ତାରାତାରିଣୀ ମନ୍ଦିର ଓଡିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ । ହିନ୍ଦୁ ଧର୍ମର ଶକ୍ତି ସ୍ୱରୂପିନୀ ଦେବୀ ତାରାତରେଣୀଙ୍କ ଶକ୍ତି ପିଠ । ଆମ ଦେଶରେ ଥିବା ଶକ୍ତି ପିଠ ମଧ୍ୟରୁ ଅନ୍ୟତମ ଅଟେ ଏହି ମନ୍ଦିର । ଏହି ଶକ୍ତି ପୀଠରେ ତାରାତାରେଣୀ ଦୁଇ ଭଉଣୀ ପୂଜା ପାଉଛନ୍ତି । ଏହି ପିଠର ମହିମା ଲାଗି ବହୁତ ପ୍ରସିଦ୍ଧ ଲାଭ କରିଛି । ଓଡିଶାରେ ଥିବା ବହୁତ ଶକ୍ତି ପୀଠ ମଧ୍ୟରେ ମା ତାରାରେଣୀଙ୍କର ସ୍ଵତନ୍ତ୍ରତା ରହିଛି ।ଏହି ପୀଠ ବୌଦ୍ଧ, ବୈଷ୍ଣବୀ,ତନ୍ତ୍ର,ଓ ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି । କିମ୍ବଦନ୍ତୀ ଅନୁସାରେ ସତ୍ୟ ଯୁଗରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ପିତାଙ୍କ ଅନିଚ୍ଛା ସତ୍ୱେ ଶିବଙ୍କୁ ବିବାହ କରିଥିଲେ । ଠାରେ ଦକ୍ଷ ପ୍ରଜାପତି ଏକ ବିରାଟ ଯଜ୍ଞର ଆୟୋଜନ କଲେ ଏବଂ ସବୁ ଦେବ ଦେବୀଙ୍କୁ ଯୋଗଦେବା ପାଇଁ ନିମତ୍ରଣ କାଲେ ।
ଶିବ ଶ୍ମଶାନରେ ବାସ କରିବା ଓ ତାଙ୍କ ଭେଶଭୂଷାକୁ ନାପସନ୍ଦ କରୁଥିଲେ ଦକ୍ଷ । କନ୍ୟା ସତୀ ଇଚ୍ଛା ବିରୁଦ୍ଧରେ ଶିବଙ୍କୁ ବିବାହ କରୁଥିବାରୁ ଦକ୍ଷ ଝିଅ ଜ୍ଵାଇଙ୍କୁ ଯଜ୍ଞରେ ନିମତ୍ରଣ କରିନଥିଲେ । ଦେବଶ୍ରୀ ନାରଦଙ୍କ ଠାରୁ ପିତାଙ୍କର ବିରାଟ ଯଜ୍ଞର ଆୟୋଜନ ଶୁଣି ଶିବଙ୍କ ବରଣ ସତ୍ୱେ ସତୀ ବାପାଙ୍କ ଘରେ ପହଞ୍ଚିଥିଲେ । ସତୀ ଯଜ୍ଞ ସ୍ଥଳରେ ପିତା ଦକ୍ଷଙ୍କୁ ଦେଖି ଝିଅ ଜ୍ଵାଇଙ୍କୁ କାହିଁକି ନିମତ୍ରଣ କରିନ ବୋଲି ଜିଜ୍ଞାସା କରିଥିଲେ । କିନ୍ତୁ ଦକ୍ଷ ପ୍ରଜାପତି ଶିବଙ୍କ ବିଷୟରେ ବହୁତ କଟୁକଥା କହିଲେ । ଫଳରେ ସତୀ ସ୍ଵାମିଙ୍କ ଅପମାନକୁ ସହି ନପାରି ଯଜ୍ଞ କୁଣ୍ଡରେ ଝାସ ଦେଇଥିଲେ ।
ଏହୁ ଦୁଃସମ୍ବାଦ ପାଇ ଶିବ କ୍ରୋଧାନ୍ୱେତ ହେଲେ ଓ ଯଜ୍ଞ ସ୍ଥଳକୁ ଯାଇ ଦକ୍ଷଙ୍କ ସିର ଛେଦନ କରିବା ସହିତ ଯଜ୍ଞକୁ ଧ୍ଵଂସବିଧ୍ଵଂସ କରିଦେଲେ । ସତୀଙ୍କର ସେହି ଅର୍ଦ୍ଧଦଗ୍ଧ ଶରୀରକୁ କାନ୍ଧରେ ଧରି ପାଗଳ ପ୍ରାୟ ଲକ୍ଷ୍ୟହୀନ ଭାବରେ ଘୁରି ବୁଲିଲେ । ଶିବଙ୍କ ବିନା ସୃଷ୍ଟି ପରିଚାଳନା ଅସମ୍ଭବ ଜାଣି ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ସତୀଙ୍କର ଦଗ୍ଧଭୁତ ଶରୀରକୁ ଖଣ୍ଡ ବିଖଣ୍ଡ କରିଦେଲେ । ସତୀଙ୍କ ପିଣ୍ଡ ୫୧ଟି ସ୍ଥାନରେ ପଡିଥିଲା, ଓ ଏହି ୫୧ ଟି ସ୍ଥାନରେ ଶକ୍ତି ପୀଠ ଗଢି ଉଠିଥିଲା । ସତୀଙ୍କ ବକ୍ଷଯ ତାରାତାରିଣୀ ପୀଠରେ ପଡିଥିଲା ।
