁ କିଛି କରିପାରିବେ । ସ୍କୁଲ ରେ ଅନେକ ସ୍ମୃତି ଜଡିତ ହୋଇ ରହି ଥାଏ । ତେବେ ସ୍କୁଲ ସମୟ ଟି ଜୀବନର ବହୁତ ଅମୂଲ୍ୟ ସମୟ ଅଟେ । କିନ୍ତୁ ଦୀର୍ଘ ଦୁଇ ବର୍ଷ ଧରି କୋରନା ସଂକ୍ରମଣ ପାଇଁ ଅନେକ ଲୋକ ହଇରାଣ ହେବା ସହିତ ପିଲା ମାନେ ମଧ୍ୟ ନିଜର ସ୍କୁଲ ଜୀବନ କୁ ଠିକ ଭାବେ ଉପଭୋଗ କରି ପାରୁ ନାହାନ୍ତି ।

ତେବେ ସ୍କୁଲ ଖୋଲିବା ପରେ ମଧ୍ୟ ସରକାର କୋରନା କୁ ଦୃଷ୍ଟି ରେ ରଖି ଏପରି ସୂଚନା ଦେଇ ଥିଲେ କି ସବୁ ପିଲା ସ୍କୁଲ ଯିବା ବାଧ୍ୟତା ମୂଳକ ନୁହେଁ । ଯେଉଁମାନେ ଚାହିଁବେ ଅନଲାଇନ କ୍ଳାସ ମଧ୍ୟ କରିପାରିବେ । ତେବେ ସରକାର କୋରନା ସ୍ଥିତି କୁ ଦେଖି ଉଭୟ ଅନଲାଇନ ଓ ଅଫଳାଇନ କ୍ଳାସ ର ସୁବିଧା କରିଥିଲେ ।
ତେଣୁ ଅନେକ ପିଲା ମାନେ ଅନଲାଇନ କ୍ଳାସ କରୁଥିବା ବେଳେ ଅନେକ ପିଲା ଅଫଳାଇନ କ୍ଳାସ କରୁଛନ୍ତି । ତେବେ ଅନଲାଇନ କ୍ଳାସ ଚାଲିଥିବା ବେଳେ ବି ସ୍କୁଲ ଜୀବନର ମଜା ସେଇଥିରେ ନ ଥାଏ । ତେବେ ଏହି ମାସ ରେ ସ୍କୁଲ ଖୋଲି ଥିବା ବେଳେ ପୁଣି ଗ୍ରୀଷ୍ମ ଛୁଟି ର ଚିନ୍ତା । ତେବେ ଏହି ଗତ କିଛି ଦିନ ଧରି ଖରା ତାପମାତ୍ରା ଅତ୍ୟଧିକ ଥିବା ରୁ ସରକାର ସବୁ ସ୍କୁଲ କୁ ଏକ ସପ୍ତାହ ପାଇଁ ବନ୍ଦ କରି ଦେଇଛନ୍ତି ।

ତେବେ ଅନଲାଇନ କ୍ଳାସ ରେ ପାଠ ପଢୁ ଛନ୍ତି ପିଲା ମାନେ । ତେବେ ଏହି ଅନଲାଇନ କ୍ଳାସ ଏପ୍ରିଲ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ସରକାର ମଝିରେ କହି ଥିଲେ କି ଜୁନ ମାସ ୬ ତାରିଖ ରୁ ଜୁନ ମାସ ୧୬ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ହେବ ।
ମାତ୍ର ୧୦ ଦିନ ପାଇଁ ଏହି ବର୍ଷ ଖରା ଛୁଟି ହେବ । କିନ୍ତୁ ଵର୍ତମାନ ଏହା ଖବର ଆସିଛି କି ଛୁଟି ବଢ଼ିପାରେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହି ଛନ୍ତି ପରିସ୍ଥିତି କୁ ଦେଖି ସେମାନେ ନିର୍ଣ୍ଣୟ ନେବେ । ତେବେ ଵର୍ତମାନ ୩୦ ତାରିଖ ପର୍ଯ୍ୟନ୍ତ ଅନଲାଇନ କ୍ଳାସ ଜାରି ରହିବ ।
ତେଣୁ ସରକାର ମେ ମାସ ୧ ତାରିଖ ଦିନ ଉଭୟ କୋରନା ର ଚତୁର୍ଥ ଲହର ଓ ଖରା ର ତାପମାତ୍ରା କୁ ଦେଖି ଛୁଟି ସମ୍ପର୍କ ରେ ନିର୍ଣ୍ଣୟ ନେବେ। ଏହା ପରେ ମେ ମାସ ୧ ତାରିଖ ଦିନ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିବ ଛୁଟି ସମ୍ଭନ୍ଧ କୁ ନେଇ କରି ।
