ପୁଣି ଏକାଠି ହେଲେ ଟିଭି ଇଣ୍ଡଷ୍ଟ୍ରିର ଜବରଦସ୍ତ ଯୋଡି ରାଜ ରାଜେସ ଓ ଶ୍ରଦ୍ଧା…

ଓଲିଉଡ ଜଗତରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଜବରଦସ୍ତ ପର୍ଫୋମାଂସ ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଠିକ ସେହିପରି ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକର ମାନେ କିଛି କମରେ ନାହାନ୍ତି । ଟିଭି ଇଣ୍ଡଷ୍ଟ୍ରିର କଳାକାର ମାନେ ଅଭିନୟ କରିବା ସହ ନିଜର ରିୟାଲ ଲାଇଫ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । କିଛି କଳାକାର ମାନେ ନିଜର କୋ-ଆକ୍ଟର ଙ୍କ ସହ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଆଉ କିଛି କଳାକାର ମାନେ ବହୁତ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି ।

ତେବେ ବର୍ତ୍ତମାନ ଅଭିନେତା ରାଜେସ ଓ ଅଭିନେତ୍ରୀ ଶ୍ରଦ୍ଧା ବିଛେଦ ହେବା ପରେ ପୁଣି ଥରେ ଏକାଠି ହେବାର କାରଣ କଣ ରହିଛି ଆଜି ଆମେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆପଣ ମାନେ ଅଭିନେତା ରାଜ ରାଜେସ ଓ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ଅନେକ ସିରିଏଲରେ ଏକାଠି ଅଭିନୟ କରିବାର ନଜର ଆସିଛନ୍ତି । ଦୁହିଙ୍କର ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେବା ସହ ତାଙ୍କର ଅଭିନୟକୁ ବେଶ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ରାଜ ରାଜେସ ଓ ଶ୍ରଦ୍ଧା ଦୁହେଁ ଶୁ-ଟି-ଙ୍ଗ ସେଟରୁ ପରସ୍ପରକୁ ଭଲ ପାଇ ନିର୍ବନ୍ଧ କରିଥିଲେ । କିନ୍ତୁ ଗତ କିଛି ଦିନ ତଳେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ସମ୍ପର୍କ ଭାଙ୍ଗି ଦେଇଥିଲେ । ଏହା ଦୁହେଁ ନିଜର ଫୋଟୋ ଗୁଡିକ ସୋସିଆଲ ମିଡିଆରେ କାଟିବା ସହ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ସାରିଛନ୍ତି ବୋଲି ସ୍ଵୀକାର କରିଥିଲେ । ଗତ ବର୍ଷ ଦୁହେଁ ଗୋଟିଏ ୱେବ ସିରିଜ କତିହିଲେ ଯାହାର ନାଁ ରହିଥିଲା “ସାହେବ ବିୱି ଓଫ ସାଲା” । ଏହି ୱେବ ସିରିଜକୁ ବହୁତ ସାରା ଭିୟୁ ମିଳିବା ସହ ୟୁଟୁବ ଚ୍ଯାନେଲରେ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥିଲେ ।

ତେବେ ଏହି ଜବରଦସ୍ତ ଯୋଡି କୁ ନେଇ ନୂଆ ୱେବ ସିରିଜ ତିଆରି କରା ଯାଉଛି । ଏହି ନୂଆ ୱେବ ସିରିଏଲ ର ନାଁ ରହିଛି “ସାହେବ ବିୱି ଓଫ ଡାର୍ଲିଂ” । ଏହି ନୂଆ ୱେବ ସିରିଜ ଆରମ୍ଭ ହୋଇ ସାରିଛି ଯେଉଁଥିରେ ଦୁହେଁ ରାଜେସ ଓ ଶ୍ରଦ୍ଧା ଏକାଠି ଅଭିନୟ କରିବାର ନଜର ଆସିଛନ୍ତି । ଦୁଇ ପ୍ରେମୀ ଯୁଗଳଙ୍କ ଭଳି ଏହି ସୋ ରେ ଦୁହେଁ ଅଭିନୟ କରିବାକୁ ଯାଉଛନ୍ତି । ଏହି ସୋ ର ଶୁ-ଟି-ଙ୍ଗ ଆରମ୍ଭ ହୋଇ ସାରିଛି ।

ଏହା ସହ ଏହାର ପ୍ରଥମ ଅଧ୍ୟାୟ ପ୍ରସାରିତ ମଧ୍ୟ ହୋଇ ସାରିଛି । ଯେଉଁଥିରେ ରାଜେସ ଓ ଶ୍ରଦ୍ଧା ଏକାଠି ହାତ ଧରାଧରି ହୋଇ ଅଭିନୟ କରିବାର ନଜର ଆସିଛନ୍ତି । ତେବେ ଦୁହିଙ୍କ ମଧ୍ୟରେ ପୂର୍ବ ଭଳି ସମ୍ପର୍କ ରହିଛି କି ନାହି ତାହା ଏ ଯାଏଁ ସ୍ପଷ୍ଟ ହୋଇନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇ ଯୋଡିଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *