ମଣିଷ ଜନ୍ମ ହେବା ପରେ ଦିନେ ନା ଦିନେ ବିବାହ ବନ୍ଧନରେ ବାନ୍ଧି ହୋଇଥାଏ । ବିବାହ ପରେ ବ୍ୟକ୍ତି ସନ୍ତାନ ସୁଖ ପ୍ରାପ୍ତ କରିଥାଏ । ମଣିଷ ମୃ-ତ୍ୟୁ ପରେ ତାର କର୍ମ ଅନୁଯାୟୀ ସ୍ଵର୍ଗ ବା ନର୍କ ସୁଖ ପ୍ରାପ୍ତ କରିଥାଏ । ଏହା ଜନ୍ମ ଜନ୍ମାନ୍ତରରୁ ଚାଲି ଆସିଛି । ଠିକ ସେହିପରି ମଣିଷର ପୂର୍ବ ଜନ୍ମର କର୍ମର ଅନୁଯାୟୀ ସନ୍ତାନ ସୁଖ ଏ ଜନ୍ମରେ ପ୍ରାପ୍ତି ହୋଇଥାଏ । ଯଦି ମଣିଷ ପୂର୍ବ ଜନ୍ମରେ ଭଲ କର୍ମ କରିଥିବ ତେବେ ଏ ଜନ୍ମରେ ଭଲ ସନ୍ତାନ ଲାଭ କରିବ ଯିଏ କି ଗୁରୁଜନ ମାନଙ୍କର ସେବା କରିବ । କିନ୍ତୁ ଯଦି ମଣିଷ ପୂର୍ବ ଜନ୍ମରେ ଖରାପ କାମ କରିଥିବ ତେବେ ଏ ଜନ୍ମରେ ତାର କର୍ମ ଅନୁଯାୟୀ ତାକୁ ସନ୍ତାନ ପ୍ରାପ୍ତ ହେବ ।
ହିନ୍ଦୁ ଧର୍ମ ଅନୁସାରେ ଯେଉଁ ସନ୍ତାନ ବ୍ୟକ୍ତି ପ୍ରାପ୍ତ କରିଥାଏ ତାହା କୌଣସି ପୂର୍ବଜଙ୍କର ଅଂଶ ହୋଇଥାଏ । ଯାହା ପୁତ୍ର ଓ ପୁତ୍ରୀ ଭାବେ ଜନ୍ମ ନେଇଥାଏ । ଆପଣ କରିଥିବା ପୂର୍ବ ଜନ୍ମରେ କମ ଅନୁଯାୟୀ ବ୍ୟବହାର କରିଥାଏ । ଶାସ୍ତ୍ର ଅନୁସାରେ ୪ ପ୍ରକାର ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ । ସେଗୁଡିକ ହେଲା –
୧- ଋଣାନୁବନ୍ଧ ପୁତ୍ର : ଯଦି ଏହିଭଳି ପୁତ୍ର ସନ୍ତାନ ଜନ୍ମ ନେଇଥାଏ ତେବେ ଏହା ଆପଣଙ୍କର ପୂର୍ବ ଜନ୍ମରେ ଯେଉଁ କରଜ ନେଇଥାନ୍ତି ତାହା ହୋଇଥାଏ । ଏଭଳି ପୁତ୍ର ସନ୍ତାନ ଜନ୍ମ ହେଲେ ପୂର୍ବ ଜନ୍ମରେ ଆପଣ ଯେଉଁ କରଯ ନେଇଥିବେ ତାହା ଏ ଜନ୍ମରେ ସୁଝିବ ।
୨- ଶତ୍ରୁ ପୁତ୍ର : ଏହିଭଳି ପୁତ୍ର ଜନ୍ମ ହେଲେ ତାହା ଆପଣଙ୍କର ଶତ୍ରୁ ଭାବେ ଜନ୍ମ ହୋଇଥାଏ । ଆପଣ ପୂର୍ବ ଜନ୍ମରେ ଶତ୍ରୁ ସହ ଯେଉଁ ଶତ୍ରୁତା କରିଥିଲେ ତାହା ଏ ଜନ୍ମରେ ଆପଣଙ୍କ ପୁତ୍ର ଭାବେ ଜନ୍ମ ନେଇଥାଏ । ଏହି ପୁତ୍ର ବଡ ହୋଇ ପିତା ମାତାଙ୍କ ସହ ଖରାପ ଆଚରଣ କରିଥାଏ ।
୩- ଉଦାସୀନ ପୁତ୍ର : ଏହିଭଳି ପୁତ୍ର ପିତା ମାତାଙ୍କର ସେବା କରି ନ ଥାନ୍ତି କି କୌଣସି ସୁଖ ଦିଅନ୍ତି ନାହି । ଏହି ଭଳି ପୁତ୍ର ମାତା ପିତାଙ୍କୁ ବୃଦ୍ଧାବସ୍ଥାରେ ଆଶ୍ରମରେ ନେଇ ଛାଡି ଦେଇଥାନ୍ତି । ଏମିତିକି ମାତା ପିତାଙ୍କ ମୃ-ତ୍ୟୁ ପରେ ତାଙ୍କର ଅ-ନ୍ତି-ମ ସଂ-ସ୍କା-ର ନିଜେ ନ କରି ଅନ୍ୟ ହାତରେ କରିଥାନ୍ତି ।
୪- ସେବକ ପୁତ୍ର : ଏହି ଭଳି ପୁତ୍ର ସେତେବେଳେ ପ୍ରାପ୍ତ ହୋଇଥାନ୍ତି ଯେବେ ଆପଣ ପୂର୍ବ ଜନ୍ମରେ ଅନ୍ୟର ସେବା କରିଥାନ୍ତି । ସେହି ରୁଣ ସୁଝାଇବା ପାଇଁ ଏ ଜନ୍ମରେ ସେହି ବ୍ୟକ୍ତି ଆପଣଙ୍କ ପୁତ୍ର ସନ୍ତାନ ଭାବେ ଜନ୍ମ ନେଇଥାଏ ।
ଏଥିରୁ ଏହା ସ୍ପଷ୍ଟ ହେଲା ଯେ ମଣିଷ ନିଜର କର୍ମ ଅନୁଯାୟୀ ସନ୍ତାନ ଲାଭ କରିଥାଏ । ଯାହା ଦ୍ଵାରା କିଛି ଭଲ ହୋଇଥାଏ ତ ଆଉ କିଛି ଖରାପ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।