ମା ଲକ୍ଷ୍ମୀ ଘରକୁ ଆସିବାର 5ଟି ସଙ୍କେତ, ଆପଣଙ୍କୁ ବି ମିଳୁଛି କି ଏହି ସଂକେତ?

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ ଧନ କମାଇବାକୁ ଇଚ୍ଛା ରଖିଥାଏ । କିନ୍ତୁ ଅନେକ ସମୟରେ ଏହା ହୋଇ ନ ଥାଏ । ଯାହା ଫଳରେ ବ୍ୟକ୍ତି ଜୀବନରେ ଧନର ଅଭାବ ହୋଇଥାଏ । ଏଥିପାଇଁ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ବହୁତ ଜରୁରୀ ହୋଇଥାଏ । ସେଥିପାଇଁ କିଛି ସଂକେତ ମଧ୍ୟ ମିଳିଥାଏ ଯାହା ମା ଲକ୍ଷ୍ମୀ ଗୃହକୁ ଆଗମନର ସୂଚନା ଦେଇଥାଏ । ଆଜି ଆମେ ଆପଣଙ୍କୁ ଗୃହରେ ଧନ ସମ୍ପତି ବୃଦ୍ଧି କରିବାର କିଛି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ମା ଲକ୍ଷ୍ମୀ ଆମକୁ ଦେଇଥାନ୍ତି । ଏହା ସହ ଏହି ସଂକେତ ଗୁଡିକ ମିଳିଲେ ସବୁ ପ୍ରକାରର ସମସ୍ଯା ଦୂର ହୋଇଥାଏ ।

୧- ଯଦି ଆପଣ ଘର ପାଖରେ ପେଚା ଦେଖନ୍ତି ବା ବିଲେଇ ଘରେ ପଶି କ୍ଷୀର ପିଏ ଓ ରାତିରେ ଘରେ ମୂଷା ଅମାବାସ୍ୟା ଦିନ ଦେଖନ୍ତି ଏବେ ଏହା ଗୃହକୁ ମା ଲକ୍ଷ୍ମୀ ଙ୍କ ଆଗମନର ସୂଚନା ଦେଇଥାଏ ।

୨- ଗୁରୁବାର ଓ ଶନିବାର ଦିନ ଘରର କୌଣସି ପ୍ରକାର ସାମଗ୍ରୀ ଭୁଲରେ ବି ବିକ୍ରି କରନ୍ତୁ ନାହି । ଏହା ଦ୍ଵାରା ମା ଲକ୍ଷ୍ମୀ ଗୃହ ଛାଡି ଚାଲି ଯାଇଥାନ୍ତି ।

୩- ଘରେ ଯଦି ସର୍ବଦା ଅଭାବ ଲାଗି ରହୁଥାଏ ବା ଯେତେ ବି ରୋଜଗାର କରିଲେ ବି ଅଭାବ ହେଉଥାଏ କିମ୍ବା ସର୍ବଦା ନିଅଣ୍ଟ ଲାଗି ରହୁଥାଏ ତେବେ ଛୋଟ ପିତଳ ଢାଳ ରେ ମୁଦ୍ରା ପୂର୍ଣ୍ଣ କରି ଘରର ପଶିମ ଦିଗରେ ରଖି ଦିଅନ୍ତୁ । ଏହାକୁ ପ୍ରତି ଦିନ ପ୍ରଣାମ କରିଲେ ସବୁ ଅଭାବକୁ ଦୂର କରିଥାଏ ।

୪- ଘରର ସାମନାରେ ପଥର ଜମା କରି ରଖନ୍ତୁ ନାହି । ଏହା ସହ କଣ୍ଟା ଜାତୀୟ ଗଛ ଘରେ ଆଗରେ ରଖନ୍ତୁ ନାହି । ଗରୁଡ ଥିବା ଘଣ୍ଟି ପ୍ରତି ଦିନ ଠାକୁର ଘରେ ବଜାଇଲେ ଅଗ୍ନି, ଚୋର ଓ ବଜ୍ର ଭୟ ରୁହେ ନାହି ।

୫- ଯଦି ଆପଣ କୌଣସି ଲୁହା ଜିନିଷ ବା ଯାନବାହନ ବିକ୍ରି କରିଥାନ୍ତି ତେବେ ମଙ୍ଗଳବାର ଦିନ କରନ୍ତୁ ନାହି । କୌଣସି  ସ୍ଥିତିରେ ଜମି ବିକ୍ରି ଆଦି ଗୁରୁବାର ଦିନ କରନ୍ତୁ ନାହି ।

୬- ଧଳା ପେଚା ଯଦି ଘର ଉପରେ ବସନ୍ତି ବ ପ୍ରବେଶ କରନ୍ତି ବ ଆପଣ ରାସ୍ତାରେ କେବେ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ ।

୭- ଘରେ ଯଦି ନେଉଳ, ଧଳା ପାରା ବା ଧଳା ପାରର ମୂର୍ତ୍ତି ଟିଏ ରଖନ୍ତି ତେବେ ଘରର ସର୍ବମଙ୍ଗଳ ହୋଇଥାଏ । ଘରର ଦକ୍ଷିଣ ଭାଗ ରେ ତୁଳସୀ ମା ଙ୍କୁ ରଖନ୍ତୁ । ଯାତ୍ରା ସମୟରେ ତୁଳସୀ ମାଟି ନିଜ ମଥା ରେ ଲଗାଇ ଯାତ୍ରା କରନ୍ତୁ ।

୮- ଅଗ୍ନି କୋଣରେ ଘର କରନ୍ତୁ ନାହି । ଏରୁଣ୍ଡି ବନ୍ଧରେ ପାଦ ରଖନ୍ତୁ ନାହି । ରୋଷେଇ ଘରେ କେବେ ବି ଝାଡୁ ରଖିବେ ନାହି । ଝାଡୁକୁ ସର୍ବଦା ଲୁଚାଇ ରଖନ୍ତୁ ଯେମିତି କାହାର ଦ୍ରୁଷ୍ଟି ପଡିବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *