14 ବର୍ଷ ବନବାସ ସମୟରେ ଲକ୍ଷ୍ମଣଙ୍କର ଏହି ଗୁପ୍ତ ରହସ୍ୟ ବିଷୟରେ ପ୍ରଭୁ ଶ୍ରୀରାମ ବି ଥିଲେ ଅଜଣା ? କଣ ଆପଣ ଜାଣିଛନ୍ତି ଏହା ବିଷୟରେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେବେ ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ପାଇଁ ମା ଙ୍କ କଥାରେ ବନ ବାସ ଯାଇଥିଲେ ସେହି ସମୟରେ ତାଙ୍କର ଦେଖାଶୁଣା କରିବା ପାଇଁ ଭ୍ରାତା ଲକ୍ଷ୍ମଣ ମଧ୍ୟ ଯାଇଥିଲେ । ଏପରିକି ୧୪ ବର୍ଷର ବନ ବାସ ସମୟରେ ଲକ୍ଷ୍ମଣ ନିଦ୍ରା ଓ ଭୋଜନର ପରିତ୍ୟାଗ କରିଥିଲେ । ତେବେ ଲକ୍ଷ୍ମଣଙ୍କ ମଧ୍ୟରେ ଏଭଳି ଅନେକ ରହସ୍ୟ ଲୁଚିକି ରହିଥିଲା ଯାହା ତାଙ୍କର ଭାଇ ପ୍ରଭୁ ରାମଚନ୍ଦ୍ର ମଧ୍ୟ ଜାଣି ନ ଥିଲେ । ଆଜି ଆମେ ଲକ୍ଷ୍ମଣଙ୍କ ପାଖରେ ଥିବା ରହସ୍ୟ ସମ୍ପର୍କରେ ଆଲୋଚନା କରିବାକୁ ଯାଉଛୁ ।

ବନ୍ଧୁଗଣ ଭଗବାନ ରାମଚନ୍ଦ୍ରଙ୍କ ଠାରୁ ଭାଇ ଲକ୍ଷ୍ମଣ ଥିଲେ ଜଣେ ବୀର ଯୋଦ୍ଧା ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ସତ୍ୟ ଅଟେ । ଯଦି ତ୍ୟାଗ କଥା କୁହାଯାଏ ତେବେ ସେମାନଙ୍କ ଭିତରେ ଲକ୍ଷ୍ମଣଙ୍କ ନାଁ ଆସିଥାଏ ଯିଏ କି ଭ୍ରାତା ରାମଚନ୍ଦ୍ରଙ୍କ ପାଇଁ ରାଜପ୍ରସାଦର ସୁଖ ସୁବିଧାକୁ ପତିତ୍ୟାଗ କରି ୧୪ ବର୍ଷ ଯାଏଁ ବନବାସର ଜୀବନ ବ୍ଯତୀତ କରିବାକୁ ବନକୁ ଭ୍ରମଣ କରିଥିଲେ ।

ଏମିତିକି ୧୪ ବର୍ଷ ଯାଏଁ ଯେମିତି ନିଦ୍ରା ନ ଆସିବ ସେଥିପାଇଁ ଲକ୍ଷ୍ମଣ ନିଦ୍ରାଦେବୀଙ୍କୁ ବିନମ୍ର ଅନୁରୋଧ କରିଥିଲେ । ଲଙ୍କା ବିଜୟର କାହାଣୀ ଶୁଣାଇବା ସମୟରେ ଭଗବାନ ରାମଚନ୍ଦ୍ରଙ୍କୁ ଗୁରୁ ବଶିଷ୍ଠ ଲକ୍ଷ୍ମଣଙ୍କ ବିଷୟରେ ଗୁପ୍ତ କଥା କହିଥିଲେ ଯାହାକୁ ସହଜରେ ଗ୍ରହଣ କରିବା ପ୍ରଭୁଙ୍କ ପାଖରେ ସହଜ ନ ଥିଲା ।

