ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଯେବେ କୌଣସି ରାଜ୍ୟ କୁ ମୁଖ୍ୟ ମନ୍ତ୍ରୀ ପରିଦର୍ଶନ କରିବାକୁ ଆସିଥାନ୍ତି ବା କୌଣସି କାର୍ଯ୍ୟ କ୍ରମ ରେ ଯୋଗ ଦେବାକୁ ଆସିଥାନ୍ତି ସେଠାରେ ଲୋକ ମାନଙ୍କର ଗହଳି ଦେଖିବାକୁ ମିଳିଥାଏ । ଆଉ ଲୋକ ମାନେ ନିଜର ଦୁଖ ଜଣାଇବା ପାଇଁ ମୁଖ୍ୟ ମନ୍ତ୍ରୀ ଙ୍କ ପାଖକୁ ଯିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ବଡ ବଡିଆ ଲୋକଙ୍କ କଥା ନ କହିଲେ ସରେ ସେମାନେ ସାଧାରଣ ଲୋକଙ୍କୁ ଦେଖି ବି ଅଣଦେଖା କରିଥାନ୍ତି ।
କିନ୍ତୁ ଆମ ଦେଶରେ ଏମିତି ବି ଅନେକ ମୁଖ୍ୟ ମନ୍ତ୍ରୀ ଅଛନ୍ତି ଯେଉଁ ମାନେ ନିଜର ଆଦିକ ସମୟ ଲୋକଙ୍କ ସେବା ରେ ଲାଗିଥାନ୍ତି ଆଉ ତାଙ୍କ ଭଲ ମନ୍ଦ ବୁଝିବା ପାଇଁ ଚେଷ୍ଟା କରିଥାନ୍ତି । ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ଗୁହାରି ଜଣାଇବା ଲାଗି ରାଜ୍ୟ ବାସୀ ପେକ୍ଷା କରିଥିବେ । ଅଣଦେଖା କରି ମୁଖ୍ୟମନ୍ତ୍ରୀ ବାଟ ଭାଙ୍ଗି ଚାଲିଯିବେ । ତାହା ବୋଇଧେ ସମ୍ଭବ ନୁହେଁ । ଆମେ କହୁଛୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ ଙ୍କ କଥା ।
ଲୋକଙ୍କ ଗହଳି ଭିତରୁ ଜଗନ ମୋହନ ରେଡ୍ଡୀ ସ୍ପଷ୍ଟ ଭାବେ ବୁଝି ପାରନ୍ତି କିଏ ଜଣେ ତାଙ୍କୁ ଅପେକ୍ଷା କରିଛି । ରୋଗିଣା ଛୁଆ କୁ ଧରି ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ମା । ଅଚାନକ ମୁଖ୍ୟ ମନ୍ତ୍ରୀ ଙ୍କ ନଜର ପଡିଲା ସେହି ଦୁଖଣି ମା ଉପରେ । ଲୋକଙ୍କ ଗହଳି ଭିତରୁ ଦୁଖୀନୀ ମା ଙ୍କୁ ଡାକି ଦୀର୍ଘ ୨୦ ମିନିଟ ଧରି ମା ଙ୍କ ସହ ଆଲୋଚନା କରିଲେ ମୁଖ୍ୟ ମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ୱାଇ ଏସ ଜଗନ ମୋହନ ରେଡ୍ଡୀ ତିରୁପତି ଆସିଥିଲେ ।
ଠିକ ସେହି ସମୟରେ ମୁଖ୍ୟ ମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଙ୍କୁ ଭେଟି ଗୁହାରି ଜଣାଇବା ପାଇଁ ରୋଗିଣା ପୁଅ କୁ ଧରି ମହିଳା ଜଣକ ଛିଡା ହୋଇଥିଲେ । ଯଦିଓ ମୁଖ୍ୟ ମନ୍ତ୍ରୀ ଙ୍କ ସୁରକ୍ଷା କର୍ମୀ ମହିଳା ଙ୍କୁ ବାରଣ କରିଥିଲେ ତଥାପି ଭେଟିବା ପାଇଁ ସୁଯୋଗ ଦେଇଥିଲେ । ମୁଖ୍ୟ ମନ୍ତ୍ରୀ ନିଜ ଗାଡ଼ି ରୁ ଓଲହାଇ ତଳକୁ ଆସିଥିଲେ ଆଉ ମହିଳା ଙ୍କର ସବୁ ଗୁହାରି ଶୁଣିଥିଲେ ।
ମହିଳା ଙ୍କ ସବୁ କଥା ଶୁଣିବା ପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେବା ସହ ମୁଖ୍ୟ ମନ୍ତ୍ରୀ ଏସ ଜଗଣା ମୋହନ ରେଡ୍ଡୀ ନିଜର ଭିଜିଟିଙ୍ଗ କାର୍ଡ ତାଙ୍କୁ ଦେଇଥିଲେ । ଇଛି ଅସୁବିଧା ହେଲେ ତାଙ୍କୁ ଯୋଗାଯୋଗ କରିବାକୁ କହିଥିଲେ ଜଗନ ମୋହା ରେଡ୍ଡୀ । କେବଳ ଏହି ମହିଳା ଙ୍କ କଥା ନୁହେଁ ବରଂ ମୁଖ୍ୟ ମନ୍ତ୍ରୀ ଙ୍କ ଯିବା ବାଟ ରେ ଅପେକ୍ଷା କରିଥିବା ଅସହାୟ ମଣିଷ ଙ୍କୁ ସେ କେବେ ବି ଅଣଦେଖା କରନ୍ତି ଅନହି । ଜଗଣ ମୋହନ ଙ୍କ ଏଭଳି କାରୀ ପାଇଁ କେବଳ ଆନ୍ଧ୍ର ପ୍ରଦେଶ ନୁହେଁ ବରଂ ସାରା ଭାରତରେ ତାଙ୍କୁ ପ୍ରଶଂସା କରା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଯାନଇବେ, ଧନ୍ୟବାଦ ।