ଆଜିକାଲି କେଶ ଝଡିବା ସମସ୍ଯା ଅଧିକ ପରିମାଣରେ ଦେଖା ଯାଉଛି । ଏହା ସହ କେଶ ଧଳା ମଧ୍ୟ ଜଲ୍ଦି ହୋଇ ଯାଉଛି । ବିଶେଷ କରି ପିଲାଙ୍କ ତହରୁ ବୃଦ୍ଧ ଲୋକଙ୍କ ଯାଏଁ କେଶ ଧଳା ହେଲା ଭଳି ସମସ୍ଯା ଦେଖା ଯାଉଛି । ଏହା ବ୍ଯତୀତ କେଶରେ ରୂପୀ ହେବା ଯୋଗୁ କେଶ ଝଡିବା ଭଳି ସମସ୍ଯା ଦେଖା ଯାଉଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ତେଲ ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ ଦ୍ଵାରା କେଶ ଝଡିବା ଭଳି ସମସ୍ଯା ଠାରୁ ଆରମ୍ଭ କରି କେଶ ଧଳା ହେବା ଯାଏଁ ସମସ୍ୟାର ନିବାରଣ ହୋଇ ପାରିବ ।
କେଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି କଳାଜୀରା । କଳାଜୀରା ସାଧାରଣ ଆଚାର କରିବାରେ ବ୍ୟବହାର କରାଯାଏ । କିନ୍ତୁ କେଶ ଝଡିବା ଭଳି ସମସ୍ୟାକୁ ଦୂର କରିବାରେ କଳାଜୀରା ବିଶେ ଭାବ ସହାୟକ ହୋଇଥାଏ । ଏହା ସ୍କିନ ମଧ୍ୟ ଲାଭଦାୟକ ହୋଇଥାଏ । ଏଥିପାଇଁ ଦୁଇ ଚାମଚ କଳାଜୀରା ସହ ଦୁଇରି ତିନୋଟି ଲବଙ୍ଗକୁ ଭଲ ଭାବେ ଭାଜି ଦିଅନ୍ତୁ । ଲବଙ୍ଗ ଆମ ଶରୀର ପାଇଁ ବହୁତ ଫାଇଦା ହୋଇଥାଏ । ଏହା ପରେ ଲବଙ୍ଗ ଓ କଳାଜୀରାର ପାଉଡର ପ୍ରସ୍ତୁତ କରନ୍ତୁ ।
ଏହା ପରେ ଆବଶ୍ୟକ ରହିଛି କର୍ପୁର ଯାହା ପୁଜାରେ ବ୍ୟବହାର କରାଯାଏ । କର୍ପୁର ର ବ୍ୟବହାର କରିବା ଦ୍ଵାରା କେଶ ଝଡିବା ସମସ୍ଯା ଦୂର ହେବା ସହ କେଶ ମଜବୁତ ହୋଇଥାଏ । ୫ଟି କର୍ପୁରକୁ ଭଲ ଭାବେ ଗୁଣ୍ଡ କରନ୍ତୁ । ଏହା ପରେ ଏକ ପାତ୍ରରେ ୧୦୦ ଗ୍ରାମ ନଡିଆ ତେଲ ପକାଇ ହାଲକା ଗରମ କରନ୍ତୁ । ଏହା ପରେ ଅନ୍ୟ ଏକ ପାତ୍ରରେ ନଡିଆ ତେଲ ବାହାର କରନ୍ତୁ । ଏହା ପରେ ଲବଙ୍ଗ, କର୍ପୁର ଓ କଳାଜୀରା ପାଉଡର ପକାନ୍ତୁ । ଏହା ପରେ ନଡିଆ ତେଲ ସହ ଏହି ୩ଟି ଜିନିଷର ମିଶ୍ରଣ କରନ୍ତୁ ।
ଏହି ତେଲ ର ପ୍ରୟୋଗ ଦ୍ଵାରା ମୁଣ୍ଡ ବିନ୍ଧା ସମସ୍ଯା ମଧ୍ୟ ଦୂର ହୋଇଥାଏ । ଏହି ତେଲକୁ ରାତି ସାରା ସେମିତି ରଖି ଦିଅନ୍ତୁ । ଏହା ପର ଦିନ ସକାଳେ ଏହି ତେଲରେ ଭିଟାମିନ-ଇ କ୍ୟାପସୁଲ ମିଶାନ୍ତୁ । ଏହା ଦ୍ୱ୍ରା କେଶର ଗ୍ରୋଥ ବଢିବା ସହ ନ୍ୟୁଟ୍ରେସନ ବଢିଥାଏ । ୪ଟି ଭିଟାମିନ-ଇ କ୍ୟାପସୁଲ ଏହି ତେଲରେ ମିଶ୍ରଣ କରନ୍ତୁ । ଏହିପରି ଭାବେ ତେଲ ପ୍ରତୁତ କରି କେଶରେ ବ୍ୟବହାର କରି ପାରିବେ ।
ଏହା ଦ୍ଵାରା କେଶ ଜନିତ ଯେ କୌଣସି ସମସ୍ଯା ହୋଇଥାଏ ତାହା ଦୂର ହେବ । ଏହି ତେଲକୁ କେଶରେ ଲଗାଇବା ପୂର୍ବରୁ ଖରାରେ ରଖି ଏହାକୁ ହଲକା ଗରମ କରନ୍ତୁ । ଏହି ତେଲକୁ ରାତିରେ ଲଗାଇ ସକାଳେ କେଶ ଧୋଇ ଦିଅନ୍ତୁ । ଏହି ତେଲର ପ୍ରୟୋଗ ଦ୍ଵାରା କେଶ ଧଳା ହୋଇଥିଲେ କଳା ହେବା ସହ କେଶ ଝଡିବା ମଧ୍ୟ ବନ୍ଦ ହୋଇଯିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