Jodha Akbar ସିରିଏଲରେ ଅକବରଙ୍କ ପ୍ରଥମ ପତ୍ନୀର କିରଦାର କରି ଫେମସ ହୋଇଥିବା ଅଭିନେତ୍ରୀ ଆଜି ଦେଖା ଯାଉଛନ୍ତି ଏମିତି

ଲବିନାଙ୍କୁ ଆଜି ଲୋକମାନେ ଜୋଧା ଅକବରର ରୁକେଇୟା ବେଗମ ରୂପରେ ଜାଣିଛନ୍ତି । କିନ୍ତୁ ସତ ତ ଏହା ଅଟେ କି ସେ ପିଲାଦିନୁ ହିଁ ଛୋଟ ପରଦା ସହ ଯୋଡି ହୋଇ ଅଛନ୍ତି । ସେ ଯେତେବେଳେ ୧୩ ବର୍ଷରେ ଥିଲେ ତେବେ ସେହି ସମୟରେ ସେ ଅରୁଣା ଇରାନୀଙ୍କ ଟିଭି ଶୋ ‘ତୁମ ବିନ ଯାଉଁ କାହ୍ନା’ ସିରିଏଲରେ ଶିଶୁ କଳାକାର ରୂପରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୫ରେ ସେ ‘ହୀରୋ – ଭକ୍ତି ହି ଶକ୍ତି ହେ’ରେ ଅଭିନୟ କରିଥିଲେ ।

ସେ ଧରତି କା ବୀର ୟୋଦ୍ଧା ପୃଥିବୀରାଜ ଚୌହାନରେ ଚମକି ର ରୋଲରେ ନଜର ଆସିଥିଲେ । ଏହା ପରେ ସେ ବହୁତ ସିରିଏଲରେ ଅଭିନୟ କରିଛନ୍ତି । ୨୦୧୩ରେ ତାଙ୍କୁ ଯୋଦ୍ଧା ଅକବରରେ କାମ କରିବା ସୁଯୋଗ ମିଳିଲା ।

ଏହି ସିରିଏଲରେ ରୁକେଇୟା ବେଗମର କିରଦାରକୁ ସ୍ମାଇଲ ସୁରି କରୁଥିଲେ । କିନ୍ତୁ ତାଙ୍କ ସ୍ଥାନରେ ଏହି ରୋଲ ଲବିନାଙ୍କୁ ଦିଆଗଲା । କହିଦେଉଛୁ କି ସ୍ମାଇଲ ସୁରି ନିଜର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଏହି ଶୋ ଛାଡି ଦେଇ ଥିଲେ । ଏହି ସିରିଏଲରେ ରୁକେଇୟା ବେଗମର ରାଗି ଓ ଚାଲାକି ସ୍ଵଭାବକୁ ଆପଣ ସମସ୍ତେ ଦେଖିଛନ୍ତି । ତେବେ ବର୍ତ୍ତମାନ ଚାଳନ୍ତୁ ଜାଣିବା ଲବିନା ଟଣ୍ଡନ ଅସଲ ଜୀବନ ବିଷୟରେ ।

ଲବିନା ଟଣ୍ଡନ ଅସଲ ଜୀବନରେ ବହୁତ ହିଁ ଷ୍ଟାଇଲିସ ଓ ସୁନ୍ଦର ନଜର ଆସନ୍ତି । ଅସଲ ଜୀବନରେ ସେ ବହୁତ ଖୁସି ମିସାଜ ଓ ବିନ୍ଦାସ ଲାଇଫ ଷ୍ଟାଇଲରେ ରୁହନ୍ତି । ଅନସ୍କ୍ରିନରେ ଯାହା ବି ହେଉ କିନ୍ତୁ ଅସଲ ଜୀବନରେ ସେ ବହୁତ ହସ ଖୁସିରେ ରୁହନ୍ତି । କେତେକ ଲୋକମାନେ ତ ଲବିନା ଟଣ୍ଡନଙ୍କ ନାଁ ଭ୍ରମିତ ହୋଇ ଯାଆନ୍ତି । କାରଣ ଲବିନା ଟଣ୍ଡନଙ୍କ ନାଁ ପ୍ରସିଦ୍ଧ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସହ ମିଶି ଯାଉଛି ।

କହିଦେଉଛୁ କି ଲବିନା ଟଣ୍ଡନ ୨୦୦୪ରୁ ଅଭିନୟ କରି ଆସୁଛନ୍ତି ଓ ଆଜି ବି ସେ ନିଜର ଅଭିନୟ କ୍ୟାରିୟରରେ ସକ୍ରିୟ ଅଛନ୍ତି । ଏହା ଛଡା ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ହଟ ଫଟୋ ଶେୟାର କରନ୍ତି । ଯାହାକୁ ଫ୍ୟାନମାନେ ବହୁତ ଲାଇକ ମଧ୍ୟ କରନ୍ତି । କହିଦେଉଛୁ କି ୨୦୧୮ରେ ଲବିନା ଟଣ୍ଡନଙ୍କୁ ସିରିଏଲରେ ଶେଷ ଥର ପାଇଁ ଦେଖା ଯାଇ ଥିଲା ।

Leave a Reply

Your email address will not be published. Required fields are marked *