ବନ୍ଧୁଗଣ ବର୍ତ୍ତମାନ ସମୟରେ ଜଣେ କିନ୍ନରଙ୍କ ଜୀବନର ସଙ୍ଘର୍ଷର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିନ୍ନର ଜଣକ ସାକ୍ଷାତକାରର ରେ କହିଛନ୍ତି କି ‘ମୋ ମା ମୋର ସପୋର୍ଟ କରୁଥିଲେ ଆଉ ପରେ ପୁରା ପରିବାର ସହଯୋଗ କରିବାକୁ ଲାଗିଲେ । ମୁଁ ପଢିବା ସମୟରେ ମୋତେ ଘରୁ ବାହାର କରିଦେଇଥିଲେ ବାପା । ବାପନକୁ ବହୁତ ସମୟ ଲାଗିଲା ମୋତେ ଗ୍ରହଣ କରିବା ପାଇଁ । କାରଣ ଯେବେ ମୁଁ ହେୟାର ଷ୍ଟାଇଲ ବଢାଇଲି ବାପା ପ୍ରତିବାଦ କରିଥିଲେ ଆଉ ରାଗରେ ମୋତେ ବାହାର କରିଦେଲେ ।
ମୁଁ ସର୍ଜରୀ ବି କରାଇଛି ବାପା ବେଳେବେଳେ ମୋତେ ପୁଅ ବୋଲି ଡାକନ୍ତି କିନ୍ତୁ ମୁଁ କେବେ ପ୍ରତିକ୍ରିୟା ଦେଇ ନାହି । ମୋ ସାଙ୍ଗମାନେ ବି ସହଯୋଗ କରୁ ନ ଥିଲେ ଖୁବ କମ ଲୋକ ମୋତେ ସହଯୋଗ କରୁଥିଲେ । ମୋ ସାଙ୍ଗ ମାନେ ମୋତେ ରିୟାଗିଙ୍ଗ କରୁଥିଲେ ଆଉ ସେକସୁଆଲି ହାରାସମେଣ୍ଟ ହୋଇଛି । କିଛି ପିଲାମାନେ ମୋତେ ନେଇ ବନ୍ଦ କୋଠରୀରେ ରଖିଛନ୍ତି ଆଉ ମୋ ସହ ଅଶ୍ଳୀଳ କାମ କରିବାକୁ ଚେଷ୍ଟା କରିଥିଲେ । ମୋର ଶାରୀରିକ କଷ୍ଟ କଲେଜ ଟାଇମରେ ବହୁତ ହୋଇଛି ।
ଆଗରୁ ଯେତେ କଷ୍ଟ ହେଉଥିଲା ଏବେ କିନ୍ତୁ ହେଉ ନାହି । ମୁଁ ଯେବେ ସାଇକ୍ରାଟିକ ଡାକ୍ତରଙ୍କ ପାଖକୁ ବ୍ପାଙ୍କ ସହ ଯାଇଥିଲି ସେ ମଧ୍ୟ ସେକସୁଆଲି ହାରାସମେଣ୍ଟ କରିଥିଲେ । ମୋତେ ନିଜର ପ୍ରେମିକ ବୋଲି ଭାବିବାକୁ ମୋତେ ଡାକ୍ତର କହିଥିଲେ । ପ୍ରତିଟି ଟ୍ରାନ୍ସ ଜେଣ୍ଡର ମାନଙ୍କ ଜୀବନରେ ସେକସୁଆଲ ହାରସମେଣ୍ଟ ଅଧିକ ହୋଇଥାନ୍ତି । ମୋ ଘର ଲୋକେ କିନ୍ତୁ ଏମିତି କିଛି କରି ନାହାନ୍ତି । ବହୁତ ସାରା ହେମୋ ସେକ୍ସସୁଆଲିଟି ଆମ ଭିତରେ ଅଛି । ପଶୁ ମାନଙ୍କ ଭିତରେ ବି ସେକସୁଆଲିଟି ଅଛି ଯାହା ରିସର୍ଚ କହିଛି ।
ବର୍ତ୍ତମାନ ସମୟରେ ଏହା ଏକ ସାଧାରଣ ହୋଇଗଲାଣି ଆଉ ହେବା ବି ଦରକାର । ଆମର ଅଧିକାର ଅଛି ଆମେ ନିଜର ପାର୍ଟନର ବାଛି ପାରିବା । ମୁଁ ଏବେ ରିଲେସନ ଆଉ ପାର୍ଟନର କଥା ଭାବି ନାହି । ମୁଁ ମୋ ଜୀବନରେ ବହୁତ କିଛି ଆଚିଭ କରିବାର ଅଛି । ମୁଁ ମ୍ଯାଚର ହେବା ପରେ ଅନେକ ପୁଅ ମୋ ଜୀବନରେ ଆସିଛନ୍ତି କିଏ ପଇସା ପାଇଁ ତ କିଏ ସେକ୍ସ ପାଇଁ ଆସିଛନ୍ତି ସେଥିପାଇଁ ମୁଁ ଡିପ୍ରେସନରେ ଘର ଛାଡି ଦେଇଥିଲି ।
ଟ୍ରାନ୍ସ ଜେଣ୍ଡର ମାନେ ଭଲ ପାଇବା ପାଇ ନ ଥାନ୍ତି ଘର ଠାରୁ ସେଥିପାଇଁ ସେ ଅଧିକ ପ୍ରେମ ପ୍ରତି ଆକର୍ଷିତ ହୋଇଥାନ୍ତି । ଯେବେ ଟ୍ରାନ୍ସ ଜେଣ୍ଡର ସମଯରୁ ବାହାରି ଆସେ ଏମିତି ଜଣେ ଲୋକ ଦରକାର ଯିଏ ତାଙ୍କୁ ବୁଝିବା ଦରକାର କିନ୍ତୁ ଆଜିର ସମୟରେ ଟ୍ରାନ୍ସ ଜେଣ୍ଡର ମାନଙ୍କୁ ସେଭଳି ଭଲ ପାଇବା ମିଳେ ନାହି । ସେଥିପାଇଁ ଅନେକ କିନ୍ନର ମାନେ ମୃତ୍ୟୁବରଣ କରୁଛନ୍ତି । ଆଗାମୀ କିନ୍ନର ପିଢୀ ପାଇଁ ମୁଁ କିଛି ସାମାଜିକ କାମ କରିବାକୁ ଚାହୁଁଛି ଯେଉଁ ମାନେ ମୋ ଭଳି ସଂଘର୍ଷ କରିଆସିଛନ୍ତି” । ବନ୍ଧୁଗଣ ଆପଣଙ୍କର ଏହା ଆଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।