କେଉଁ ସମୟରେ ଶାରୀରିକ ସମ୍ପର୍କ ରଖିଲେ ଜନ୍ମ ହୁଏ ରାକ୍ଷସ ସନ୍ତାନ ? Jyotisha Shastra

ନମସ୍କାର ବନ୍ଧୁଗଣ, ସ୍ଵାମୀ ସ୍ତ୍ରୀ ମଧ୍ୟରେ ଶାରୀରିକ ସମ୍ବନ୍ଧ ସ୍ଥାପନ ହୋଇଥାଏ । ଏହାକୁ ଦୁନିଆରେ ସ୍ଵିକୃତି ମିଳିବା ସହ ଶାସ୍ତ୍ରରେ ମଧ୍ୟ ସ୍ଵୀକୃତି ମିଳିଛି । ଯଦି ଆପଣ ସନ୍ତାନ ପ୍ରାପ୍ତି ଆଶାରେ ଶାରୀରିକ ସମ୍ପର୍କ ରଖୁଛନ୍ତି ତେବେ ଆପଣଙ୍କୁ ସମ୍ବନ୍ଧ ରଖିବାର ସମୟ ଉପରେ ଧ୍ୟାନ ଦେବା ଦରକାର । ଯଦି ଆପଣ କୌଣସି ଭୁଲ ମୁହୂର୍ତ୍ତରେ ସମ୍ବନ୍ଧ ରଖନ୍ତି ତେବେ ଆପଣଙ୍କ କୋଳରେ ରାକ୍ଷସ ସନ୍ତାନ ଜନ୍ମ ନେଇଥାଏ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ସମୟରେ ଶାରୀରିକ ସମ୍ବନ୍ଧ ରଖିବା ଅନୁଚିତ ।

ଏହି କଥାକୁ ବୁଝିବା ପାଇଁ ଜାଣନ୍ତୁ ଏକ ପୌରାଣିକ କାହାଣୀ । ମହର୍ଷି କଶ୍ୟପ ଯଜ୍ଞ ଶାଳାରେ ପୂଜା କରିବାର କାର୍ଯ୍ୟକ୍ରମରେ ଲାଗିଥିଲେ । ସେହି ସମୟରେ ମହର୍ଷି କଶ୍ୟପଙ୍କ ସ୍ତ୍ରୀ ଦିତି ଆସି ପହଞ୍ଚିଲେ ତାଙ୍କ ସମ୍ମୁଖରେ । ଦିତିଙ୍କ ମନରେ ଗୋଟିଏ ପୁତ୍ର ସନ୍ତାନ ପ୍ରାପ୍ତିର କାମନା ଚାଲିଥିଲା । ଦିତି ନିଜ ଭିତରେ ରହିଥିବା ସଂଭୋଗର କାମନାକୁ ସ୍ଵାମୀ କଶ୍ୟପଙ୍କ ସାମ୍ନାରେ ପ୍ରକାଶ କରିଲେ ।

ମହର୍ଷି କାଶ୍ୟପ ବହୁତ ଜ୍ଞାନୀ ପଣ୍ଡିତ ଥିଲେ । ତାଙ୍କୁ ଦୁନିୟାର ସମସ୍ତ ରୀତି ନୀତି ସମୟ ସମ୍ପର୍କରେ ଜଣାଥିଲା । ତେଣୁ ମହର୍ଷି କଶ୍ୟପ ବର୍ତ୍ତମାନର ସମୟକୁ ଜାଣି ନିଜ ସ୍ତ୍ରୀଙ୍କୁ ବୁଝାଇବାକ ଲାଗିଲେ କି ସମ୍ଭନ୍ଧ ରଖିବା ପାଇଁ ଏହା ଉଚିତ ସମୟ ନୁହେଁ । ତେଣୁ ଏହି ସମୟକୁ ଅତିବାହିତ ହେବାକୁ ଦିଅନ୍ତୁ । ଦିତି କିନ୍ତୁ ଏହି କଥାକୁ ମାନିଲେ ନାହିଁ । ସ୍ତ୍ରୀଙ୍କ ଆଗ୍ରହ ସମ୍ବନ୍ଧ ରଖିବାର କାମନା ଋଷିଙ୍କୁ ମଧ୍ୟ ଆତୁର ଏବଂ ବିବଶ କରିଦେଲା । ତେଣୁ ଋଷି ସମ୍ବନ୍ଧ ରଖିବା ପାଇଁ ରାଜି ହୋଇଗଲେ ।

ସମ୍ବନ୍ଧ ରଖିସାରିବା ପରେ ଦିତି ନିଜ ଭୁଲକୁ ବୁଝିପାରିଲେ । ଏହାପରେ ସେ କଶ୍ୟପଙ୍କୁ କ୍ଷମା ପ୍ରାଥନା କଲେ । ମହର୍ଷି ଏହା ଶୁଣି କହିଲେ କି ତୁମେ ମୋ କଥାକୁ ଅବମାନନା କଲ ଯାହାର ଫଳ ଏବେ ତୁମେ ଭୋଗିବ । କାମନାର ଭୋକରେ ତୁମେ ମୋର କଥା ଶୁଣିଲ ନାହିଁ । ଯାହା ଫଳରେ ଏକ ବଡ ଅପରାଧ କରିବସିଲ । ଯେଉଁ ସମୟରେ ଆମେ ସମ୍ବନ୍ଧ ରଖିଲେ ତାହା ଉପଯୁକ୍ତ ନଥିଲା ।

ତେଣୁ ତୁମ କୋଳରୁ ଜନ୍ମ ନେବାକୁ ଯାଉଥିବା ଦୁଇଟି ସନ୍ତାନ ରାକ୍ଷସ ସଦୃଶ ଅହଙ୍କାରୀ, ତାମସିକ ସ୍ଵାଭାବର ଜନ୍ମ ନେବେ । ସେମାନଙ୍କୁ ବଧ କରିବା ପାଇଁ ଭଗବାନ ଶ୍ରୀହରି ଧରା ଅବତରଣ କରିବେ । ସ୍ଵାମୀଙ୍କ ଏହି କଥା ଶୁଣି ଦିତି ଭୟଭୀତ ହୋଇ ନିଜ ଗର୍ଭରେ ଥିବା ସନ୍ତାନଙ୍କୁ ଶହେ ବର୍ଷ ଧାରଣ କରିଲେ । ଶେଷରେ ଶହେ ବର୍ଷ ପରେ ତାଙ୍କ କୋଳରୁ ହିରନକ୍ଷ ଏବଂ ହିରଣକଷ୍ୟପୁ ନାମକ ଦୁଇଟି ଯମଜ ସନ୍ତାନ ଜାତ ହେଲେ ।

ଏହି ଦୁଇ ସନ୍ତାନଙ୍କ ଜନ୍ମରେ ପୃଥିବୀ, ପାତାଳା ଏବଂ ଆକାଶ ମାର୍ଗରେ ଅନେକ ଅଘଟଣ ହେବାକୁ ଲାଗିଲା । ତିନି ଲୋକରେ ଏମାନେ ନିଜର ଉପଦ୍ରବ ଆରମ୍ଭ କରିଦେଲେ । ଦେବତା ମାନେ ଭୟରେ ଲୁଚିବାକୁ ଲାଗିଲେ । ତେଣୁ ଭଗବାନ ବିଷ୍ଣୁ ବରାହ ଅବତାର ନେଇ ଏମାନଙ୍କ ବିନାଶ କରିଲେ । ଏହି କାରଣ ପାଇଁ କୁହଯାଇଛି କି ଭୁଲ ସମୟରେ ସମ୍ଭନ୍ଧ ରଖିବା ଅନୁଚିତ ।

ପୁର୍ଣିମା, ଅମାବାସ୍ୟା ଏବଂ ବିଭିନ୍ନ ପର୍ବପର୍ବାଣିରେ ଶାରୀରିକ ସମ୍ବନ୍ଧ ବନାଇବା ଅନୁଚିତ ବୋଲି ମନାଯାଏ । ଆପଣଙ୍କ ଘରେ ଯଦି କୌଣସି ପୂଜା ଚାଲିଥାଏ କିମ୍ବା ଆପଣ ନିଜେ ଉପବାସ କରିଥାନ୍ତି ତେବେ ମଧ୍ୟ ଶାରୀରିକ ସମ୍ବନ୍ଧ ବନାଇବା ଅନୁଚିତ ହୋଇଥାଏ । ଆପଣ ଏହି ସମସ୍ତ କଥାକୁ ନିହାତି ଧ୍ୟାନରେ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *