ସାଂସାରିକ ଜୀବନକୁ ସୁଖମୟ କରିବାକୁ ହେଲେ କିଛି ଜ୍ଯୋତିଷ ଶାସ୍ତ୍ର ସହ ଜଡିତ ଉପାୟମାନ କରିବାକୁ ହୁଏ । ଯାହା ବିଷୟରେ ଲୋକ ମାନେ ଖୁବ କମ ଜାଣିଥାନ୍ତି । ଆଜି ଆମେ ଆପଣଙ୍କୁ କିଛି ଉପାୟମାନ ବିଷୟରେ କହିବାକୁ ଯାଉଛୁ ଯାହା ଜୀବନରେ ଧନ, ସୁଖ ବୃଦ୍ଧିର କାରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ଉପାୟ ବିଷୟରେ ବିସ୍ତାର ଭାବେ ।
୧- ରବିବାର ଦିନ ବର ଗଛ ପତ୍ରରେ ନିଜର ଇଚ୍ଛା ଲେଖି ପାଣିରେ ଭସାଇବା ଦ୍ଵାରା ଇଚ୍ଛା ପୂରଣ ହୁଏ । ରବିବାର ଦିନ ସନ୍ଧ୍ୟାରେ ୪ଟି ମୁଖ ଥିବା ଦୀପକୁ ଓସ୍ତ ଗଛ ମୂଳେ ଜଳାଇବା ଦ୍ଵାରା ଧନ, ମାନ ସମାନ ପ୍ରାପ୍ତ ହୁଏ ।
୨- ରବିବାର ଦିନ ଝାଡୁ କିଣିବା ଶୁଭ ହେବା ସହ ସେହି ଝାଉରେ ଘରେ ସଫା କରିଲେ ମଙ୍ଗଳକାରୀ ହୋଇଥାଏ । ଏହା ସହ ଆର୍ଥିକ ସ୍ଥିତି ଭଲ ରହିଥାଏ ।
୩-ରବିବାରରେ ପୋଖରୀରେ ଥିବା ମାଛ ମାନଙ୍କୁ ଖାଦ୍ୟ ଖାଇବାକୁ ଦେଲେ ଶୁଭ ହେବ ସହ ଲକ୍ଷ୍ମୀ କୃପା ପ୍ରାପ୍ତ ହୁଏ । ରବିବାରରେ ସୂର୍ଯ୍ୟକୁ ଅର୍ଘ୍ୟ ଦାନ କରିବା ସମୟରେ ସିନ୍ଦୁର ଓ ଖସା ମିଶାଇ ଜଳ ଦେଲେ ଆର୍ଥିକ ସ୍ଥିତି ମଜବୁତ ହୁଏ ।
୩- ଯଦି ଆର୍ଥିକ ସମସ୍ୟା ଦେଖା ଦେଉଥାଏ ତେବେ ଶନିବାର ଦିନ ଓସ୍ତ ଗଛ ମୂଳେ କ୍ଷୀର ସହ ଗୁଡ ଚଢାଇ ସୋରିଷ ତେଲରେ ଦୀପ ଜଳାଇବା ଦ୍ଵାରା ତାହା ଦୂର ହୋଇଥାଏ ।
୪- ଯଦି ପିଲାଙ୍କର ପାଠରେ ମନ ଲାଗୁ ନ ଥାଏ ତେବେ ୩ ଶୁକ୍ଳ ପକ୍ଷ ରବିବାରରେ ୫ଟି ମିଠାଇ ସହ ୨ଟି ଗୁଜୁରାତି ନେଇ ପିଲାଙ୍କ ଦ୍ଵାରା ଓସ୍ତ ଗଛ ମୂଳେ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।
୫- ଜୀବନରେ ଧାର କରଜର ଭାର ଅଧିକ ହେଉଥାଏ ଓ ସୁଝିବା ଅସମ୍ଭବ ହେଉଥାଏ ତେବେ ମଙ୍ଗଳବାରରେ ମୋଚକ ମଙ୍ଗଳ ସ୍ତୋତ ପାଠ କରିଲେ ଭଲ ହୋଇଥାଏ ।
୬- ଶନିବାର, ମଙ୍ଗଳବାର, ଗୁରୁବାରରେ ମହିଳା ମାନେ ନଖ ଏବଂ ପୁରୁଷମାନେ ବାଳ କାଟିବା ଉଚିତ ନୁହେଁ । ଏହା ଦ୍ଵାରା ଦାଂପତ୍ଯ ଜୀବନ ମଙ୍ଗଳକାରୀ ହୁଏ ନାହି ।
୭- ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁର ସମ୍ପର୍କ ପାଇଁ ନାଲି କପଡାରେ ହଳଦିଆ ସୋରିଷ ସହ ସ୍ଵାମୀ-ସ୍ତ୍ରୀ ଙ୍କ ନାମ ଲେଖିଥିବା ଗୋମତୀ ଚକ୍ରକୁ ବାନ୍ଧି ଶୋଇବା ଘରେ ରଖିଲେ ଶୁଭ ହୋଇଥାଏ ।
୮- ବିବାହିତା ମହିଳା ପ୍ରତେକ ଦିନ ଦୂର୍ଗା ଚାଳିଶା ପାଠ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ସ୍ଵାମୀ-ସ୍ତ୍ରୀ ମଧ୍ୟରେ କଳହ ହେଉଥିଲେ ଶୋଇବା ସମୟରେ ସ୍ବାମୀଙ୍କ ମୁଣ୍ଡ ଉପରେ ସିନ୍ଦୁର ରଖି ସେହି ସିନ୍ଦୁରକୁ ପିନ୍ଧିବା ଦ୍ଵାରା ଦୂର ହୋଇଥାଏ ।
୯- ଶନିବାର ଦିନ ଶୋଇବା ପୂର୍ବରୁ ଖଟ ତଳେ ସୋରିଷ ତେଲ ରଖି ଗରିବ ଙ୍କୁ ଦାନ କରିଲେ ଧନ ସମ୍ପତି ବୃଦ୍ଧି ପାଇଥାଏ ।
୧୦- ଡିମିରି ଗଛର ଚେରକୁ କପଡାରେ ବାନ୍ଧି ଚାନ୍ଦିର ତାବିଜ ଭିତରେ ଆଖି ବେକରେ ପିନ୍ଧିଲେ ଆର୍ଥିକ ସମସ୍ଯା ଦୂର ହେବା ସହ ଧନର ଆଗମନ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।