ତେଣୁ ସତୀ ବକ୍ଷଯରୁ ତାରାତାରେଣୀଙ୍କ ସୃଷ୍ଟି ହୋଇଥିଲା । ମା ତାରାତାରେଣୀ ବ୍ରହ୍ମ ଶ୍ରୀ ବଶିଷ୍ଠଙ୍କ ଇଷ୍ଟଦେବୀ । ଥରେ ବଶିଷ୍ଠ ଏକ ଅଭୀପ୍ସା ପୂରଣ ପାଇଁ ଦେବୀଙ୍କୁ ଆବାହନ କଲେ, କିନ୍ତୁ ଦେବୀ ଦ୍ୱୟ ଏଥିପ୍ରତି ଉଦାସୀନତା ଦେଖାଇଲେ । ଫଳରେ ବ୍ରହ୍ମଶ୍ରୀ ରାଗିଜାଇ ଦେବୀ ଦ୍ଵୟଙ୍କୁ ଅପୂଜା ରହିବା ପାଇଁ ଅଭିଶାପ ଦେଇଥିଲେ । କିନ୍ତୁ ଦେବୀ ସେଥିପାଇଁ ଅନୁତାପ କରିବାରୁ ବଶିଷ୍ଠ ଶାନ୍ତ ହେଲେ ଏବଂ କହିଲେ କଳିଯୁଗର ମଧ୍ୟ ଭାଗରେ ତାଙ୍କ ଜେଷ୍ଠ ଭଗ୍ନୀ ଋଷିକୁଲ୍ୟା ନଦୀ ତୀରରେ ମୋର ମାନସ ପୁତ୍ର ବସୁପ୍ରହରାଜଙ୍କ ଘରେ କିଛି ଦିନ ଲାଳିତ ପାଳିତ ହେବା ପରେ ତାରାତାରେଣୀ ପର୍ବତର ଶୀର୍ଷ ଦେଶରେ ପୂଜା ପାଇବ ଓ ଶ୍ରାପ ମୁକ୍ତ ହେବ । ସେତେଦିନ ପର୍ଯ୍ୟନ୍ତ ମା ଲକ୍ଷ୍ମୀଙ୍କ ଚକ୍ଷୁ କୋଣରେ ରହି ଶିବଙ୍କ ନିକଟରେ ନିଜକୁ ଉପଦେଶ ଦେଲେ ।
ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ମହି ରାବଣ ରାମ ଲକ୍ଷ୍ମଣଙ୍କୁ ଅପହରଣ କରି ମା କାଳୀଙ୍କ ପାଖରେ ବଳି ଦେବାର ସମ୍ବାଦ ଶୁଣି ଅଶୋକ ବନରେ ବନ୍ଦୀ ଥିବା ସିତା ମାତା କାନ୍ଦିଲେ । ତାଙ୍କ ଦୁଇ ଆଖିରୁ ଝରି ପଡୁଥିବା ଲୁହରୁ ବିଭିନ ଆୟୁଧର ସଜିତ ଅପୂର୍ବ ସୌନ୍ଦର୍ଯ୍ୟରେ ପୂର୍ଣ ଦୁଇଜଣ ଦେବୀ ଜାତ ହୋଇ ଶ୍ରାପମୁକ୍ତ ହେଲେ, ଏବଂ ସିତାଙ୍କର ସେବା କରିବା ପାଇଁ ଇଛା ପ୍ରକଟ କଲେ । ସିତାଙ୍କ ଆଦେଶରେ ହନୁମାନଙ୍କ ସହିତ ମିଶି ଦେବୀ ଦ୍ୱୟ ନିଜ ଅଙ୍ଗରୁ କ୍ୟାତାୟିନୀ ଓ ଯୋଗିନୀ ଗଣଙ୍କୁ ସୃଷ୍ଟି କରି ମହି ରାବଣଙ୍କୁ ବଧ କଲେ । ସେଠାରୁ ଫେରି ମାତା ସିତାଙ୍କୁ ବିଦାୟ ପାଇଁ ଅନୁମତି ମାଗିବା ସମୟରେ ସିତା ସେ ଦୁହିଙ୍କୁ ଋଷିକୁଲ୍ୟା ତୀରରେ ଅଗସ୍ତି ମୁନୀଙ୍କ ଆଶ୍ରମରେ ପ୍ରଭୁ ଶ୍ରୀ ରାମ ପ୍ରତିଷ୍ଠା କରିଥିବା ପଂଚାନନ ଏବଂ ତୁମ୍ବେସ୍ଵରଙ୍କ ଲିଙ୍ଗଥିବା ତାରକକ୍ଷ ମହାଗୀରି ତାରାତାରେଣୀ ପର୍ବତର ତୀରଦେଶରେ ଗୋପନରେ ରହିବାକୁ ନିର୍ଦେଶ ଦେଲେ, ଓ କଳି ଯୁଗ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ ।
