ଲାଗୁ ହେଲା ନୂଆ ନିୟମ! କଲେଜକୁ ଗାଡି ଆଣିପାରିବେ ନାହିଁ ଛାତ୍ରଛାତ୍ରୀ… କେଉଁଠି ଓ କାହିଁକି ଲାଗୁ ହେଲା ଏହି ନିୟମ ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଏଣିକି ୧୮ ବର୍ଷରୁ କମ ବୟସର ଛାତ୍ର ଛାତ୍ରୀ ମାନେ କଲେଜକୁ ଗାଡି ଆଣି ପାରିବେ ନାହି । କଲେଜ କ୍ୟାମ୍ପସ ଭିତରକୁ ଛାତ୍ର ଛାତ୍ରୀ ମାନଙ୍କୁ ବାଇକ ଓ ସ୍କୁତି ଆଣିବା ଏବଂ ଚଳାଇବାକୁ ସଂପୂର୍ଣ୍ଣ ବରଣ କରାଯାଇଛି । ଯଦି ସେମାନେ ଗାଡି ଆଣନ୍ତି ତେବେ ଜୋରିମାନା ସହ ସେମାନଙ୍କୁ ଅଟକ ରଖିବେ କଲେଜ ସ୍କାର୍ଡ । ଏମିତି ନିୟମ ଲାଗୁ ହୋଇଛି ଫକିର ମୋହନ କଲେଜ ରେ । ଏଣିକି କୌଣସି ଛାତ୍ର ଛାତ୍ରୀ କଲେଜ କ୍ୟାମ୍ପସ କୁ ଆଣି ପାରିବେ ନାହି ଗାଡି ।

ଏଠାରେ ସ୍ପଷ୍ଟ କହି ରଖୁଛୁ କି ଏହି ନିୟମ କେବଳ ଜୁନିୟର ପିଲାଙ୍କ ପାଇଁ ଲାଗୁ ହୋଇଛି । ଏ ନେଇ କଲେଜ ଅଧକ୍ଷ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଅନ ଲାଇନ ଓ ଅଫ ଲାଇନ ଉଭୟ ମାଧ୍ୟମରେ ନୋଟିସ ପଠାଇଛନ୍ତି । ତେବେ ଯାଞ୍ଚ ପାଇଁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଙ୍କୁ ନେଇ ୨୦ ଜଣିଆ ସ୍କ୍ବାର୍ଡ ମଧ୍ୟ ଗଠନ ହୋଇଛି ।

ଯାଞ୍ଚ ସମୟରେ ୧୮ ବର୍ଷରୁ କମ ବୟସର କୌଣସି ଛାତ୍ର ଛାତ୍ରୀ ଯଦି ଲାଇସେନ୍ସ ନ ଥାଇ କଲେଜ ପରିସର ରେ କୌନ ଆସି ସ୍କୁଟି ବା ବାଇକ ଚଳାଇବା ବେଳେ ଧରା ପଡନ୍ତି ସେମାନଙ୍କ ଗାଡି କୁ ଅଟକ ରଖାଯିବ । ଏହା ସହ ସେମାନଙ୍କ ଅଭିଭାବକ ମାନଙ୍କୁ ରିପୋର୍ଟ ପରେ କଲେଜ କର୍ତ୍ତୁପକ୍ଷ ଙ୍କୁ ଅବଗତ ମଧ୍ୟ କରାଯିବ ।

କେବଳ ଏତିକି ନୁହେଁ ବରଂ ଯେଉଁ ପିଲା ମାନେ ଗାଡି ଆଣିଥିବା ବେଳେ ଧରା ପଡିବେ ସେମାନେ ଆଗାମୀ ଦିନରେ କଲେଜ ପରିସର କୁ ଗାଡି ନ ଆଣିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପାଇଁ ସେମାନଙ୍କ ଗାଡି ଛଡା ଯିବ ବୋଲି କହିଛନ୍ତି କଲେଜ ଅର୍ତ୍ତୁପକ୍ଷ । ପୂର୍ବ ରୁ କଲେଜ ଛାତ୍ର ଛାତ୍ରୀ ଙ୍କୁ କଲେଜ ପରିସର ରେ ମୋବାଇଲ ବାରଣ କରା ଯାଇଥିଲା ।

ତେବେ ଏହି ନିୟମ ରାଜ୍ୟ ସାରା ସବୁ କଲେଜ ରେ ଲାଗୁ ହେବାକୁ ନେଇ ଅନେକ ପରାମର୍ଶ ଦେଇଛନ୍ତି । ତେବେ କଲେଜ କର୍ତ୍ତୁପକ୍ଷ ଜାରି କରିଥିବା ଏହି ନିୟମ ନିଶ୍ଚିନ୍ତ ଭାବେ ସ୍ଵାଗତ ଯୋଗ୍ୟ ଅଟେ ବୋଲି ଛାତ୍ର ଛାତ୍ରୀ ମାନେ ମତ ଦେଇଛନ୍ତି । ଏହି ନିୟମ ଲାଗୁ ହେଲେ ଛାତ୍ର ଛାତ୍ରୀ ମାନେ ଗାଡି ନେଇ ଆସିବେ ନାହି କି ଅପବ୍ୟବହାର କାହାକୁ କରିବେ ନାହି ।

ଏମିତି କି ଯେଉଁ ଦୁର୍ଘଟଣା ହେଉଥିଲା ତାହା ମଧ୍ୟ ବହୁଳ ମାତ୍ରା ରେ ବନ୍ଦ ହୋଇଯିବ ବୋଲି ଅନୁମାନ କରା ଯାଉଛି । ତେବେ ଦେଖାଯାଉ ଫକିର ମୋହନ କଲେଜର ଛାତ୍ର ଛାତ୍ରୀ ମାନେ ଏହି ନିୟମକୁ କେତେ ଦୂର କଡାକଡି ଭାବେ ପାଳନ କରୁଛନ୍ତି ଆଉ ଏହି ପଦକ୍ଷେପ କୁ ନେଇ ସେମାନଙ୍କର ପ୍ରତିକ୍ରିୟା କଣ ରହୁଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *