ଦେଶରେ କରୋନା ଭାଇରସ ସଂକ୍ରମଣ ପାଇଁ କେତେକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ବହୁତ ଲୋକ ସଂକ୍ରମିତ ଅଛନ୍ତି, ତେବେ ଆମେ ସମସ୍ତେ ଏହା ଜାଣିଛୁ ଯେ ଏହି ମହାମାରୀ ଏତେ ସହଜରେ ସମାପ୍ତ ହବ ନାହିଁ, ଏହାକୁ କମିବା ପାଇଁ ସମୟ ଲାଗିବ, ଏବଂ ଏହା କେତେବେଳେ କମିବ ତାହା ମଧ୍ୟ ଜଣା ପଡି ନାହିଁ, କରୋନା ସଂକ୍ରମଣ ଲକଡାଉନ ପରେ ମଧ୍ୟ ବଢିବାକୁ ଲାଗୁଛି ଏହା ବହୁତ ବଡ ମହାମାରୀ ଅଟେ ସେଥିପାଇଁ ସରକାର ବାରମ୍ବାର ସମସ୍ତଙ୍କୁ ଘରେ ରହିବା ପାଇଁ ଅନୁରୋଧ କରୁଛନ୍ତି ଏବଂ ଲୋକଙ୍କୁ ସରକାର କଥା ମାନି ସଜାଗ ରହିବା ଉଚିତ କାହିଁକିନା ଏହା ତାଙ୍କ ଜୀବନ ପ୍ରତି ବିପଦ ଅଟେ ।

କରୋନା ଭାଇରସ ଚୀନ ଦେଶରୁ ଆରମ୍ଭ ହୋଇ ବର୍ତ୍ତମାନ ପୁରା ପୃଥିବୀରେ ବ୍ୟାପୀ ଯାଇଛି ଏହାକୁ ବ୍ୟାପିବାରୁ ଅଟକେଇବା ପାଇଁ, ସରକାର ଏବଂ ଅଧିକାରୀମାନେ ଅଥାକ ପରିଶ୍ରମ କରୁଛନ୍ତି । କରୋନା ଭାଇରସ ସଂକ୍ରମଣ ଶୁକ୍ରବାରକୁ ବଢିଯାଇ ୮୧୯୭୦ରୁ ଅଧିକ ହୋଇଯାଇଛି, ଏହା ସହ ୨୬୪୯ରୁ ଅଧିକ ଲୋକ କୋଭିଡ – ୧୯ ସଂକ୍ରମଣ ଦ୍ଵାରା ନିଜ ଜୀବନ ହରେଈ ଛନ୍ତି, ଏହାର ପ୍ରସାରଣ ଅଟକେଇବା ପାଇଁ ବର୍ତମାନ ପର୍ଯ୍ୟନ୍ତ ଲକଡାଉନ ଲଗା ଯାଇଛି ଏବଂ ସ୍ଥିତି ଗମ୍ଭୀର ହେଲେ ଆଗକୁ ମଧ୍ୟ ବଢା ଯାଇ ପାରିବ ।

ତେବେ ଏହା ସମ୍ଭବ ଅଟେ ଯେ କେନ୍ଦ୍ର ସରକାର ଦ୍ଵାରା ୧୮ ମଇ ଠାରୁ ଲକଡାଉନ ଚତୁର୍ଥ ଚରଣରେ ଲକଡାଉନ ଢିଲା କରା ଯାଇ ପାରେ, ପ୍ରଧାନ ମନ୍ତ୍ରୀ ପିଏମ ମୋଦୀ ମଧ୍ୟ ଏହା ବିଷୟରେ ଈଷାରା କରିଛନ୍ତି, ତେବେ ୧୧ଟି ରାଜ୍ୟ ଲକଡାଉନ ପାଇଁ ବିଶେଷ ଯୋଜନା କରୁଛନ୍ତି, ଏଥିରେ ବ୍ୟବସାଇକ କ୍ଷେତ୍ରରେ କିଛି ଛୁଟ ଦିଆ ଯିବ । ଲକଡାଉନ ୪.୦ରେ ଲୋକଙ୍କୁ ଫ୍ରି କରା ଯାଇ ପାରେ, ୧୧ଟି ରାଜ୍ୟ ଏହା ଉପରେ କରୁଛନ୍ତି ପ୍ଲାନିଗ ।
ହରିୟାନା :
କିଛି ପରିବର୍ତନ ସହ ଲକଡାଉନ ଜାରି ରହି ପାରେ, ରାଜ୍ୟ ସୀମା ଉପରେ ସର୍ତ ସହ ଛଡା ଯିବ, ରାଜ୍ୟ ଦଶଟି ଜିଲା ରେ ବାହନ ଚାଲିବାର ଅନୁମତି ଦିଆ ଯିବ, ରାଜ୍ୟ ସରକାର ୧୮ ମଇ ଠାରୁ ଦିଲ୍ଲୀ ରେଲବେ ଷ୍ଟେସନ ପାଇଁ ବସ ସେବା ଆରମ୍ଭ କରିବା ପାଇଁ ବିଚାର କରୁଛନ୍ତି, ବ୍ୟବସାଇକ କ୍ଷେତ୍ରରେ ସାହାଜ୍ଯ କରା ଯିବ ।

