Special Story: କେବଳ ବିଲାତି ଚାଷ କରି 5 ଜଣ ମହିଳା ବନିଲେ ଲକ୍ଷପତି, କେମିତି ଜାଣନ୍ତୁ

ଚାଷୀ ମାନଙ୍କ ପାଇଁ ଖୁଶିର ସମୟ ହେଉଛି ଅମଳ ସମୟ ହୋଇଗଲେ । ବାଡିରୁ ବିଲାତି ଅମଳ କରୁଛନ୍ତି ଚାଷୀ । ତେବେ ବିଲାତି ଚାଷର ଏହି ସଫଳ କାହାଣୀ ହେଉଛି ଏହି ୫ ଜଣ ମହିଳାଙ୍କର । ମହିଳା ମାନେ ବିଲାତି ଚାଷ କରତି ଲକ୍ଷାଧିକ ଟଙ୍କା ରୋଗର କରିବା ସହ ଅନ୍ୟ ଚାଷୀ ଓ ମହିଳା ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏମିତି କମଳା କରି ଦେଖାଇଛନ୍ତି କେଉଁଝର ସଦର ବ୍ଲକ ଅନ୍ତର୍ଗତ ତଳ କୁଶମିତା ଗାଁ ର କିଛି ସ୍ଵୟଂ ସହାୟକ ଗୋଷ୍ଠୀର ଏହି ୫ଜଣ ମହିଳା ।

ଏଗ୍ରୀକଲଚର ପ୍ରଦକ୍ଷଣ ପ୍ଲଷ୍ଟର ପ୍ରକଳ୍ପ ମାଧ୍ୟମରେ ଏମାନେ ଗୋଷ୍ଠୀ ତିଆରି କରି ଖରିଫ ଋତୁରେ ବିଲାତି ଚାଷ କରିବାକୁ ମନସ୍ଥ କରିଥିଲେ । ପ୍ରାୟ ୧ଲକ୍ଷ ଟଙ୍କା ରୁଣ ଆଣି ଜୁଲାଇ ମାସରୁ ଚାରା ପ୍ରସ୍ତୁତ କରିବା ସହ ସାଢେ ଏକର ଜମିରେ ବିଲାତି ଚାଷ କରିଥିଲେ । ସ୍ଥାନୀୟ ସ୍ଵେଚ୍ଛାସେବି ସଂଘଠନ ଯୋଗାଇ ଦେଇଥିଳୀ ବୟସିକ ସହାୟତା ।

ଗତ ଅକ୍ଟୋବର ମାସରୁ ଏମାନେ ଆରମ୍ଭ କରିଥିଲେ ବିଲାତି ଉତ୍ପାଦନ । ବର୍ତ୍ତମାନ ଶୁଦ୍ଧା ବିଲାତି ବିକ୍ରି କରି ସାରିଲେଣି ପ୍ରାୟ ୬ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ବିଲାତି । ଲଗାଣ ବର୍ଷା ଏମାନଙ୍କୁ ଅସୁବିଧାର ପକାଇଥିଲା । ନଚେତ ଅଧିକ ଲାଭ ହୋଇଥିଲା । ଏହି ଅଞ୍ଚଳରେ ଅଧିକ ପରିମାଣର ପରିବା ଚାଷ କରାଯାଏ ।

କିନ୍ତୁ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ମାନେ କମ ଦାମରେ ଚାଷ କରିବାକୁ ବାଧ୍ୟ ହୋଇଥାନ୍ତି । ସ୍ଵେଚ୍ଛାସେବି କହିଛନ୍ତି ଯେ ଯେଉଁ ବିଲାତି ଉତ୍ପାଦନ ଏହୁଛି ତାହା କୋଲେଟିକ ମାର୍କେଟିଙ୍ଗ କରା ଯାଇଛି । ଏହା ଦ୍ଵାରା ଚାଷର ମୂଲ୍ୟ ପାଇବା ସହ ବହୁତ ଭଲ ଭାବେ ଉତ୍ପାଦନ ଗୁଡିକ ବିକ୍ରି ହୋଇ ପାରୁଛି ।

ଅନ୍ୟ ମହିଳା ଅମାନଙ୍କୁ ମହଦୟା କୁହା ଯାଉଛି କି ଲୋନ ନେଇ ଏମିତି ଚାଷ ଆରମ୍ଭ କରି ପାରିବେ । ଯେଉଁ ମାନେ ଘରେ ବସୁଛନ୍ତି ସେମାନେ ଖୁବ ସହଜରେ ଏହି ଚାଷ କାମ କରି ପାରିବେ । ଚାଷ କାମ କୌଣସି ଛୋଟ କାମ ନୁହେଁ ତାହା ପ୍ରମାଣ କରି ଦେଖାଇଛନ୍ତି ଏହି ୫ଜଣ ମହିଳା ମାନେ ।

ତେବେ ଏହି ୫ଜଣ ମହିଳା ମାନେ ନିଜର ମତ ଦେଇଛନ୍ତି ଯେ ଆମ ଦେଶରେ ପ୍ରତେକ ମହିଳା ମାନେ ଘରେ ବସିବା ଅପେକ୍ଷା କିଛି କାମ କରି ନିଜର ଜୀବିକା ନିର୍ବାହ କରିବା ଉଚିତ । ଯାହା ଦ୍ଵାରା ସେମାନେ ନିଜର ପରିବାର ପ୍ରତି ପୋଷଣ କରି ପାରିବେ । ଏହି ୫ ଜଣ ମହିଳା ମାନେ ଆଜି ବିଲାତି ଚାଷ କରି ଲକ୍ଷାଧିକ ଟଙ୍କା ଆୟ କରିବାରେ ସଫଳ ହୋଇଛନ୍ତି ।

ଯାହା ଆମ ଦେଶର ପ୍ରତେକ ଟି ମହିଳା ମାନଙ୍କ ପାଇଁ ଏକ ପ୍ରେରଣା ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହି ୫ଜଣ ମହିଳାଙ୍କର ବିଲାତି ଚାଷକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *