ପ୍ରାୟତଃ ସମସ୍ତଙ୍କ ମନରେ ଏହି ଧାରଣା ଥାଏ କି କୁକୁରମାନଙ୍କ କାନ୍ଦିବା ଅଶୁଭ ଅଟେ । ପ୍ରାୟତଃ ଆପଣମାନେ ଶୁଣିଥିବେ କିମ୍ବା ଦେଖିଥିବେ କି ରାତିରେ କୁକୁରମାନେ ଅଧିକ ଜୋରରେ କାନ୍ଦିଥାନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି କୁକୁରମାନେ ରାତିରେ ହିଁ କାହିଁକି କାନ୍ଦନ୍ତି । ଗୁରୁଜନଙ୍କ କଥା ଅନୁସାରେ ଏହା ଅଶୁଭ ହୋଇଥାଏ । ଘରର ସଦସ୍ୟମାନେ କହିଥାନ୍ତି କେହି ଜଣେ ବର୍ତ୍ତମାନ ମୃତ୍ୟୁ ବରଣ କରିବ । କୁହାଯାଏ କି କୁକୁରମାନେ ଭୂତକୁ ଦେଖିଲେ ବି କାନ୍ଦନ୍ତି ।
ଏହାର ଅର୍ଥ ଆମର ଆଖ ପାଖରେ ଆତ୍ମା ଅଛି ଓ ଏହାକୁ ଦେଖି କୁକୁରମାନେ ଭୋକି ଥାନ୍ତି କିମ୍ବା କାନ୍ଦି ଥାନ୍ତି । କିଛି ଲୋକମାନେ ଏହାକୁ ଏକ ଅନ୍ଧ ବିଶ୍ଵାସ ବୋଲି ବି କୁହନ୍ତି । ପ୍ରାଚୀନ କାଳରେ ଋଷି ଓ ମୁନିମାନେ ଏହିଭଳି ବହୁତ ସଂକେତ ବିଷୟରେ କହିଛନ୍ତି । ଯାହା ଉପରେ ଆଜି ବି ବହୁତ ଲୋକ ବିଶ୍ଵାସ କରୁଛନ୍ତି ।
ତେବେ ଚାଳନ୍ତୁ କୁକୁର କାନ୍ଦିବାର ଆସଲ କାରଣ କଣ ଜାଣିବା । ଆପଣଙ୍କୁ କହିଦେଉଛୁ କି କୁକୁରମାନେ ରାତିରେ କେବେ ବି କାନ୍ଦି ନ ଥାନ୍ତି ସେମାନେ ଚିତ୍କାର କରନ୍ତି । ଏହାର ଅର୍ଥ ସେମାନେ ନିଜର ସନ୍ଦେଶ କାହାକୁ ପଠାଉଛନ୍ତି । ଯେତେବେଳେ ତାଙ୍କୁ ଅନ୍ୟ କୁକୁରମାନଙ୍କୁ ସନ୍ଦେଶ ପଠାଇ ବାର ଥାଏ ତେବେ ସେମାନେ ଏହିଭଳି ଚିତ୍କାର କରିଥାନ୍ତି । ସମସ୍ତେ ଏହାକୁ କୁକୁର କାନ୍ଦୁଛି ବୋଲି କୁହନ୍ତି । କିଛି କୁକୁର ନିଜ ଉପସ୍ଥିତି ବିଷୟରେ ଜଣାଇବା ପାଇଁ ବି ଚିତ୍କାର କରିଥାନ୍ତି ।
ଅନ୍ୟ ପଟେ ଯେତେବେଳେ ଅନ୍ୟ କୁକୁର ଏହିଭଳି ଚିତ୍କାର ଶୁଣିଥାଏ ତେବେ ସେ ବି ଚିତ୍କାର କରି ଏହି ସନ୍ଦେଶର ଜବାବ ଦେଇଥାଏ । କୌଣସି କୁକୁର ଦୁଃଖରେ ଅଛି କିମ୍ବା ସେ କଷ୍ଟରେ ଅଛି ସେହି ସମୟରେ ବି ସେମାନେ ଚିତ୍କାର କରିଥାନ୍ତି । ନିଜର ଦୁଃଖ ଓ କଷ୍ଟ ବିଷୟରେ ନିଜର ସାଥି କୁକୁର କିମ୍ବା ମାଲିକକୁ କହିବାକୁ ଚେଷ୍ଟା କରିଥାନ୍ତି । କୁକୁରମାନେ କେବେ ବି ଏକୁଟିଆ ରୁହନ୍ତି ନାହିଁ । କୌଣସି କୁକୁର ଏକୁଟିଆ ରହୁଛି ତେବେ ବେଳେ ବେଳେ ସେମାନେ ଚିତ୍କାର କରିଥାନ୍ତି ।
କୁକୁରମାନଙ୍କୁ ଅତ୍ୟଧିକ ଆବାଜ ପସନ୍ଦ ନୁହେଁ । କାରଣ ବହୁତ କମ ଆବାଜ ଯାହାକୁ ସାଧାରଣ ମଣିଷ ଶୁଣି ପାରେ ନାହିଁ ତାକୁ କୁକୁରମାନେ ଶୁଣି ନିଅନ୍ତି । ସେଥିପାଇଁ ଅଧିକ ଆବାଜ ହେଲେ ସେମାନେ ସେହି ସ୍ଥାନରେ ରୁହନ୍ତି ନାହିଁ । ଅତ୍ୟଧିକ ଆବାଜ କାରଣରୁ ତାଙ୍କୁ ବହୁତ କଷ୍ଟ ଲାଗେ । ସେଥିପାଇଁ ସେମାନେ ଚିତ୍କାର କରିଥାନ୍ତି । ଏମିତି ବି କିଛି କଥା ଅଛି ଯାହା ଆମକୁ ଭୟଭୀତ କରିଥାଏ ।
କୁହାଯାଏ କି ଯେଉଁ ସ୍ଥାନରେ କୁକୁର କାନ୍ଦି ଥାଏ ସେହି ସ୍ଥାନରେ କାହାର ମୃତ୍ୟୁ ହେବାର ଅଛି କିମ୍ବା ତାକୁ ଅତ୍ୟଧିକ ସମସ୍ୟାର ସାମ୍ନା ବି କରିବାକୁ ପଡିପାରେ । କିନ୍ତୁ କହିଦେଉଛୁ କି କୁକୁର ଚିତ୍କାର କରିଲେ ଭୟଭୀତ ହୁଅନ୍ତୁ ନାହିଁ । ଏହା କୁକୁରମାନଙ୍କର ଏକ ସାଧାରଣ କଥା ଏହା ମାଧ୍ୟମରେ ସେମାନେ ନିଜର ଭାବନାକୁ ବ୍ୟକ୍ତ କରିଥାନ୍ତି ।