ପଞ୍ଜାବ :
ମୁଖ୍ୟମନ୍ତ୍ରୀ କାର୍ଜ୍ଯାଲୟ ସୂତ୍ର ଅନୁଯାଇ ରାଜ୍ୟରେ ଲକଡାଉନ ଜାରି ରହିବ, ତେବେ ଏହି ସମୟ ପ୍ରତିବନ୍ଧ ଉପରେ ଢିଲା ଛଡା ଯିବ, ରାଜ୍ୟ ସରକାର କିଛି ଉଦ୍ଯୋଗ ଖୋଲିବା ଉପରେ ବିଚାର କରୁଛନ୍ତି । ସମ୍ଭାବ୍ୟ ପରିସ୍ଥିତି ସହିତ ଜନସାଧାରଣ ପରିବହନ ପାଇଁ ଅନୁମତି ।
ହିମାଚଳ ପ୍ରଦେଶ :
ମୁଖ୍ୟମନ୍ତ୍ରୀ କହିବା ଅନୁଯାଇ ସୂତ୍ର ଅନୁଯାଇ ବ୍ଯବସାୟିକ ଗତିବିଧି ବଢେଇ ଦିଆଯିବ, କିନ୍ତୁ ଲକଡାଉନ ଜାରି ରଖିବାକୁ ହବ । ଘରୋଇ ବିମାନ ମଧ୍ୟ ଅନୁମୋଦନ ହୋଇପାରିବ ଯଦି ସଂପୃକ୍ତ ଉଭୟ ରାଜ୍ୟ ଏଥିରେ ସହମତ ହେବେ ଯେ ବିମାନ କେଉଁଠିକୁ ଯିବ ଏବଂ କେଉଁଠାରେ ପହଞ୍ଚିବ । କେନ୍ଦ୍ର ସମସ୍ତ ଘରୋଇ ବିମାନ ଆରମ୍ଭ କରିବାକୁ ଚାହୁଁଛି କିନ୍ତୁ ଅନେକ ରାଜ୍ୟ ଏହାକୁ ବିରୋଧ କରୁଛନ୍ତି ।
ଓଡିଶା :
ସୂତ୍ରରୁ ପ୍ରକାଶ ଯେ ଓଡିଶାରେ କୋଭିଡ ୧୯ର କେବଳ କଣ୍ଟେନମେଣ୍ଟ ଜୋନରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ । ଅନ୍ୟ ଜୋନ ଗୁଡିକରେ ଲକଡାଉନ ରହିବ କିନ୍ତୁ କିଛି ଛୁଟ ଦିଆଯିବ । ସାମାଜିକ ଗତିବିଧି ସମନ୍ୟା କରାଯିବ ଓ ଦିକାନ ବଜାର ଯେମିତି ଖୋଲା ରହୁଛି ସେହିପରି ରହି ପାରେ । କିନ୍ତୁ ଏଥିପାଇଁ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ । ସମ୍ପୁର୍ଣ୍ଣ ଖବର ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ, କାହିଁକି ନା ଏବେବି ବି ଗୋଟେ ଗୋଟେ ଜିଲ୍ଲାରୁ ନୂଆ ନୂଆ ପଜିଟିଭ କେସ ବାହାରିବାରେ ଅଛନ୍ତି । କେଉଁ ସ୍ଥାନରେ କଣ କରାଯିବ ଏହା ସମ୍ପୁର୍ଣ୍ଣ ରାଜ୍ୟ ସରକାରଙ୍କ ହାତରେ ଅଛି ।

