ଏହି ନିନ୍ମକ୍ତ କବିତା ଟି ଆମ ଦେଶର ସେହି ବୀର ଯବାନ ମାନଙ୍କ ପାଇଁ । ଯେଉଁ ମାନେ ଆମ ଦେଶ ପାଇଁ ନିଜକୁ ବଳିଦାନ ଦେଇ ଚାଲିଛନ୍ତି । ଆମେ ଶୀତ ଦିନ ଘରୁ ବାହାରିବା ପାଇଁ ପସନ୍ଦ ନ କରୁଥିବା ବେଳେ । ଆମ ଦେଶ ପାଇଁ ଆମ ପାଇଁ ଆମ ସୁରକ୍ଷା ପାଇଁ କିଛି ଲୋକମାନେ ନିଜର କିମ୍ବା ପାଣିପାଗର ଚିନ୍ତା ନକରି ସେହି ଠାରେ ରହି ନିଜ ଭାରତ ମାତାର ରକ୍ଷା କରୁଛନ୍ତି ତାଙ୍କ ପାଇଁ ଏହା ଗର୍ବର ବିଷୟ । ସେମାନେ ନିଜକୁ ଭାରତ ମାତାର ସେବକ ଭାବେ ପାଇଛନ୍ତି ।
‘ବରଫ ପଡୁ କି ମାରୁ ବିଜୁଳି ,ପାଦକୁ ପଥର, ଛାତିକୁ 65 ଇଞ୍ଚ
ମୁ ଅଛି ଶତ୍ରୁ ନେଇ ପାରିବନି ଏକ ଇଞ୍ଚ
ଦେଶସେବା ସଭିଙ୍କ ଭାଗ୍ୟରେ ନଥାଏ ଲେଖା
ବଳିଦାନ ଦେବୀ ପଛେ ନୂଆଁଇବି ନାଇ ମଥା’
ଏଭଳି ଶୀତ ଯେଉଁ ଥିରେ କେହି ଭି ନିଜକୁ ବାହାରକୁ ଛାଡିବେନି 0 ଡିଗ୍ରୀ ରୁ କମ ତାପମାତ୍ରାରେ ରହି ଏମାନେ ଆମ ଦେଶର ସୀମାକୁ ଜଗୁଛନ୍ତି । ଏଇ ଦୃଶ୍ୟ ହେଉଛି କାଶ୍ମୀର ର ଦ୍ରୁଶ୍ଯ । ଏତେ ଶୀତ ହେଉଛି କି -40 ରୁ ପାରଦ କମିବାରେ ଲାଗିଛି ଯେଉଁ ଜାଗାରେ ରକ୍ତ ମଧ୍ୟ ବରଫ ହୋଇଯିବ ।
ସେଇ ଜାଗାରେ ନିଜର ସବୁ ତାକତ ଲଗାଇ ଆମକୁ ସୁରକ୍ଷା ପ୍ରଦାନ କରୁଥିବା ସୈନ୍ୟବାହିନୀ ସତରେ ମହାନ ଅଟେ । ଦେହକୁ କାଟି ଦେଇ ରଖିବା ଭଳି ଥଣ୍ଡାରେ ସେମାନେ ନିଜର ପାଇଁ ନା କରି ଛନ୍ତି ମୁଣ୍ଡ ଉପରେ ଛାତ ନା ହି ଶରୀର ପାଇଁ ଅଧିକ କିଛି ପିନ୍ଧି ପାରିଛନ୍ତି ।
ନିଜକୁ ଥଣ୍ଡାରୁ ରକ୍ଷା କରିବା ପାଇଁ ବରଫ ଏତେ କି ଅଧା ବୁଡି ଯାଇଥିବା ଅବସ୍ଥାରେ ମଧ୍ୟ ନିଜର ଭାରତ ମାତାର ସୁରକ୍ଷା କୁ ଭୁଲି ଯାଇ ନାହାନ୍ତି । ହାତରେ ରାଇଫେଲ ଧରି ଜାଗରଣ ଅବସ୍ଥାରେ ଜଗି ରହି ଥିବା ଜବାନ ମାନଙ୍କୁ ଦେଖିଲେ ଛାତି ଗର୍ବରେ ଫୁଲି ଉଠୁଛି ।
କାଶ୍ମୀର ସୀମାର ପ୍ରତିରକ୍ଷା ମନ୍ତ୍ରାଳାୟ “ଉଦ୍ୟମ ପୁରୁ” ଠାରୁ ଅଫିସିଆଲ ତ୍ଵିଟର ରେ ଏହି ଭିଡିଓ ପୋଷ୍ଟ ହୋଇଛି । ଏହା ଟ୍ଵିଟର ମାଧ୍ୟମରେ ପୋଷ୍ଟ କରା ଯାଇଛି । ଏହା ସହ ଲେଖା ଯାଇଛି କି “ଆମ ଜୀବନ ଏକ ଥର ପାଇଁ ପାଇଛୁ । ହୁଏତ ଆମ ଲକ୍ଷ ଆମକୁ ସହଜରେ ମିଳିବନୀ କିନ୍ତୁ ଦେଶ ବାଶିଙ୍କ ପାଇଁ ଛାତିକୁ ପଥର କରି ଠିଆ ହେବ କିଏ ?
କିନ୍ତୁ ଦୃଢ ଇଚ୍ଛା ଶକ୍ତି ଦ୍ଵାରା ଆମେ ଆମ ଲକ୍ଷ ପାଇ ପାରିବା । ଯଦି ଏହା ନକରିବା ତେବେ ଏହି ଯାହାରେ ଠିଆ ହୋଇ ସୁରକ୍ଷା ଦେବା କିଏ ?” ଥଣ୍ଡା ଏହି ଭଳି କି କେହି ଠିଆ ହେବା ପାଇଁ ସକ୍ଷମ ନୁହେଁ ତଥାପି ଭରତ ର ବୀର ପୁତ୍ରମାନେ ନିଜ ମାତାର ପାଇଁ ପ୍ରହରୀ ସାଜି ଯାଇଛନ୍ତି ।
ଯେଉଁ ମାନେ ନିଜର ଏକ ପରିବାର ଅଛି ବୋଲି ପଛରେ ଭାବି ନିଜ ପରିବାର ସହ ଅନ୍ୟ ପରିବାର ପାଇଁ ଶତ୍ରୁ କୁ ଅଟକାଇବା ପାଇଁ ସୀମାରେ ଦିନ ରାତି ଜଗି ରହୁଛନ୍ତି । ଯଦି କେହି ନିଜ ମାର ଋଣ ସୁଝି ପାରିଥାଏ ତେବେ ହୁଏ ତ ପ୍ରଥମ ନାମ ଏହି ଯବାନ ମାନଙ୍କର ଆସିବ । ଏହି ଭଳି ଯବାନ ଅମର ଥିଲେ ଅଛନ୍ତି ଓ ଅମର ରହିବେ ମଧ୍ୟ ।