2 ଦିନ ପରେ ହେବାର ଥିଲା ବାହାଘର, କିନ୍ତୁ ବାରାତ ବାହାରିବା ଆଗରୁ ଉଠିଲା କୋକେଇ! ଆଉ ତ ଅପରେ…

ରାଜସ୍ଥାନର ସୀକର ଜିଲ୍ଲାର ଧୋଦର ଦୁଗୋଲୀ ଗାଁର ନିବାସୀ ଯବାନ ଭଗବାନାରାମ ନେହରା ଶନିବାର ୪ ଡିସେମ୍ବର ଦିନ ଜାମ୍ମୁ କାଶ୍ମୀରର ବରାମୁଳାରେ ଲଚ୍ଛୀପୁରା ପହାଡ଼ୀ ଉପରେ ଆତଙ୍କବାଦୀମାନଙ୍କୁ ଠାବ କରିବାର ଏକ ଅପରେସନରେ ଯାଇଥିଲେ । କିନ୍ତୁ ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ପାହାଡରୁ ତଳକୁ ଖସି ପଡିବା କାରଣରୁ ତାଙ୍କ ନିଧନ ହୋଇ ଯାଇଛି । ପୋସ୍ଟମାର୍ଟମ କରିବା ପରେ ଯବାନଙ୍କ ପାର୍ଥିବ ଶରୀରକୁ ତାଙ୍କର ପୈତୃକ ଗାଁକୁ ପଠାଇ ଦିଆ ଯାଇଛି ।

ଗତ ସୋମବାର ଦିନ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । କହିଦେଉଛୁ କି ଯବାନ ଭଗବାନାରାମ ନିଜ ପରିବାରର ଏକମାତ୍ର ପୁଅ ଥିଲେ । ତାଙ୍କର ଦୁଇଟି ଭଉଣୀ ବି ଅଛନ୍ତି । ତାଙ୍କର ପାଞ୍ଚ ବର୍ଷର ଗୋଟିଏ ପୁଅ ବି ଅଛି ଯିଏକି ବର୍ତ୍ତମାନ ପିତାଙ୍କ ସହିଦ ହେବା ପରେ ବହୁତ ଦୁଃଖୀ ବି ଅଛନ୍ତି ।

ଯବାନ ସହିଦ ହେବା ଖବର ମିଳିବା ପର ଠାରୁ ହିଁ ପୁରା ପରିବାରରେ ଦୁଃଖର ଲହରୀ ଖେଳି ଯାଇଛି । ବୁଢା ମାତା ପିତା ନିଜ ପୁଅର ଶବକୁ ଦେଖି କାନ୍ଦି ପକାଇଲେ । ଅନ୍ୟ ପଟେ ଯବାନଙ୍କ ପତ୍ନୀଙ୍କ ବି କାନ୍ଦି କାନ୍ଦି ଅବସ୍ଥା ଖରାପ ହୋଇ ଯାଇଛି ।

ଯବାନଙ୍କ ଅନ୍ତିମ ସଂସ୍କାରରେ ପୁରା ଗାଁ ସାମିଲ ହୋଇଥିଲା । ପରିବାର ସଦସ୍ୟଙ୍କ ସହ ପୁରା ଗ୍ରାମବାସୀମାନଙ୍କ ଆଖିରେ ବି ଲୁହ ଚାଲି ଆସିଛି । କହିଦେଉଛୁ କି ଆତଙ୍କି ଅପରେସନ ସମାପ୍ତ ହେବା ପରେ ଯବାନ ଭଗବାନାରାମ ୭ ଡିସେମ୍ବର ଦିନ ଛୁଟି ନେଇ ନିଜ ଗାଁକୁ ଆସିଥାନ୍ତେ ।

ସେ ୧୦ ଡିସେମ୍ବର ଦିନ ଭଣଜାର ବାହାଘର ଓ ୧୧ ଏବଂ ୧୨ ଡିସେମ୍ବର ଦିନ ଶଶୁର ଘରର ଏକ ବିବାହରେ ସାମିଲ ହୋଇଥାନ୍ତେ । ଯଦି ସେ ଜୀବିତ ଥାନ୍ତେ ତେବେ ବିବାହରେ ପରିବାର ଲୋକମାନଙ୍କ ସହିତ ଖୁସି କରିଥାନ୍ତେ । କିନ୍ତୁ ଦୁଃଖର କଥା ଏହା ତେ କି ସେ ଆଉ ନାହାନ୍ତି ।

୧୦ ଡିସେମ୍ବର ଦିନ ଯବାନଙ୍କ ୩୮ ତମ ଜନ୍ମଦିନ ବି ଥିଲା । ପୁରା ପରିବାର ତାଙ୍କୁ ଶୁଭେଚ୍ଛା ଦେବା ସହ ତାଙ୍କର ଜନ୍ମଦିନ ପାଳନ କରିବା ପାଇଁ ବହୁତ ଉତ୍ସାହିତ ଥିଲେ । କିନ୍ତୁ ଏହା ପୂର୍ବରୁ ହିଁ ତାଙ୍କ ଘରର ଦୀପ ଲିଭି ଗଲା ।

୩୭ ବର୍ଷୀୟ ଭଗବାନାରାମ ୨୦୦୧ରେ ୧୭ ବର୍ଷ ବୟସରେ ପଞ୍ଚମ ଜାଟ ବାଟାଲିୟନରେ ଭର୍ତି ହୋଇଥିଲେ । ତାଙ୍କ ଉପରେ ଦେଶର ସେବା କରିବାର ଜୋସ ଥିଲା । ସେ ସବୁବେଳେ ଆର୍ମୀରେ ଭର୍ତ୍ତି ହେବାକୁ ଚାହୁଁ ଥିଲେ । ସୋମବାର ଦିନ ସୈନିକ ଓ ରାଜକୀୟ ସମ୍ମାନ ଦ୍ଵାରା ସହିଦ ଯବାନଙ୍କ ଅନ୍ତିମ ସଂସ୍କାର କରାଗଲା ।

ବାରାମୁଳାରେ ପୋସ୍ଟମାର୍ଟମ ପରେ ସହିଦଙ୍କ ପାର୍ଥିବ ଶରୀରକୁ ଶ୍ରୀନଗର ଏୟାରପୋର୍ଟକୁ ନିଆ ଗଲା । ଏହା ପରେ ପ୍ଳେନ ଦ୍ଵାରା ଶବକୁ ଦିଲ୍ଲୀ ଏୟାରପୋର୍ଟରେ ନିଆ ଗଲା ଓ ଦିଲ୍ଲୀ ରୁ ଏକ ଗାଡିରେ ସଡକ ମାର୍ଗ ଦ୍ଵାରା ଯବାନଙ୍କୁ ତାଙ୍କ ଗାଁକୁ ନିଆ ଗଲା । ଯେଉଁଠି ତାଙ୍କର ଅନ୍ତିମ ସଂସ୍କାର କରାଗଲା ।

Leave a Reply

Your email address will not be published. Required fields are marked *