ଉତ୍ତର ପ୍ରଦେଶ :
ଏହି ରାଜ୍ୟରେ ରେଡ ଜୋନ ଉପରେ ଅଧିକ ପ୍ରତିବନ୍ଧ ରହିବ ଅନ୍ୟ କ୍ଷେତ୍ରରେ ଲକଡାଉନ କିଛି ଢିଲା ରହିବ ଯାହା ଦ୍ଵାରା ବ୍ୟବସାୟ ବଢିବ । କିଛି ସର୍ତ୍ତ ସହିତ ରେଷ୍ଟୁରାଣ୍ଟ ଏବଂ ସପିଂ ମଲ୍ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇପାରେ ।
ବିହାର :
ବିହାରରେ ମଧ୍ୟ ଅନ୍ୟ ରାଜ୍ୟ ଭଳି ରେଡ ଜୋନ ଛାଡି ଦେଲେ ଅନ୍ୟ ଜୋନ ରେ କିଛି ଆରାମ ଦିଆ ଯିବ । ରାଜ୍ୟରେ କଣ ହେବ ଏହା କେବଲ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ ।
ଗୁଜରାତ :
ସୂତ୍ର ଅନୁଯାଇ ଗୁଜରାତ ରେ କିଛି ଢିଲା ଛଡା ଯିବ, ରେଡ ଜୋନ ଛାଡି ଅନ୍ୟ ଜୋନରେ ୩୦% ଅଫିସ ଷ୍ଟାଫ ସହ ଅଫିସ ଖୋଲିବା ପାଇଁ ଅନୁମତି ଦିଆ ଯାଇଛି ।
ମଧ୍ୟ ପ୍ରଦେଶ :
ସୂତ୍ର ଅନୁଯାଇ ଗ୍ରୀନ ଜୋନ ରେ ସରକାର ଲୋକଙ୍କୁ କାମ କରିବା ଅନୁମତି ପ୍ରଦାନ କରିବ କିନ୍ତୁ ସାମାଜିକ ଦୂରତା ରଖିବା ଆବଶ୍ୟକ ଅଟେ, ଏହା ସହ ଲକଦାନ ଜାରି ରହିବ ।
ରାଜସ୍ଥାନ :
ପ୍ରଭାବିତ ଜାଗା ଛାଡି ସରକାର ଲକଡାଉନ ବଢେଇବାକୁ ଲାଗିବ, ବ୍ୟବସାଇକ କ୍ଷେତ୍ର ବଢେଇବା ପାଇଁ ପ୍ରୟାସ ଆରମ୍ଭ କରା ଯିବ ।

ଅସମ :
ରାଜ୍ୟ ସରକାର ଅନୁଯାଇ ଲକଡାଉନ ଆଉ ଦୁଇ ସପ୍ତାହ ବଢେଇବା ଉଚିତ ଅଟେ, ରେଡ ଜୋନ ଛାଡି ଅନ୍ୟ ସ୍ଥାନରେ ଢିଲା ଛଡା ଯିବ କିନ୍ତୁ ସାମାଜିକ ଦୂରତା ରଖିବା ଉଚିତ ।
ମହାରାଷ୍ଟ୍ର :
ମହାରାଷ୍ଟ୍ର ରାଜ୍ୟ ସରକାର ଏହା କହିଛନ୍ତି ଯେ ମହାରାଷ୍ଟ୍ରରେ ଲକଡାଉନ ୩୧ ମଇ ପର୍ଯ୍ୟନ୍ତ ବଢା ଯିବ ।
ଏବେ ସମସ୍ତଙ୍କ ଜୀବନ ବିପଦରେ ଅଟେ ଆପଣ ଜାଣି ନାହାନ୍ତି କାହାକୁ କଣ ହୋଇଛି ବା ହବ ସେଥିପାଇଁ ସାମାଜିକ ଦୂରତା ରଖନ୍ତୁ ଏବଂ କାହାକୁ ନିଜ ଘରେ ଡାକନ୍ତୁ ନାହିଁ ବର୍ତମାନ ଏହି ସମସ୍ୟା ବଢି ବଢି ଚାଲିଛି ଏବଂ ନିଜ ପରିବାରକୁ ସମସ୍ଯା ରେ ରଖିବା ଉଚିତ ନୁହ ସେଥିପାଇଁ ଯେତେ ପାରୁଛନ୍ତି ଘରେ ରୁହନ୍ତୁ ଅତି ଆବଶ୍ୟକ କାମ ହେଲେ ବାହାରକୁ ଯାନ୍ତୁ କିନ୍ତୁ ସଜାଗ ରୁହନ୍ତୁ ଏବଂ ମାସ୍କ ଏବଂ ସାନିଟାଇଜର ଭଳି ଆବଶ୍ୟକ ଜିନିଷ ନେଇ ଘରୁ ବାହାରନ୍ତୁ । ହରିୟାନା ରେ ସ୍ଥିତି ଭଲ ହବା ଯାଏଁ ଲକଡାଉନ ରହିବ ବୋଲି କୁହା ଯାଉଛି ତେବେ ଏହାର ନିସ୍ପତି ରାଜ୍ୟ ସରକାର କରିବେ । ଆଗକୁ ଆମ ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।