ଦର୍ଶକ ବନ୍ଧୁ କ୍ରିକେଟ ହେଉ କି ଫିଲ୍ମ ସବୁବେଳେ ବିରାଟ ଙ୍କ ଚର୍ଚ୍ଚା । ଭାରତୀୟ କ୍ରିକେଟର ଚର୍ଚ୍ଚିତ ଚେହେରା ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଙ୍କ ନାମକୁ ମିଶାଇ ଏହି ୟୁନିକ ନାଁ ବିରୁଷ୍କା ର ସୃଷ୍ଟି ହୋଇଛି । ଦୁହେଁ ନିଜ ନିଜ କ୍ଷେତ୍ରରେ ବେଶ ପପୁଲାର ଅଟନ୍ତି । ଭାରତକୁ ଛାଡି ଦେଶ ବିଦେଶରେ ରହିଛନ୍ତି ଏମାନଙ୍କର ଅନେକ ଫ୍ୟାନ୍ସ । ବିସ୍ପୋରକ ବ୍ୟାଟିଙ୍ଗ ପାଇଁ ବିରାଟ ପରିଚୟ ପାଇଥିବା ବେଳେ ଚମତ୍କାର ଅଭିନୟ ପାଇଁ କୋଟି କୋଟି ଫ୍ୟାନ୍ସ ମାନଙ୍କ ମନ ଜିଣି ପଡ଼ିଛନ୍ତି ଅନୁଷ୍କା ଶର୍ମା ।
ଏହି ଦୁଇ ଯୋଡି କେବଳ ନିଜ ନିଜ କ୍ଷେତ୍ରରେ ଆଗୁଆ ନୁହନ୍ତି ବରଂ ରୋଜଗାର କ୍ଷେତ୍ର ରେ ବି କେହି କାହା ଠାରୁ କମ ନୁହନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ସେନସନ ପାଲଟିଥିବା ବିରାଟ କୋହଲି ରୋଜଗାର ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ବିରାଟ ଙ୍କ ସମୁଦାୟ ସମ୍ପତି ର ମୂଲ୍ୟ ହେଉଛି ୧ ହଜାର ୪୬ କୋଟି ଟଙ୍କା । ଏବେ ସେ ବାର୍ଷିକ ୧୫ କୋଟି ଟଙ୍କା ରୋଜଗାର କରୁଛନ୍ତି । ମାସିକ ରୋଜଗାର କହିଲେ ୧ କୋଟି ୨୫ ଲକ୍ଷ ଟଣା ବିରାଟ ଙ୍କର ।
ବିଶିସିଆଇ ର କଣ୍ଟ୍ରାକ୍ଟ ରେ ବିରାଟ ଙ୍କ ନାଁ ଥିବାରୁ ବାର୍ଷିକ ୭ କୋଟି ଟଙ୍କା ଦେଉଛି ବିଶିସିଆଇ । ଏମିତି କି ଦୁନିଆର ସବୁଠାରୁ ଧନୀ କ୍ରିକେଟର ନାମ ମଧ୍ୟରେ ବିରାଟ ଙ୍କ ନାଁ ସାମିଲ ଅଛି । ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ କମ୍ପାନୀ ବିଜ୍ଞାପନରୁ ମୋଟା ଅଙ୍କ ର ରୋଜଗାର କରୁଛନ୍ତି ବିରାଟ । କେବଳ ଇଂଷ୍ଟାଗ୍ରାମ ରେ ତାଙ୍କର ୨୧୨ ବିଲିଅନ ଫଲୋର୍ଷ ରହିଛନ୍ତି । ପ୍ରତି ପୋଷ୍ଟ ରୁ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳିଥାଏ । ଏଠି ସହ ବିଭିନ୍ନ କମ୍ପାନୀ ର ପ୍ରମୋଶନ ପାଇଁ ବିରାଟ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।
ବିରାଟ ଙ୍କ ଭଳି ସ୍ତ୍ରୀ ଅନୁଷ୍କା ବି ରୋଜଗାରର ରେ ପଛରେ ନାହାନ୍ତି । ଫିଲ୍ମ “ରବ ନେ ବନା ଦି ଯୋଡି” ରୁ କ୍ଯାରିୟର ଆରମ୍ଭ କରିଥିବା ଅନୁଷ୍କା ଏବେ ବଲିଉଡ ର ଟପ ହିରୋଇନ ମାନଙ୍କ ତାଲିକାରେ ରହିଛନ୍ତି । ରୋଜଗାର କରି ଅନୁଷ୍କା କରି ନିଜ ପାଖରେ ୨୬୫ କୋଟି ଟଙ୍କାର ସମ୍ପତି ରଖିଛନ୍ତି । ଅନୁଷ୍କା ଗୋଟେ ଫିଲ୍ମ ପାଇଁ ୧୦ କୋଟି ଟଙ୍କା ଡିମାଣ୍ଡ କରୁଥିବା ବେଳେ ସେ ବିଜ୍ଞାପନ ପାଇଁ ୪ରୁ ୫ କୋଟି ଟଙ୍କା ଡିମାଣ୍ଡ କରନ୍ତି । ସ୍ଵାମୀ ବିରାଟ ଙ୍କ ତୁଳନାରେ ଅନୁଷ୍କା ଙ୍କ ରୋଜଗାର କମ ଥିଲେ ବି ଦୁହିଙ୍କ ଯୋଡି କୁ ନେଇ ସବୁ ଆଡେ ଚର୍ଚ୍ଚା ଲାଗି ରହିଥାଏ । କହିବାକୁ ଗଲେ ଉଭୟଙ୍କ ରୋଜଗାର କୋଟି କୋଟି ଟଙ୍କା ।
ବନ୍ଧୁଗଣ ଆପଣ ମାନଙ୍କୁ ବିରାଟ ଓ ଅନୁଷ୍କା ଙ୍କ ଯୋଡି କେମିତି ଲାଗିଲା ଏବଂ ଦୁହିଙ୍କର ରୋଜଗାର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।