ଗଞ୍ଜାମର ଆଠଗଡ ଅନ୍ତର୍ଗତ ବୀର ଜଗର୍ନ୍ନାଥ ଶାସନରେ କୁମାରୀ ନାମକ ଏକ ଛୋଟ ଗାଁରେ ଏକ ମଧ୍ୟବିତ ପରିବାରରେ ବସୁ ପ୍ରହରାଜ ନାମରେ ଜଣେ ମହାଜ୍ଞାନୀ ଜଣେ ତାନ୍ତ୍ରିକ ଥିଲେ । ଏହା ସତ୍ୱେ ସେ ନିଃସନ୍ତାନ ଥିଲେ । ତେଣୁ ସେ ଦୁଇଟି କନ୍ୟା ସନ୍ତାନ ଆଣି ଲାଳନ ପାଳନ କରିଥିଲେ । ସେଇ ଦୁଇ କନ୍ୟା ସନ୍ତାନଙ୍କ ଲାଳନ ପାଳନରେ କୌଣସି ଅସୁବିଧା କରି ନଥିଲେ । ଦିନେ ସେ ଦୁଇଟି ଝିଅ ସମସ୍ତଙ୍କ ଅଜ୍ଞାତସରରେ ଗୃହ ତ୍ୟାଗ କଲେ, ଓ ବାଟରେ ଗଲାବେଳେ କାଚରା ଠାରୁ ଚୁଡି ପିନ୍ଧିଥିଲେ, ଓ ବସୁ ପ୍ରହରାଜଙ୍କ ଠାରୁ ପ୍ରାପ୍ତ ନେବା ପାଇଁ କହିଥିଲେ । ପ୍ରହରାଜ ବହୁତ ଖୋଜାଖୋଜି କଲେ ମଧ୍ୟ ନିରାଶ ହୋଇଥିଲେ । କିଛି ଦିନ ପରେ ଦେବୀ ଦ୍ୱୟ ସ୍ଵପ୍ନରେ ଦର୍ଶନ ଦେଇ ସବୁ କିଛି କହି ବର୍ଣନା କଲେ । ପ୍ରହରାଯଙ୍କୁ ସ୍ଵପ୍ନଦେଶା ହେଲାଯେ ଦୁଇଭଉଣୀ ପୂର୍ଣଗିରି ପର୍ବତ ଉପରେ ଅବସ୍ଥାନ କରୁଛନ୍ତି । ସେଦିନ ରାତ୍ରି ଶେଷ ପ୍ରହରରେ ଶଯ୍ୟା ତ୍ୟାଗ କରି ସମସ୍ତଙ୍କ ଅଜ୍ଞାତ ସାରରେ ବସୁ ପ୍ରହରାଜ ଏକୁଟିଆ ପର୍ବତ ଉପରେ ପହଞ୍ଚିଲେ ।
ସେଠାରେ ଦେଖିଲେ ସ୍ତନାକୃତି ଦୁଇଟି ଶିଳା ପୂର୍ଣଗିରି ପର୍ବତ ଉପରେ ଅବସ୍ଥାନ କରୁଛନ୍ତି । ବସୁ ପ୍ରହରାଜ ମାଙ୍କ ମହିମା ଜାଣିବା ପରେ ଦୁଇଟି ବିଗ୍ରହ ପ୍ରତିଷ୍ଠା କଲେ, ଓ ତନ୍ତ୍ର ସାଧନା ଦ୍ଵାରା ସେଠାରେ ପ୍ରାଣ ପ୍ରତିଷ୍ଠା କଲେ । ଏହା ପରେ ବିଶିଷ୍ଠ କାରିଗରଙ୍କୁ ଡକାଇ ବିଧି ଅନୁସାରେ ଅକ୍ଷୟ ତୃତୀୟା ଦିନ ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ କରିଥିଲେ । ସେ ଦୁଇ ମୂର୍ତ୍ତି ଅଧୁରା ତାରା ଓ ତରେଣୀ ନାମରେ ବିଖ୍ୟାତ । ପୁରାଣ ଓ ତନ୍ତ୍ରଶାସ୍ତ୍ର ମତରେ ପୂର୍ଣଗିରି ପର୍ବତ ବହୁ ପ୍ରାଚୀନ କାଳରେ ପ୍ରସିଦ୍ଧ ତନ୍ତ୍ରପୀଠ ନାମରେ ମଧ୍ୟ ଚର୍ଚିତ ଥିଲା । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।