ସୁରକ୍ଷାରେ ଗଡବଡ ପାଇଁ କେବେ କେବେ PM Nrendra Modi ଙ୍କ ଗାଡି ରାସ୍ତା ମଝିରେ ଅଟକିଛି, ଜାଣନ୍ତୁ

ବନ୍ଧୁଗଣ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଗଡବଡ ହେବା ପରେ ସାରା ଦେଶରେ ଏହାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଦେଶର ସର୍ବୋଚ୍ଚ ସ୍ତରରେ ନେତାକୁ ଏମିତି ରାସ୍ତା ମଝିରେ ୨୦ମିନିଟ ଅଟକାଇ ଦେବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଦେଶବାସୀ । ପଞ୍ଜାବ ଉପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ରାଜନୀତି ଝଡ ସୃଷ୍ଟି ହୋଇଛି ।

ବିଜେପ ପଞ୍ଜାବ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ ଏହାକୁ ଡ୍ରାମା ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦୀ ସଡକ ପଥରେ ଆସୁଥିବା ପୋଲିସ ସୂଚନା ଦେଇଥିଲା ଓ ଉଦେଶ୍ୟ ମୂଳକ ଭାବେ ମୋଦୀଙ୍କ ଗାଡିକୁ ଅଟକା ଯାଇଥିବା ଅଭିଯୋଗ ହୋଇଛି ।

ଏହାରି ମଧ୍ୟରେ ମୋଦୀ ରାଷ୍ଟ୍ରପତିଙ୍କୁ ଭେଟି ଏହି ଘଟଣା ସମ୍ପର୍କରେ ଜଣାଇବା ପରେ ଆଜି ସୁପ୍ରିମ କୋର୍ଟରେ ଏ ସମ୍ପର୍କରେ ଏକ ମାମଲାର ଶୁଣାଣୀ ହୋଇଛି । କେବଳ ଏତିକି ନୁହେଁ ବରଂ ପୂର୍ବରୁ ମୋଦୀଙ୍କୁ ଅନେକ ଥର ରାସ୍ତାରେ ଅଟକ ରଖା ଯାଇଛି ।

୨୦୧୭ ଡିସେମ୍ବର ନୋଇଡାରେ ଏହି ଘଟଣା ହୋଇଥିଲା ଯାହା ପାଇଁ ୨ ପୋଲିସ ଅଧିକାରୀ ନୀଲମ୍ବନ ହୋଇଥିଲେ । ଠିକ ସେହିପରି ୨୦୧୯ ଫେବୃଆରିରେ ପଶ୍ଚିମବଙ୍ଗର ଉତ୍ତର ପ୍ରଗଣା ଜିଲ୍ଲା ଅଶୋକ ନଗରରେ ସମାନ ଘଟଣା ଘଟିଥିଲା । ଦଳ ଚକଟା ପରିସ୍ଥିତି ଯୋଗୁ ମୋଦୀଙ୍କୁ ନିଜର ଭାଷଣ ୨୦ମିନିଟ ରୋକିବାକୁ ପଡିଥିଲା ।

ସେହିପରି ୨୦୧୮ରେ ବିଶ୍ଵ ଭାରତୀ ଉଶ୍ଚବରେ ଜଣେ ବ୍ୟକ୍ତି ମୋଦୀଙ୍କ ସ୍ଟେଜ ଉପରକୁ ଛାଡି ଯାଇଥିଲେ । ୨୦୧୪ରେ ମଧ୍ୟ ମହାରାଷ୍ଟ୍ରର ସରକାର ଶପଥ ଗ୍ରହଣ ଉଶ୍ଚବରେ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହାକୁ ନେଇ ପୋଲିସ କର୍ମଚାରୀଙ୍କ ବୋରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ ହୋଇଥିଲା ।

ଖାଲି ଏତିକି ନୁହେଁ ବରଂ ୨୦୧୦ରେ ମଧ୍ୟ ମନମୋହନ ସିଂଙ୍କ ଗାଡି ରାସ୍ତା ଉପରେ ଅନେକ ସମୟ ଧରି ଅଟକିଥିଲା । ଏକ ଘରୋଇ ଗାଡି ପ୍ରଧାନମନ୍ତ୍ରୀଙ୍କ ଗାଡି ସମାଙ୍କୁ ଆସିବାରୁ ଅଳ୍ପକେ ଦୁର୍ଘଟଣାରୁ ବଞ୍ଚିଥିଲେ ମୋଦୀ । ୨୦୦୬ରେ ମଧ୍ୟ ମୋଦୀଙ୍କ ବାସ ଭବନକୁ ଅଚାନକ ଜଣେ ନାବାଳକ ଓ ନାବାଳିକା ପଶିଯିବାରୁ ସୁରକ୍ଷାରୁ ନେଇ ପ୍ରଶ୍ନ ଉଠିଥିଲା ।

ଅନ୍ୟ ପକ୍ଷେ ମୋଦୀଙ୍କ ସୁରକ୍ଷାକୁ ନେଇ ପଞ୍ଜାବ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଅବସର ପ୍ରାପ୍ତ ବିଚାରପତି ମେହେତା ସିଂ ଗିଲ ଓ ଗୃହ ଓ ନ୍ୟାୟ ବିଭାଗର ପ୍ରମୁଖ ସଚିବ ଅନୁରାଗ ବର୍ମାଙ୍କୁ ନେଇ ଗଠିତ କମିଟି ତଦନ୍ତ ସାରି ୩ ଦିନ ମଧ୍ୟରେ ରିପୋର୍ଟ ଦେବ ।

ତେବେ ମୋଦୀଙ୍କ ସୁରକ୍ଷାକୁ ନେଇ ଜୋର ଧରିଛି ରାଜନୀତି । ପଞ୍ଜାବ ସରକାରକୁ ଟାର୍ଗେଟ କରିଛନ୍ତି ବିଜେପି ନେତା । ମୋଦୀଙ୍କ ସଭାରେ ଲୋକ ନ ହୋଇ ଥିବାରୁ ବାଧ୍ୟ ହୋଇ ଫେରିଥିବା କଂଗ୍ରେସ ସଭାପତି ନବଜିତ ସିଧୁ କହିଛନ୍ତି । ଭାରତ ପାକିସ୍ତାନ ସୀମା ହ୍ୟୁସିନବାଲାରେ ଜାତୀୟ ମେମୋରୀକୁ ଯାଉଥିବା ବେଳେ ଏକ ଓଭର ବ୍ରିଜ ଉପରେ ମୋଦୀଙ୍କ ଗାଡିକୁ ୧୫ରୁ ୨୦ମିନିଟ ଅଟକିବାକୁ ପଡିଥିଲା । ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଠିକ କରିବା ପାଇଁ ଦାବି କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ମୋଦୀଙ୍କ ସୁରକ୍ଷାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *