କେଉଁ ବାରରେ ଚୁଟି ଓ ଦାଢ଼ି କାଟିବା ଉଚିତ ! କେଉଁ ବାରରେ ଏହି କାର୍ଯ୍ୟ କରିବା ଅନୁଚିତ ! Chittaranjan Mohapatra

କେଉଁ ବାରରେ ଚୁଟି ଏବଂ ଦାଢି କାଟିଲେ ମଙ୍ଗଳ ହେବ ? ବନ୍ଧୁଗଣ ଚୁଟି ଓ ଦାଢି କାଟିବା ଏହା ତ ନିହାତି ଭାବେ ଦରକାର ହୋଇଥାଏ । ଯାହାକୁ ଆମେ ସାଧାରଣତଃ ଖିଅର ହେବ ବୋଲି କହିଥାଉ । ହେଲେ ଏହି ଚୁଟି କାଟିବା ଓ ଦାଢି ଖିଅର ହେବାକୁ ନେଇ ଅନେକ ଲୋକଙ୍କ ମନରେ ବହୁତ ପ୍ରକାର ଦ୍ଵନ୍ଦ ରହିଥାଏ । କେଉଁ ବାରରେ ଏହି ସବୁ କାର୍ଯ୍ୟ କରିବା ଉଚିତ ଓ କେଉଁ ବାରରେ କରିବା ଅନୁଚିତ ! ଏହାକୁ ନେଇ ଅନେକ ଲୋକ ଅନେକ ପ୍ରକାର ନିଜ ନିଜର ମତ ରଖିଥାନ୍ତି ।

ତେବେ ଏହି ବିଷୟରେ ଆଜି ଆପଣଙ୍କ ମନରୁ ଅନେକ ଦ୍ଵନ୍ଦକୁ ଦୂର କରିବାକୁ ଯାଉଛୁ । ଚୁଟି କାଟିବା କି ଖିଅର ହେବା କାର୍ଯ୍ୟ ଯଦି ଠିକ ଦିନରେ କରାଯାଇନଥାଏ । ତେବେ ଏହା ବ୍ୟକ୍ତିର ଜୀବନକୁ ବିପଦକୁ ଆମନ୍ତ୍ରଣ କରିଥାଏ ବୋଲି ମଧ୍ୟ କୁହାଯାଇଛି । ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର, ରବିବାର ଏହି ପାଞ୍ଚଟି ବାରରେ ଦାଢି କାଟିବା ଅନୁଚିତ । କାରଣ ରବିବାର ହେଉଛି ସୂର୍ଯ୍ୟଙ୍କ ବାର । ତେଣୁ ଏହି ଦିନ ଖିଅର ହେବ ଦ୍ଵାରା ବ୍ୟକ୍ତିର ଆର୍ଥିକ ସ୍ଥିତି କମଜୋର ହୋଇଯାଇଥାଏ ।

ମଙ୍ଗଳବାରକୁ ପ୍ରଭୁ ବଜରଙ୍ଗିବାଲୀଙ୍କର ବାର ହୋଇଥିବାରୁ ଏହି ବାରରେ ମଧ୍ୟ ଏହି ସବୁ କାର୍ଯ୍ୟ ଠାରୁ ଦୂରେଇ ରହିବା ଆଉଚିତ । କାରଣ ଏହି ଦିନରେ ଏହି ସବୁ କାର୍ଯ୍ୟକୁ ଅଶୁଭ ମାନାଯାଇଥାଏ । ଗୁରୁବାରକୁ ମଧ୍ୟ ମାତା ଲକ୍ଷ୍ମୀଙ୍କର ବାର ବୋଲି ମାନାଯାଇଥାଏ । ତେଣୁ ଏହି ବାରରେ ଖିଅର ବା ଚୁଟି, ନଖ ଆଦି କାଟିବା କାର୍ଯ୍ୟକୁ ବାରଣ କରାଯାଇଥାଏ । ନଚେତ ଘରକୁ ଦରିଦ୍ରତା ଆସିଥାଏ ।

ତେବେ ସପ୍ତାହରେ ବୁଧବାର ଏବଂ ଶୁକ୍ରବାରକୁ ଚୁଟି କାଟିବା ଓ ଖିଅର ହେବା ଆଦି କାର୍ଯ୍ୟ କରିପାରିବେ । ହେଲେ ଯେଉଁ ଲୋକଙ୍କର ଗୋଟିଏ ପୁତ୍ର ଥିବେ। ତେବେ ସେହି ଲୋକ ଶୁକ୍ରବାରକୁ ଖିଅର ହେବା ଉଚିତ ନୁହେଁ । ସେହି ଲୋକ ଚାହିଁଲେ ସୋମବାର ଏବଂ ରବିବାକୁ ଖିଅର କାର୍ଯ୍ୟ କରିପାରିବେ ।

ସକାଳ ସ୍ନାନ ପରେ କିମ୍ବା ସନ୍ଧ୍ଯା ପରେ ମଧ୍ୟ ଚୁଟି ଦାଢି କାଟିବାକୁ ଅଶୁଭ ବୋଲି କୁହାଯାଇଥାଏ । ତେଣୁ ଏହି ସବୁ କଥାକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ଦ୍ଵାରା ଜୀବନରେ ଅଯଥା ସମସ୍ଯା ଆସିନଥାଏ । ଯେଉଁ ଲୋକ ଏହି ସବୁ ନିୟମର ଉଲଂଘନ କରି କାର୍ଯ୍ୟ କରିଥାନ୍ତି । ସେମାନଙ୍କ ଜୀବନକୁ ବହୁ ଶୀଘ୍ର ଦୁଖ, ଦରିଦ୍ରତା ଏବଂ ରୋଗ ମାଡି ଆସିଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ବହୁ ମାତ୍ରାରେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *