Kinner Special: କିନ୍ନର ମାନଙ୍କ ଆଖିରେ ଲୁହ, ପୋଛିବ କିଏ? ଦେଖନ୍ତୁ Video… ଏହି କିନ୍ନର ଜଣଙ୍କ ଯାହା କହୁଛନ୍ତି ଶୁଣି ଆପଣ ବି କାନ୍ଦି ପକାଇବେ

ନମସ୍କାର ବନ୍ଧୁଗଣ । ବେବି ଶବର ଜଣେ କିନ୍ନର । ତାଙ୍କ ଘର ହେଉଛି ସୁଦୂର କୋରାପୁଟ । କିନ୍ନର ବୋଲି କଣ ଆମର ବଞ୍ଚିବାର ଅଧିକାର ନାହି । ସରକାରଙ୍କ ସୁବିଧା ଥିଲେ ମଧ୍ୟ ମୁଁ ଆଜି ଭିକ ମାଗୁଛି । ଗ୍ରାଜ୍ୟୁସନ ପାସ କରିଛି କିନ୍ତୁ ଚାକିରି ପାଇଁ ବାର ଦୁଆର ହେଉଛି । ପୋଲିସ ଚାକିରି ପାଇଁ ଆବେଦନ କରିଥିଲି କିନ୍ତୁ ବାଦ ପଡିଲି । ମନରେ କ୍ଷୋଭ ଓ ଦକ୍ଷ ରଖି ଭୁବନେଶ୍ଵରରେ ଭିକ ମାଗୁଛନ୍ତି । ବାପାଙ୍କ ମୃତ୍ୟୁ ପରେ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଗଲା ।

କିନ୍ନର ବୋଲି ସବୁ ସୁବିଧାରୁ ବଞ୍ଚିତ ଅହକନ୍ତି ଏହି କିନ୍ନର ଜଣକ । କେମିତି ବଞ୍ଚିବେ ବୋଲି ରାସ୍ତା ଖୋଜୁଛନ୍ତି ସେ । ବେବି ଶବର କହିଛନ୍ତି ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ଅନେକ ସ୍ଥାନରେ ଚାକିରି ପାଇଁ ଆବେଦନ କରିଥିଲେ । କିନ୍ତୁ କିଛି ଫଳ ମିଳିଲା ନାହି । ଏହାର କାରଣ ହେଉଛି ସେ ହେଉଛନ୍ତି କିନ୍ନର ।

ଏଥିପାଇଁ ସେ ତାଙ୍କର କଣ ଦୋଷ ରହିଲା କାହିଁକି ଲୋକ ଏମାନେ ତାଙ୍କୁ ଏମତି ହୀନସ୍ତା କରୁଛନ୍ତି ଏମିତି ଅନେକ ପ୍ରଶ୍ନ ବେବି ଶବରଙ୍କ ମନରେ । ଏ ହେଉଛି ଭଗବାଙ୍କ ସୃଷ୍ଟି ଏଥିରେ ତାଙ୍କର ଭୁଲ କେଉଁଠି ରହିଲା ବୋଲି ବେବି ଶବର ମତ ଦେଇଛନ୍ତି ।

ତେବେ ଆମ ସରକାର ଆଉ କେବେ କିନ୍ନର ମାନଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦେବେ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଏମାନଙ୍କୁ ଆଉ କେତେ ଦିନ ଲାଗିବ । ବିଭିନ କିନ୍ନର ଜାତି ଏହି ସବୁ ପ୍ରଶ୍ନ କରୁଥିବା ବେଳେ ରାଜ୍ୟ ସରାକର ଏମାନଙ୍କ ଆର୍ଥିକ ବିକାଶ ପାଇଁ ପ୍ରସ୍ତୁତ କରିଛନ୍ତି ଚିଠା ପ୍ରସ୍ତାବ ।

ଓଡିଶା ଷ୍ଟେଟ ଟ୍ରାନ୍ସଜନ ପଲିଶି ୨୦୨୧ରେ ପରିବର୍ତ୍ତନ ଓ ସଂସ୍କାରଣ ନେଇ ମତାମତ ମାଗିଛନ୍ତି ସରକାର । ଏହି ନିୟମ ଅନୁଯାୟୀ କିନ୍ନର ମାନଙ୍କୁ ସମ୍ମାନ, ଅଧିକାର ଓ ସୁରକ୍ଷା ଯୋଗାଇ ଦିଆଯିବ । ୨୦୧୧ ଜଣ ଗଣନା ଅନୁଯାୟୀ ଭାରତରେ ମୋଟ ୪ଲକ୍ଷ ୮୭ ହଜାର ୮୦୩ ଜଣ କିନ୍ନର ରହିଥିବା ବେଳେ ଓଡିଶାରେ ଏମାନଙ୍କର ସଂଖ୍ୟା ହେଉଛି ୨୦ ହଜାର ୩୩୨ ।

ପୁରୁଷଙ୍କୁ ଯିଏ ଗଢିଛି ସେ ହିଁ ନାରତିଙ୍କୁ ଗଢିଛି । ଆଉ ନାରୀ ଓ ପୁରୁଷ ମଧ୍ୟରେ ତୃତୀୟ ଳିଙ୍ଗ ସୃଷ୍ଟି କରିଛନ୍ତି ସେ ଭଗବାନ । ହେଲେ ଲିଙ୍ଗ ଗତ ଏହି ବିଭେଦତା ଯୋଗୁ ସମାଜ ଏମାନଙ୍କୁ ଭିକ୍ଷା ବୃତ୍ତି ଓ ଦେହ ବ୍ୟବସାୟ କରିଆବାକୁ କଣ ଠେଲି ଦେବ ତାହା ଏବେ ବଡ ପ୍ରଶ୍ନ ।

ବେବି ଶବର ବର୍ତ୍ତମାନ ତାଳି ମାରି ଭିକା କରି ନିଜର ଜୀବିକା ନିର୍ବାହ କରୁଛନ୍ତି । କିନ୍ନର ମାନଙ୍କ ତରଫରୁ କୁହା ଯାଇଛି କି କେବଳ ତାଙ୍କର ଉନ୍ନତି ପାଇଁ ଚିଠା ପ୍ରସ୍ତୁତ କରିଲେ ହେବନି ଏହାକୁ କାର୍ଯ୍ୟକାରୀ ମଧ୍ୟ କରିବାକୁ ପଡିବ । ତେବେ ଯାଇ ସେମାନେ ସମାଜରେ ଅଧିକାର ସହ ବଞ୍ଚି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *