କର୍ମ ବଡ ନା ଭାଗ୍ୟ ? କାହିଁକି ମଣିଷ ଖରାପ କର୍ମ କରି ବି ଭଲ ଫଳ ପାଇଥାଏ? ଦେଖନ୍ତୁ କଣ କହିଛନ୍ତି Sri Krishna

ନମସ୍କାର ବନ୍ଧୁଗଣ, ଆପଣଙ୍କ ମନରେ ନିଶ୍ଚୟ କର୍ମ ଏବଂ ଭାଗ୍ୟକୁ ନେଇ ପ୍ରଶ୍ନ ଉଠିଥିବ । କାରଣ କିଛି ଲୋକ ଭଲ କର୍ମ କରି ମଧ୍ୟ ଭଲ ଫଳ ପାଇନଥାନ୍ତି । ଆଉ କିଛି ଲୋକ ଖରାପ କର୍ମ କରି ମଧ୍ୟ ବେସ ଅଏସ ଆରମରେ ଜୀବନ କଟାଇଥାନ୍ତି । ତେବେ ଏହାକୁ ଦେଖିବା ପରେ ଗୋଟିଏ ମଣିଷ ମନରେ ନିହାତି କର୍ମ ଏବଂ ଭାଗ୍ୟକୁ ନେଇ ଦ୍ଵନ୍ଦ ସୃଷ୍ଟି ହେବା ସ୍ଵାଭାବିକ। ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କାହିଁକି ମଣିଷ ଖରାପ କର୍ମ କରିବା ପରେ ମଧ୍ୟ ଭଲ ଫଳ ପାଇଥାଏ ।

ଥରେ ନାରଦ ପୃଥିବୀ ପୃଷ୍ଟରେ ଏକ ଚକିତ ଘଟଣା ଦେଖି ଯାଇ ବିଷ୍ଣୁଙ୍କୁ କହିଲେ ଭଗବାନ ଆପଣ କିଛି କରନ୍ତୁ କାରଣ ପୃଥିବୀରୁ ଆପଣଙ୍କ ପ୍ରଭାବ ମଧ୍ୟ କମିବାକୁ ଲାଗିଲାଣି । ନାରଦ ଏଭଳି ଏକ ଜିନିଷ ଦେଖି ଯାଇଥିଲେ ପୃଥିବୀରୁ ଯାହାର ଉତ୍ତର ତାଙ୍କ ପାଖରେ ନଥିଲା । ସେ ଭଗବାନଙ୍କୁ କହିଲେ ଲୋକେ ଖରାପ କାମ କରି ମଧ୍ୟ ଭଲ ଫଳ ପାଉଛନ୍ତି । ହେଲେ ଆଉ କିଛି ଲୋକ ଭଲ କରି ଖରାପ ଫଳ ପାଉଛନ୍ତି ।

ନାରଦ ଦେଖିଥିଲେ କି ଗୋଟିଏ ଜଙ୍ଗଲର କାଦୁଅ ରାସ୍ତାରେ ଗୋଟିଏ ପଶୁ ଫସି ରହିଥିଲା । ଗୋଟିଏ ଚୋର ଆସି ତାକୁ ବାହାର କରିବା ବଦଳରେ ତା ଉପରେ ପାଦ ରଖି ରାସ୍ତା ପାରି ହୋଇ ଚାଲିଗଲା । ସେହି ଚୋର କିଛି ଦୂର ଯିବା ପରେ ତାକୁ ଏକ ସୁନାର ଥଳି ମିଳିଲା । ଏହାପରେ ନାରଦ କହିଲେ କି ସେହି ରାସ୍ତାରେ ଜଣେ ସାଧୁ ଆସିଲେ ।

ସାଧୁ ଜଣଙ୍କ ବହୁତ କଷ୍ଟ କରି ପଶୁଟିକୁ କାଦୁଅରୁ ଉଦ୍ଧାର କଲେ । ଏବଂ ସେ କିଛି ରାସ୍ତା ଯିବା ପରେ ଏକ ଖାଲରେ ଗଳିପଡିଲେ । ସେ ବହୁତ କ୍ଷତ ବିକ୍ଷତ ହୋଇଗଲେ । ଏହା କାହିଁକି ହେଲା ସେ ଭଲ କର୍ମ କରି ମଧ୍ୟ କାହିଁକି ତାଙ୍କ ସହ ଖରାପ ହେଲା ବୋଲି ନାରଦ ବିଷ୍ଣୁଙ୍କୁ ପ୍ରଶ୍ନ କଲେ ।

ଏହାର ଉତ୍ତରରେ ଭଗବାନ କହିଲେ, ଯେଉଁ ଚୋରଟି ପଶୁ ଉପରେ ପାଦ ରଖି ଯାଇ ବାଟରେ ସୁନା ଥଳି ପାଇଲା ତା ଭାଗ୍ୟରେ ବହୁତ ଧନ ଏବଂ ଖଜାନା ପ୍ରାପ୍ତିର ଯୋଗ ଥିଲା । କିନ୍ତୁ ସେ ତାହାର କୁକର୍ମରେ ତାର ଭାଗ୍ୟକୁ ବଦଳାଇ ଦେଲା । ଖଜାନା ଜାଗାରେ ମାତ୍ର କିଛି ସୁନାର ମୋହର ପାଇଲା ।

ଆଉ ଯେଉଁ ସାଧୁ ପଶୁକୁ ବଞ୍ଚାଇ ଖାଲରେ ପଡିଲେ ତାଙ୍କର ମୃତ୍ୟୁ ଯୋଗ ଥିଲା । କିନ୍ତୁ ତାଙ୍କର ଭଲ କର୍ମ ହେତୁ ତାଙ୍କର ସେହି ମୃତ୍ୟୁ ସାମାନ୍ୟ ଦୁର୍ଘଟଣାରେ ପରିଣତ ହୋଇଗଲା । ତେଣୁ କର୍ମ ବଳରେ ଭାଗ୍ୟ ବଦଳିଥାଏ । ତେଣୁ ଭାଗ୍ୟ ଠାରୁ କର୍ମ ବଡ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *