ବହୁ ବିଭାଗର ବ୍ଯବହୃତ ହେଉଥିବା ଲୁଣ କେମିତି କାମ କରିଥାଏ ତାହା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି । ଲୁଣ ସାଧାରଣତ ଆମେ ଖାଦ୍ଯରେ ବ୍ୟବହାର କରିଥାଉ । ଲୁଣର ଜନ୍ମ ସମୁଦ୍ରରୁ ହୋଇଥାଏ । ସମୁଦ୍ର ହେଉଛି ମା ଲକ୍ଷ୍ମୀଙ୍କର ବାପଘର । ପ୍ରତେକ ଝିଅ ନିଜର ବାପା ଘରକୁ ପସନ୍ଦ କରିବା ସହ ଘରର ଜିନିଷକୁ ମଧ୍ୟ ପସନ୍ଦ କରିଥାନ୍ତି ।
ଲୁଣ ଖାଦ୍ଯରେ ବ୍ୟବହାର କରିବା ସହ ଘରର ବାସ୍ତୁ ଦୋଷ ବା ଧାନ ଜନିତ ସମସ୍ଯା ବା ବ୍ୟବସାୟରେ କ୍ଷତି ହେଉଥିଲେ ଲୁଣର ବ୍ୟବହାର କରିବା ଉଚିତ । ତେବେ ଆସନ୍ତୁ ଜାଣିବା ଲୁଣର କିଛି ଉପକାରିତା ବିଷୟରେ । ଯଦି ଆପଣ ଘର ପୋଛା ମାରୁଛନ୍ତି ତେବେ ପାଣିରେ ଏକେ ଚାମଚ ଲୁଣ ପକାଇ ମାରନ୍ତୁ । ସେହି ପାଣିରେ ଘର ପୋଛା ମାରନ୍ତୁ । ଏହି ଉପାୟକୁ ଆପଣ ସପ୍ତାହକୁ ୩ ଥର କରି ପାରିବେ ।
ଘାଗେରା ଲୁଣ ବହୁତ ଭଲ କାମ କରିଥାଏ । ଏହା କରିବା ଦ୍ଵାରା ଘରର ସବୁ ବାସ୍ତୁ ଦୋଷ ଦୂର ହେବା ସହ ଖରପା ଶକ୍ତି ଦୂର ହୋଇଥାଏ । ଯାହା ଫଳରେ ଘରେ ସୁଖ ଶାନ୍ତି ଅଲାଗି ରହିବା ସହ ଘର ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯାଏ । ଯଦି ଆପଣଙ୍କ ଘରେ ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ ସଞ୍ଚୟ ହୋଇପାରୁ ନାହି ବା ଅନେକ ଦିନ ଧରି କେହି ରୋଗରେ ପୀଡିତ ଅଛନ୍ତି ଏହି ଉପାୟକୁ କରନ୍ତୁ ।
ଏଥିପାଇଁ ଘରର ଡାହାଣ ପଟେ ମୁଖ୍ୟ ଦ୍ଵାରାରେ ଏକ ନାଲି କପଡାରେ କିଛି ଲୁଣ ବାନ୍ଧି ଦିଅନ୍ତୁ । ଏହାକୁ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ବାନ୍ଧି ଦିଅନ୍ତୁ । ଏହା ପରେ ଗୋଟେ ମାସ ପରେ ପୁରୁଣା ଲୁଣ ପୁଟୁଳିକୁ ପାଣିରେ ବିସର୍ଜନ କରି ଆଉ ଏକ ନୂଆ ଲୁଣ ପୁଟୁଳି ବାନ୍ଧି ଦିଅନ୍ତୁ ।
ଏହିପରି କ୍ରମାଗତ ଭାବେ କରିଲେ ଘରର ନଜର ଦୋଷ ଦୂର ହେବ । ଆର୍ଥିକ କ୍ଷେତ୍ର ରେ ସବୁ ସମସ୍ଯା ମାନ ଦୂର ହେବା ସହ ନାକାରାତ୍ମକ ଶକ୍ତିର ବିନାଶ ହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ଅନ୍ୟ ଏକ ଉପାୟ ରହିଛି । ଯଦି ଆପଣଙ୍କର ଧନ ଜନିତ କୌଣସି ସମସ୍ଯା ରହିଛି ବା ଧନ ସଞ୍ଚୟ ହୋଇପାରୁ ନାହି ତେବେ କିଛି ଲୁଣ ପ୍ଲାଷ୍ଟିକ ବା କାଚ ଡବାରେ ରଖନ୍ତୁ ।
ଲୁଣ ଯେପରି ବାହାରକୁ ଦେଖାଯିବା ସହ ସେଥିରେ କିଛି ଲବଙ୍ଗ ରଖନ୍ତୁ । ସେହି ଡବାକୁ ଆଲମାରି ବା ଲକର ବା ଟଙ୍କା ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଏହି ଡବାକୁ ଚାଉଳ ରଖୁଥିବା ଜାଗାରେ ରଖି ପାରିବେ । ଏପରି କରିବା ଦ୍ଵାରା ଘରେ ଆର୍ଥିକ ଅଭାବରେ ସୁଧାର ଆସିବା ସହ ନୂଆ ବ୍ୟବସାୟ ଆରମ୍ଭ କରିଲେ ଉନ୍ନତି ହେବ । ଘରେ କେବେ ବି ଲୁଣ ସରିବାକୁ ଦେବେ ନାହି କି ଲୁଣ ନଷ୍ଟ କରନ୍ତୁ ନାହି । ଲୁଣ ନଷ୍ଟ କରିଲେ ରୁଣ ବୃଦ୍ଧି ହୋଇଥାଏ । ଲୁଣ ବଳିଥିଲେ ସେଥିରେ ପାଣି ମିଶାଇ ପକାନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।