ଗୁରୁ ବଶିଷ୍ଠ କହିଥିଲେ ୧୪ ବର୍ଷ ବନବାସ ମଧ୍ୟରେ ଲକ୍ଷ୍ମଣ ଭୋଜନ ଗ୍ରହଣ କରି ନାହାନ୍ତି ଯାହାର ଉତ୍ତରରେ ପ୍ରଭୁ କହିଥିଲେ ମୁଁ ନିଜେ ପ୍ରତେକ ଦିନ ଲକ୍ଷ୍ମଣଙ୍କୁ ଖାଇବାକୁ ଦିଏ କିନ୍ତୁ ଯଦି ସେ ଖାଉ ନ ଥିଲେ ତେବେ ଖାଦ୍ୟ କେଉଁଆଡେ ଫିଙ୍ଗିବାର ମଧ୍ୟ ଦେଖି ନାହାନ୍ତି । ଭଗବାନ ଶ୍ରୀରାମଙ୍କ ପାଖରୁ ଏଭଳି ଉତ୍ତର ଶୁଣିବାରେ ପରେ ଗୁରୁ ବଶିଷ୍ଠ କହିଲେ ଆପଣଙ୍କର ଦ୍ଵନ୍ଦ ଲକ୍ଷଣ ହିଁ ଦୂର କରିପାରିବେ ।

ଲକ୍ଷ୍ମଣ କହିଲେ ପ୍ରଭୁ ଆପଣ ଯେଉଁ ଖାଦ୍ୟ ମୋତେ ଖାଇବାକୁ ଦେଉଥିଲେ ତାହା ମୁଁ ମୋର ଶକ୍ତି ବଳରେ ଅଜୋଧ୍ୟାକୁ ପଠାଉଥିଲି ଯାହା ଏବେ ବି ରହିଛି । ଯେଉଁ ଜାଗାରେ ଲକ୍ଷ୍ମଣ ଖାଦ୍ୟ ପଠାଉଥିଲେ ସେହି ସ୍ଥାନକୁ ଯିବା ପରେ ପ୍ରଭୁ ଯାହା ଦେଖିଲେ ଆଚମ୍ବିତ ହୋଇଗଲେ । ଯେବେ ପ୍ରଭୁ ଭୋଜନ ପାତ୍ର ଦେଖିଲେ ଆଉ ହିସାବ କରିଲେ ସେତେବେଳେ ୪ଟି ଭୋଜନ ପାତ୍ର କମ ଥିଲା ଯାହା ବିଷୟରେ ଶ୍ରୀରାମ ଲକ୍ଷ୍ମଣଙ୍କୁ ପଚାରିଲେ ଉତ୍ତରରେ ଲକ୍ଷ୍ମଣ କହିଲେ ଯେଉଁ ୪ ଦିନ କଥା ପଚାରୁଛନ୍ତି ସେଦିନ ଆପଣ ବି କିଛି ଖାଇନ ଥିଲେ ।

ଯେଉଁ ଦିନ ପିତାଙ୍କର ମୃତ୍ୟୁର ଖବର ପାଇଥିଲେ, ଅଜୋଧ୍ୟା ଫେରିଥିଲେ, ଦୁଷ୍ଟ ରାବଣ ମାତା ସୀତାଙ୍କର ଅପହରଣ କରିଥିଲେ, ଯେବେ ଶକ୍ତିବାନ ଲାଗିଥିଲା ସେହି ସମୟରେ ପ୍ରଭୁ କିଛି ଖାଇ ନାହାନ୍ତି କି ଲକ୍ଷ୍ମଣ ମଧ୍ୟ ଖାଇ ନାହାନ୍ତି । ଲକ୍ଷ୍ମଣ ୧୪ ବର୍ଷ ନ ଖାଇ ଓ ବିନା ସ୍ତ୍ରୀଙ୍କ ମୁହଁ ଦେଖି ରହିବାରୁ ମେଘନାଦର ବଦ୍ଧ କରିଥିଲେ । ଆଉ ପ୍ରଭୁ ତାଙ୍କୁ ଆଦେଶ ଡେଇଁ ଥିବାରୁ ସେ ଖାଦ୍ୟ ଖାଇନ ଥିଲେ ବୋଲି ଖୁଲସା କରିଥିଲେ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *